ଭଦ୍ରକ,୧୬/୧୨(ସନ୍ଧାନ ନିୟୁଜ): ଭଦ୍ରକରେ ଆରମ୍ଭ ହୋଇଥିବା ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଆଜି ଉଦ୍ୟାପିତ ହୋଇଯାଇଛି । ଭଦ୍ରକ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ୟାପନୀ ଉସôବରେ ମାର୍କୋଣା ବିଡିଓ ଡ. ନରହରି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ କମଳାକାନ୍ତ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ଯୁଗରେ ପ୍ରତି ମୁହୂର୍ତ୍ତରେ ବିଜ୍ଞାନର ଆବଶ୍ୟକତା ସମ୍ବନ୍ଧରେ କୁନି କୁନି ବୈଜ୍ଞାନିକ ମାନଙ୍କ ଉଦେ୍ଦଶ୍ୟରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଧାମନଗର ବ୍ଲକ୍ ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ, ବାସୁଦେବପୁର ବ୍ଲକ୍ ଶିକ୍ଷାଧିକାରୀ ରବିନାରାୟଣ ମଲ୍ଲିକ, ତିହିଡି ବ୍ଲକ୍ ଶିକ୍ଷାଧିକାରୀ ଉଦୟ ନାରାୟଣ ଦାଶ, ବନ୍ତ ବ୍ଲକ୍ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜିଲାସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଚାନ୍ଦବାଲି ବ୍ଲକ୍ କୋଡିନେଟର ଅମୂଲ୍ୟ କୁମାର ରାଉତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଜିଲା ବିଜ୍ଞାନ ସୁପରଭାଇଜର ସରୋଜ କୁମାର ପ୍ରଧାନ ବିଜ୍ଞାନମେଳାର ବିବରଣୀ ପ୍ରଦାନ କରିଥିଲେ । ଆୟୋଜିତ ବିଜ୍ଞାନ ମେଳାରେ୧୪୧ ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲା ଓ ତନ୍ମଧ୍ୟରୁ ୬ଟି ପ୍ରକଳ୍ପ ଡିଏଲ୍ଏସ୍ଏମ୍ଇଇ ରୁ ରାଜ୍ୟସ୍ତରକୁ ଉନ୍ନୀତ ହୋଇଛି ଓ ଡିଏଲ୍ଇପିସି ରୁ ୬ଟି ପ୍ରକଳ୍ପ ମନୋନୀତ କରାଯାଇଛି । ଏହି ଜିଲାସ୍ତରୀୟ ବିଜ୍ଞାନ ମେଳାରେ ଜୁନିୟର ଓ ସିନିୟର ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜୁନିୟର ଓ ସିନିୟର ବିଭାଗରୁ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହୋଇଥିବା ସଫଳ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଉକ୍ତ ମେଳାକୁ ପ୍ରଧାନ ଶିକ୍ଷକ ବାଦଲ କୁମାର ମହାପାତ୍ର, ଚକ୍ରଧର ମଲ୍ଲିକ, ଉମେଶ ଚନ୍ଦ୍ର ମାଝୀ, ଭୀମଚରଣ ପରିଡା, ଅକ୍ଷୟ କୁମାର ହୋତା, ପ୍ରଦୀପ୍ତ ଦାସ, ପ୍ରଣବ କୁମାର ସାହୁ, କରୁଣାକର ନାୟକ, ମନୋଜ କୁମାର ବେହେର. ସର୍ବଜିତ୍ ଦତ୍ତ, ଅଜୟ କୁମାର ନନ୍ଦ, ଶ୍ରୀକାନ୍ତ କୁମାର ନାୟକ, ଚାରୁଲତାା ମହାପାତ୍ର, ସୁରଜିତା ନାୟକ, ଧୀରାମଣୀ ଲେଙ୍କା, ରତିକାନ୍ତ ବେହେରା, ତପସ୍ୱିନୀ ଦାସ, ସୁଷମା ବେହେରା, ମିଲି ପରିଡା, ଗୀତାରାଣୀ ସ୍ୱାଇଁ, ମିନତୀ ପଣ୍ଡା, ଜୟନ୍ତୀ କରଶର୍ମା, ସୁବାସିନୀ ମିଶ୍ର, ଲିପ୍ସିତା ବିଶ୍ୱାଳ, ସ୍ୱର୍ଣ୍ଣପ୍ରଭା ପ୍ରଧାନ, ଅଶୋକ କୁମାର ଶତପଥୀ, ଅକ୍ଷୟ କୁମାର ସେଠୀ, ରାଜେନ୍ଦ୍ର କୁମାର ନାୟକ, ମନୋଜ କୁମାର ରାୟ, ବୈକୁଣ୍ଠ ବିଶ୍ୱାଳ, ନରେନ୍ଦ୍ର ପ୍ରସାଦ ସାହୁ, ସମରେନ୍ଦ୍ର ମିଶ୍ର, ଅକ୍ଷୟ କୁମାର ନାୟକ, ଲକ୍ଷ୍ମୀଧର ମଲ୍ଲିକ, ଲକ୍ଷ୍ମୀକାନ୍ତ ପାଢୀ, ଜିତେନ୍ଦ୍ର କୁମାର ନାୟକ, ଜଗବନ୍ଧୁ ବେହେରା, ମୁରଲୀଧର ସାମଲ, ଶରତ ଦାସ ପ୍ରମୁଖ ପରିଚାଳନା କରିଥିଲେ । ବିଚାରକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ବଙ୍କବିହାରୀ ଦାଶ, ଅବସର ପ୍ରାପ୍ତ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ ଓ ଅବସରପ୍ରାପ୍ତ ଶିକ୍ଷକ କାଶୀନାଥ ମହାପାତ୍ର ଯୋଗ ଦେଇଥିଲେ । ଶେଷରେ ଭଣ୍ଡାରିପୋଖରୀ ବ୍ଲକ୍ କୋଡିନେଟର ସୁବଳ ଚରଣ ପତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡ଼ିଆ ପୁଅ