ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

Spread the love

ବାରିପଦା, 08.12.2020 (ଲିଙ୍ଗରାଜ ପଣ୍ଡା):ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ମୃତ୍ୟୁର ନ୍ୟାୟ ପାଇଁ ରାଜ୍ୟସାରା ଏବେ ନିଆଁ ଜଳୁଛି । ବିଭିନ୍ନ ସଂଗଠନ ପକ୍ଷରୁ ସିବିଆଇ ତଦନ୍ତ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ବରଖାସ୍ତ କରିବା ଦାବିରେ ପ୍ରତିଦିନ ରାଜରାସ୍ତାରେ ବିକ୍ଷୋଭ ଓ ନିଆଁ ଜଳୁଥିବା ଦେଖୁବାକୁ ମିଳୁଛି ।  ଆଜି ବାରିପଦା ସହରରେ କେଶରୀଆ ହିନ୍ଦୁ ବାହୀନି ପକ୍ଷରୁ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସମ୍ମୁଖରେ ପରୀ ମୃତ୍ୟୁ ର ନ୍ୟାୟ ପ୍ରଦାନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ଜଡ଼ିତ ଥିବା ଅଭିଯୋଗ ଆଣିବା ସହ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କରି ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିବା ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ତାଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ କେଶରୀଆ ହିନ୍ଦୁ  ବାହିନୀ ପକ୍ଷରୁ ଆନ୍ଦୋଳନ କୁ ଯୋରଦାର କରାଯିବ ବାଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

 

Related Posts

About The Author

Add Comment