ଜିଲା ଫେରନ୍ତାଙ୍କ ଲାଗି ଚିନ୍ତା ବଢିଲା

Spread the love

ଭଦ୍ରକ, ୨୯/୦୪/୨୦ (ସନ୍ଧାନ ନିଉଜ) : ଲକଡାଉନ୍ କଟକଣା କୋହଳ ହେବା ପରେ ଜିଲାକୁ ଯେତିକି ଲୋକ ଫେରିବେ ସମସ୍ତଙ୍କୁ କ୍ୱାରେନଟାଇନ୍‌ରେ ରଖିବାକୁ ପ୍ରଶାସନ ପାଖରେ ଅନୁରୂପ ସାଧନ ନାହିଁ । କ୍ଷମତା ଠାରୁ ଅଧିକ ଜିଲା ଫେରନ୍ତା ଲୋକଙ୍କୁ ନେଇ ପ୍ରଶାସନ ଏବେ ଚିନ୍ତାରେ ପଡିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଲକଡାଉନ୍ କଟକଣା କୋହଳ ହେବା ପରେ ବାହାର ରାଜ୍ୟ ଅଥବା ଜିଲାରେ ଫସି ରହିଥିବା ଲୋକଙ୍କୁ ନିଜ ଜିଲାକୁ ଫେରାଇ ଅଣାଯିବ । ତେବେ ସେମାନଙ୍କୁ ତୁରନ୍ତ ସେମାନଙ୍କ ଘରକୁ ନଛାଡି ୧୪ ଦିନିଆ ସରକାରୀ କ୍ୱାରେନଟାଇନ୍‌ରେ ରଖାଯିବ । ଫେରିବାକୁ ଆଗ୍ରହୀ ଲୋକଙ୍କର ଆଗୁଆ ପଂଜିକରଣ ଆରମ୍ଭ ହୋଇଛି । ପଂଜିକୃତ ଲୋକଙ୍କୁ ଅନଲାଇନ୍ ଟୋକନ ଯୋଗାଇ ଦିଆଯିବ । ଏ ସଂପର୍କିତ ସମସ୍ତ ସୂଚନା ସେମାନଙ୍କ ମୋବାଇଲ୍‌ରେ ମେସେଜ୍ କରାଯିବ । ଆଗ୍ରହୀ ଲୋକମାନେ ସରକାରୀ ୱେଡ୍ ସାଇଡ୍ କୋଭିଡ୍‌-୧୯ ଓଡ଼ିଶା.ଗଭ.ଇନ୍‌ରେ ଆବେଦନ କରି ସେମାନଙ୍କ ନାଁ ପଂଜିକରଣ କରିପାରିବେ । ତାହା କରିନପାରିଲେ ୧୦୪ ହେଲଫ ଲାଇନ୍ ନମ୍ବରକୁ ଫୋନ୍ କରି ସେମାନଙ୍କ ନାଁ ପଂଜିକରଣ କରିପାରିବେ । ଏପରିକି ନିଜେ ଅଥବା ନିଜ ପରିବାରଙ୍କ ଜରିଆରେ ନିଜ ପଂଚାୟତ ସରପଞ୍ଚଙ୍କ ଜରିଆରେ ପଂଜିକରଣ କରିପାରିବେ ବୋଲି କୁହାଯାଇଛି । ଜିଲାରେ କେଉଁ ବ୍ଲକ୍‌ରୁ କେତେ ଲୋକ ଘରକୁ ଫେରିଲେ ସେଥିନେଇ ଏକ ଡାଟାବେସ୍ ପ୍ରସ୍ତୁତ କରାଯାଇଥିବା ଜିଲାପାଳ ଜ୍ଞାନ ଦାସ ପ୍ରକାଶ କରିଛନ୍ତି । ତେବେ ପ୍ରସ୍ତୁତ କରାଯାଇଥିବା ଡାଟା ଶେ୍‌ର ସବିଶେଷ ତଥ୍ୟ ସାର୍ବଜନୀନ କରାଯାଇନଥିଲେ ମଧ୍ୟ ଜିଲାକୁ ପ୍ରାୟ ୫୦ ହଜାର ଲୋକ ଫେରିବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ଏକକାଳୀନ ଏତେ ଲୋକଙ୍କୁ କ୍ୱାରେନଟାଇନ୍‌ରେ ରଖିବାକୁ ଜିଲା ପ୍ରଶାସନ ହାତରେ ସାଧନ ନାହିଁ । ଜିଲାରେ ଏବେ ୨୧୮ ଟି ପଂଚାୟତ ଏବଂ ୪ଟି ସହରାଞ୍ଚଳରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର (ଟିଏମ୍‌ସି) ରେ ସର୍ବାଧିକ ୧୦ ହଜାର ଲୋକଙ୍କୁ ରଖିବାର ବ୍ୟବସ୍ଥା ରହିଛି । ତେବେ ଜିଲାକୁ ପ୍ରାୟ ୫୦ ହଜାର ଲୋକ ଫେରିବାର ସମ୍ଭାବନା ରହିଥିଲେ ମଧ୍ୟ ମାତ୍ର ୭ ରୁ ୮ ଶହ ଲୋକ ପଂଜିକରଣ କରିଛନ୍ତି । ତଥାପି ଜିଲା ଫେରନ୍ତାଙ୍କ ଚୂଡାନ୍ତ ପଂଜିକରଣକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ ସେମାନଙ୍କ ସକାଶେ ଅତିରିକ୍ତ କ୍ୱାରେନଟାଇନ୍ ବ୍ୟବସ୍ଥା କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Related Posts

About The Author

Add Comment