ସୁନ୍ଦରଗଡ ତା:୨୧/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଇନସେନଟିଭ ଜରିଆରେ ସେବା ଯୋଗାଉଥିବା ଆଶାଦିଦି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉପରେ ଜିଲ୍ଲାପାଳଙ୍କୁ ସମସ୍ତ ଅଭିଯୋଗ ଶୁଣାଇଛନ୍ତି । ସେମାନେ ସମସ୍ତ ପ୍ରକାର ସହଯୋଗ ପରେ ମଧ୍ୟ କିପରି ଅସୁବିଧା ପାଉଛନ୍ତି ତାହା ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ସୂଚନା ଅନୁଯାୟୀ ଆଜି କେବଳ ଜିଲ୍ଲାରେ ତାଙ୍କର କିପିରିଭାବରେ ଅସୁବିଧା ହେଉଥିବା ସହିତ ସମସ୍ତେ ତଳିତଳାନ୍ତ ହେଉଛନ୍ତି । ତାଙ୍କ କାର୍ଯ୍ୟ ସବୁ ସୁଚାରୁ ରୁପେ କରୁଥିବାରେ ତାଙ୍କ ପ୍ରାପ୍ୟ ଦେବାରେ ପ୍ରଶାସନ ଅବହେଳା କରୁଥିବା କହିଛନ୍ତି । ଟିବି ଓ ଲେପ୍ରୋସି ରୋଗୀଙ୍କ ସୁଚାରୁ ରୁପେ ଯତ୍ନ ନେଉଥିଲେ ମଧ୍ୟ ରୀତିମତ ଭାବରେ ତାଙ୍କର ପ୍ରାପ୍ୟ ପାଇପାରୁ ନ ଥିବା କହିଛନ୍ତି ।
ଏହା ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟ ସହିତ ରାଉରକେଲା ସରକାରୀ ଚିକିତ୍ସାଳୟରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳୁଥିବାର ସୂଚନା ଆସିଛି ।
ଜିଲ୍ଲାପାଳ ତାଙ୍କ ଅଭିଯୋଗ ଶାନ୍ତିର ସହ ଶୁଣିବା ସହ ଅତିଶୀଘ୍ର ତାହାର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି।
ଜିଲ୍ଲାରେ ସ୍ୱାସ୍ଥ୍ୟ ଦୁର୍ନୀତି ଅଭିଯୋଗ,ଆଶା କର୍ମୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
|
October 22, 2021 |