କୁଚିଣ୍ଡା, ୨୩/୧୦ (ସନ୍ଧାନ ନିଉଜ) : ସମ୍ବଲପୁର ଜିଲା ବାମରା ରେଳ ଷ୍ଟେସନରେ ବୁଧବାର ଜଣେ ଜିଆରପି କନଷ୍ଟେବଳଙ୍କୁ ଭୁଜାଲୀରେ ଆକ୍ରମଣ ହୋଇଥିବା ଜଣାପଡିଛି। ବାମରା ରେଳ ଷ୍ଟେସନରେ ଦୁଇ ଜଣ ଗଞ୍ଜେଇ ବେପାରୀ ଗଞ୍ଜେଇ ନେଇଯାଉଥିଲେ। କନଷ୍ଟେବଳ ଜଣଙ୍କ ଜାଣିପାରି ତାଙ୍କୁ ଧରିବାକୁ ପ୍ରୟାସ କରୁଥିବାବେଳେ ସେମାନେ କନଷ୍ଟେବଳଙ୍କୁ ଆକ୍ରମଣ କରିଥିଲେ। ରେଳବାଇ ପୁଲିସ ଜଣେ ଅଭିଯୁକ୍ତ ବେପାରୀକୁ ଅଟକ ରଖିଥିବାବେଳେ ଅନ୍ୟ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଜିଆରପି କନଷ୍ଟେବଳଙ୍କୁ ଭୁଜାଲୀରେ ଆକ୍ରମଣ, ଜଣେ ଅଟକ
|
October 23, 2019 |



