ଜିଲ୍ଲାପାଳଙ୍କ ନିକଟରେ ଆୟୁଷ ଡାକ୍ତରଙ୍କ ଦାବିପତ୍ର ପ୍ରଦାନ: ଦାବିପୁରଣ ନହେଲେ ସରକାରଙ୍କୁ କରିବେନି ସହଯୋଗ :ଓଡ଼ିଶାର ଆୟୁଷ ଡାକ୍ତର କଣ ସରକାରଙ୍କ ସାବତ ପୁଅ???

Spread the love

ଯାଜପୁର/୨୯/୦୯/ସନ୍ଧାନ ନିୟୁଜ୍/(ପ୍ରଶାନ୍ତ ସାମଲ ) ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ଆସୋସିଏସନର ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା ସାଖାପକ୍ଷରୁ ଆୟୁଷ ଡାକ୍ତର ୬୦ରୁ ଉର୍ଦ୍ଧ୍ବ ଡାକ୍ତର ମାନେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ ।ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨୦୦୭ ମସିହାରୁ ଓଡ଼ିଶାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧୬୦ ରୁ ଉର୍ଦ୍ଧ୍ବ ଆୟୁଷ ଡାକ୍ତର ନିୟୋଜିତ ହୋଇ ସେବା ଯୋଗାଇ ଆସୁଛନ୍ତି । ଓଡ଼ିଶାର ବିଭିନ୍ନ ଅପହଞ୍ଚ ଇଲାକାରେ ନିୟୋଜିତ ହୋଇଥିବା ଡାକ୍ତର ମାନଙ୍କ ଅନୁପସ୍ଥିତିରେ ଗ୍ରାମ ଗ୍ରାମ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ସରକାରଙ୍କ ବିଭିନ୍ନ ଯୋଜନାକୁ ସୁଚାର ରୂପେ ପାଳନ କରିବା କହିଲେ ଅତ୍ୟୁକ୍ତି ହେବନାହିଁ । ବଡ଼ ଦୁଃଖର ବିଷୟ ଆୟୁଷ ଡାକ୍ତର ମାନଙ୍କ ସ୍ୱଳ୍ପ ଦରମାରେ ଆଜକୁ ଦୀର୍ଘ ୧୫ ବର୍ଷ ଧରି ସେବା ଯୋଗାଇ ଆସୁଥିବା ବେଳେ ମଧ୍ୟ ସରକାର ଆୟୁଷ ଡାକ୍ତର ମାନଙ୍କୁ ନିୟମିତ କରିବାରେ ଏତେ କୁଣ୍ଠା ବଦ୍ଧ କଣ ପାଇଁ ଏମାନେ କଣ ସରକାରଙ୍କ ସାବତ ପୁଅ। ଯଦିଓ ଚଳିତ ମାସ ଶେଷ ସୁଦ୍ଧା ଆୟୁଷ ଡାକ୍ତର ମାନଙ୍କୁ ନିୟମିତ ନ କରିବେ ତେବେ ଆସନ୍ତା ଗାନ୍ଧୀ ଜୟନ୍ତୀ ଅକ୍ଟୋବର ମାସ୨ତାରିଖ ଠାରୁ କରୋନା ମହାମାରୀ କୁ ଆଖି ଆଗରେ ରଖି ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆୟୁଷ ଡାକ୍ତର ମାନେ କେବଳ ଆୟୁଷ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଓ ଅନ୍ୟ ସ୍ୱାସ୍ଥ୍ୟ ମାନଙ୍କରେ ଯେ ପର୍ଯ୍ୟନ୍ତ ଚାକିରୀ ନିୟମିତ ନ ହେଇଛି ସେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟରେ ସରକାର ଙ୍କୁ ସାହାଯ୍ୟ କରିବେ ନାହିଁ ବୋଲି ଏହି ଦାବି ପତ୍ରରେ ଉଲ୍ଲେଖ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ୪ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନରେ ଆୟୁଷ ଡାକ୍ତର ସଙ୍ଘ ପକ୍ଷରୁ ଡା ନିହାର ରଞ୍ଜନ ମହାପାତ୍ର, ଡା ସୁଧାଂଶୁ ଶେଖର ପୃଷ୍ଟି ,ଡା ଚିନ୍ମୟୀ ସାମଲ, ଡା ଅମୂଲ୍ୟ କୁମାର ନାୟକ, ଡା ଚନ୍ଦ୍ରକାନ୍ତ ସାହୁ, ଡା ହୋସେନ,ଡା ବିଶ୍ୱଜିତ ନାୟକ, ଡା କୈଳାସ ଚନ୍ଦ୍ର ପତି, ଡା ଅଜିତ ନାୟକ, ଡା ସନ୍ତୋଷ ଦାସ, ଡା ଶୁଭ୍ରାଂଶୁ ମହାନ୍ତି ସମେତ ୬୦ ରୁ ଉର୍ଦ୍ଧ୍ବ ଆୟୁଷ ଡାକ୍ତର ସାମିଲ ଥିଲେ ।

Related Posts

About The Author

Add Comment