ଯାଜପୁୁର,ତା ୦୩/୧୨/୨୦୨୨(ସନ୍ଧାନ ନିଉଜ)- ଶନିବାର ଅପରାହ୍ନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍, ଯାଜପୁର ଶ୍ରୀଯୁକ୍ତ ଦାମୋଦର ରଥଙ୍କ ନିର୍ଦ୍ଦେଶକ୍ରମେ ନେତାଜୀ ଦିବ୍ୟାଙ୍ଗ ବିଦ୍ୟାଳୟ, ଦଶରଥପୁର ପରିସରରେ “ଦିବ୍ୟାଙ୍ଗ ଦିବସ” ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଉପସ୍ଥିତ ରହି ଦିବ୍ୟାଙ୍ଗ ପିଲାମାନଙ୍କୁ କିପରି ସୁବିଧାରେ ଆଇନ ସେବା ଯୋଗାଇ ଦିଆଯାଇ ପାରିବ ସେ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ। ଏହି ଶିବିରରେ ଅତରିକ୍ତ ଜିଳ୍ଲାପାଳ ଶ୍ରୀଯୁକ୍ତ ଦୁଖଃବନ୍ଧୁ ନାୟକ ଦିବ୍ୟାଙ୍ଗମାନଙ୍କ ପାଇଁ ଥିବା ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏତଦ୍ ବ୍ୟତିତ ଉକ୍ତ ସଭାରେ ଦିବ୍ୟାଙ୍ଗ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲହେବା ପାଇଁ ଉପଦେଶ ଦିଆଯିବା ସଙ୍ଗେସଙ୍ଗେ ଦିବ୍ୟାଙ୍ଗମାନଙ୍କର ମୌଳିକ ଅଧିକାର ଏବଂ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ସମୂହ ଆଲୋଚନା ହୋଇଥିଲା ।ପରିଶେଷରେ ଉପସ୍ଥିତ ଥିବା ଜିଲ୍ଲା ଶିଶୁମଙ୍ଗଳ କମିଟି, ଯାଜପୁରର ସଦସ୍ୟ ଶ୍ରାଯୁକ୍ତ ରୁଦ୍ରନାରାୟଣ ପୃଷ୍ଟି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ୟାନେଲ ଲୟର ଶ୍ରୀଯକ୍ତ କୁଳମଣୀ ନାୟକ,ଆଇନ ବିଷୟରେ ଦିବ୍ୟାଙ୍ଗ ପିଲାମାନଙ୍କୁ ସଚେତନ କରିବା ସଙ୍ଗେସଙ୍ଗେ ଅନ୍ୟାନ୍ୟ ଉସ୍ହପ୍ରଦ ବାର୍ତା ପଦାନ କରିଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଦିବ୍ୟାଙ୍ଗ ଦିବସ” ପାଳନ
|
December 4, 2022 |



