ଯାଜପୁର, ୯/୮(ସନ୍ଧାନ ନିଉଜ ) : ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ୮୧ତମ କ୍ରାନ୍ତି ଦିବସ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଭାତରେ ଗାନ୍ଧୀଛକ ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ରାମଧୂନି ଗାନ କରାଯାଇଥିଲା । ପରେ ପରେ ଜିଲ୍ଲା କଂଗ୍ରେସ୍ କାର୍ଯ୍ୟାଳୟଠାରେ ବିଧାନସଭା ମଣ୍ଡଳୀର ନେତା ସନ୍ତୋଷ ନନ୍ଦ ଜାତୀୟ ପତାକା ଉତୋଳନ କରିବା ସହିତ ଭାରତବର୍ଷର ଅଖଣ୍ଡତା, ସାର୍ବଭୌମତ ରକ୍ଷା କରିବା, ଗଣତନ୍ତ୍ରର ସୁରକ୍ଷା ସହିତ ସମ୍ବିଧାନର ସୁରକ୍ଷା ନିମନ୍ତେ ଉପସ୍ଥିତ କଂଗ୍ରେସ୍ ନେତୃବୃନ୍ଦମାନଙ୍କ ଶପଥପାଠ କରାଇଥିଲେ । ଭାରତର ସ୍ୱାଧୀନତା ପାଇଁ କଂଗ୍ରେସ ସମଗ୍ର ଦେଶରେ ବିଶାଳ ଆନ୍ଦୋଳନର ମୁଳଦୁଆ ସ୍ଥାପନ କରିଥିଲା । ଏହି ଆନ୍ଦୋଳନ ନିଆଁଭଳି ସମଗ୍ର ଦେଶକୁ ବ୍ୟାପି ଯାଇଥିଲା । ଇଂରେଜମାନଙ୍କୁ ଏଦେଶରୁ ବିତାଡ଼ିତ କରି ସ୍ୱାଧୀନ ଭାରତ ଗଠନ ପାଇଁ ଭାରତର ଦେଶବାସୀମାନଙ୍କ ଗୁଳିଗୁଳାକୁ ଖାତିର ନକରି ଆନ୍ଦୋଳନରେ ହଜାର ହଜାର ସଂଖ୍ୟାରେ ଯୋଗଦେଇ କାରାବରଣ କରିବାକୁ ପଶ୍ଚାତପଦ ହୋଇନଥିଲେ ବୋଲି ଉପସ୍ଥିତ ବକ୍ତାମାନେ ପରିବେଷଣ କରିଥିଲେ । ଅନ୍ୟାନ୍ୟ ନେତୃମଣ୍ଡଳୀମାନେ କାନ୍ତି ଦିବସ ଅବସରରେ ବକ୍ତାମାନେ ନିଜର ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ସଭାରେ ସର୍ବଶ୍ରୀ ଦିଗମ୍ବର କର, ଆଲୋକ ବେହେରା, ଦୁର୍ଯ୍ୟୋଧନ ବେହେରା, ମିହିର ଦାସ, ସଂଗ୍ରାମ ସାହାଣୀ, ରଘୁନାଥ ସାହୁ, କପିଳେଶ୍ୱର ଦଳାଇ, ବିଜୟ କୁମାର ମହାପାତ୍ର, ପ୍ରଦୀପ ବେହୁରିଆ, ଅବଦୁଲ ରୌଫ, ନକୁଳଦେବ ସାହୁ,ଗଦାଧର ଦାସ, କନକଲତା ରାଉତ, ବିଦ୍ୟାଧର ବାରିକ, ପ୍ରଶାନ୍ତ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ଯେନା, ମାନସ ରଂଜନ ପଣ୍ଡା, ଅବଦୁଲ୍ ସଲିଲ୍ ଖାଁ ପ୍ରଭୃତି ଉପସ୍ଥିତ ଥିଲେ ।
ଜିଲ୍ଲା କଂଗ୍ରେସ୍ କାର୍ଯ୍ୟାଳୟଠାରେ କ୍ରାନ୍ତି ଦିବସ ପାଳିତ
|
August 10, 2023 |