ନୟାଗଡ଼, ୧୧/୦୧/୨୦ (ସନ୍ଧାନ ନିଉଜ) : ନୟାଗଡ଼ ଜିଲ୍ଲାସ୍ତରୀୟ ବିଜ୍ଞାନ ପଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗୀତା ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରିଣୀ ନିବେଦିତା ପାଣି, ବ୍ଲକ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳୀ ସାହୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ୪୧ ପ୍ରକଳ୍ପ ଅଂଶ ଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ଚାରଟି ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ ହୋଇଛି । ପ୍ରୟାସ କୁମାର ସାହୁ, ଶୁଭଶ୍ରୀ ବେହେରା, ଶୁଭଶ୍ରୀ ପ୍ରିୟଦର୍ଶନୀ, ଅର୍ପତା ପ୍ରିୟଦର୍ଶନୀଙ୍କ ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମର ଉଦ୍ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ କବୟତ୍ରୀ ବସିରନ ବିବି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଦର୍ଶିତ ପ୍ରକଳ୍ପକୁ ଦେଖି ଉଚ୍ଚ ପ୍ରଶଂସା କରିଛନ୍ତି । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ମମତା ମଂଜରୀ ମିଶ୍ର ଏବଂ ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେବା ସହ ସହଯୋଗ କରିଥିବା ଜଣାପଡ଼ିଛି ।
ଜିଲ୍ଲାସ୍ତରୀୟ ପଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗୀତା
|
January 11, 2020 |



