ଜିଲ୍ଲାରେ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ

Spread the love

ଯାଜପୁର, ତା ୩୧ା୧୨ : ଶୁକ୍ରବାର ଅପରାହ୍ନରେ ଧାନ କ୍ରୟ ପାଇଁ ପୁନର୍ବାର ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇ ଯାଇଚ୍ଥି । ଜିଲ୍ଲାରେ ଧାନ କିଣାକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସମ୍ପନ୍ନ ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଚ୍ଥି । ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଦୁଃଖବନ୍ଧୁ ନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ, ପ୍ରତ୍ୟେକ ପଞ୍ଜିକୃତ ଚାଷୀ ଯେପରି ଧାନ ବିକ୍ରୟରୁ ବଂଚିତ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ତତ୍ପର ରହିବା ଆବଶ୍ୟକ । ୨୦୨୨-୨୩ ଖରିପଂ ଋତୁ ପାଇଁ ଆସନ୍ତା ଜାନୁୟାରୀ ୪ ତାରିଖରୁ ଧାନ କିଣା ଆରମ୍ଭ ହେବାକୁ ଥିବା ପରିପ୍ରେକ୍ଷୀରେ ଏହା କିପ୭ରି ସୁଚାରୁ ରୂପେ ସମ୍ପାଦନ ହୋଇପାରିବ ସେଥିପାଇଁ ୧୫ ଦିନର ଆଗୁଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସମବାୟ ସମିତି ସମ୍ପାଦକ ଏବଂ ଧାନ କିଣାରେ ନିୟୋଜିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ପ୍ରତିନିଧି ଗଣଙ୍କୁ ନିର୍ଦ୍ଦେଶ ଦିଆଯାଇଚ୍ଥି । ଏହି କାର୍ଯ୍ୟକ୍ରମ ପାଇଁ ସଂପୃକ୍ତ ମିଲର ମାନେ ଗାଡି ଯୋଗାଇ ଦେବାର ବ୍ୟବସ୍ଥା କରିବେ । ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଧାନ ମଣ୍ଡି ମାନଙ୍କରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା,ପିଇବା ପାଣି ଓ ଟେଣ୍ଟର ବ୍ୟବସ୍ଥା କରିବେ । ଚାଷୀ ମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମଣ୍ଡିରେ ଯେପରି କୈାଣସି ସମସ୍ୟା ନ ଊପୁଜେ ସେଥିପ୍ରତି ଯତ୍ନବାନ ହେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଚାଷୀ ଅଖା ବସ୍ତାରେ ମଣ୍ଡିକୁ ଧାନ ଆଣିବା ପାଇଁ ସମବାୟ ସମିତି ସମ୍ପାଦକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ମାନେ ଚାଷୀ ମାନଙ୍କୁ ସଚେତନ କରାଇବା ପାଇଁ ବୈଠଳରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠଳରେ ଜିଲ୍ଲା ଯୋଗାଣ ଅଧିକାରୀ ସଲାଊଦ୍ଦିନଖାଁ, ସହକାରୀ ସମବାୟ ସମିତି ଅଧିକାରୀ, ସଂପାଦକ, ନିୟନ୍ତ୍ରିତ ବଜାର କମିଟି, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନଶକ୍ତି, ସହକାରୀ ଯୋଗାଣ ଅଧିକାରୀ, ମିଲର, ସମବାୟ ସମିତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment