ଜିଲ୍ଲାରେ ଏକାଦଶ କୃଷି ଗଣନା ସମନ୍ୱୟ କମିଟି ବୈଠକ

Spread the love

ଯାଜପୁର, ତା ୦୬ା୦୧ : ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଯାଊଥିବା
୨୦୨୧-୨୨ ର ଏକାଦଶ କୃଷି ଗଣନା କମନ୍ୱୟ କମିଟି ବୈଠକ ଗୁରୁବାର
ଅପରାହ୍ନରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଙ୍କ ଅଧ୍ୟକ୍ଷତାରେ
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଚ୍ଥି । ଜିଲ୍ଲା
ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ଶ୍ରୀଧର ସେଠୀ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ
ସ୍ୱାଗତ ଜଣାଇବା ସହିତ କୃଷି ଗଣନା ସମ୍ୱନ୍ଧରେ ସରକାରଙ୍କ ନିର୍ଦ୍ଦେଶାବଳୀ
ଉପରେ ଆଲୋକପାତ କରିଥିଲେ । କୃଷି ଗଣନା ଯାଜପୁର ଜିଲ୍ଲାରେ
ଯେପରି ସପଂଳ ଭାବେ କାର୍ଯ୍ୟକାରୀ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ
ଜିଲ୍ଲାପାଳ ଶ୍ରୀ ରାଠୋର ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ
ଦେଇଥିଲେ । ଯୋଜନା ଓ ପରିସଂଖ୍ୟାନ ଊପନିର୍ଦ୍ଦେଶକ ଶ୍ରୀ ସେଠୀ ଗୃହକୁ
ଜଣାଇଥିଲେ କି, ଜିଲ୍ଲାର ୧୮୬୬ ରାଜସ୍ୱ ଗ୍ରାମରେ ସର୍ଭେ କାର୍ଯ୍ୟ କରାଯିବ
ଓ ଏହି ସର୍ଭେ କାର୍ଯ୍ୟ ସଂପାଦନ କରିବା ପାଇଁ ୧୩୦ ଜଣ ପ୍ରାଥମିକ ଗଣନାକାରୀ
ଓ ୪୨ ଜଣ ପରିଦର୍ଶକ ନିୟୋଜିତ ହେବେ । ପରିସଂଖ୍ୟାନ, କୃଷି ଓ ରାଜସ୍ୱ
ବିଭାଗର କର୍ମଚାରୀ ମାନେ ଏହି ଗଣନା କାର୍ଯ୍ୟ ସଂପାଦନ କରିବେ । କାର୍ଯ୍ୟ
ତଦାରଖ ପାଇଁ ଜିଲ୍ଲା ଓ ବ୍ଳ୍‌କ ସ୍ତରୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ
ନିୟୋଜିତ ହେବେ ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ
କମଲ କୁମାର ନାୟକ, ପ୍ରାଣୀ ଚିକିତ୍ସାଧିକାରୀ ପଦ୍ମନାଭ ଦାଶ, ସମବାୟ ସମିତିର
ସହକାରୀ ପ୍ରବନ୍ଧକ, ଶରତ କୁମାର ମଲ୍ଳ୍‌କ, ଉପ-ନିର୍ଦ୍ଦେଶକ(ଉଦ୍ୟାନ) ଶ୍ରୀ
ସୂର୍ଯ୍ୟମଣି ମହାରଣା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ
କୁମାର ଶତପଥୀ, ସୂଚନା ବିଜ୍ଞାନ ଅଧିକାରୀ (ଏନ୍‌.ଆଇ.ସି.) ସୁଧାଂଶୁ ମୋହନ
ଶତପଥୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment