ଜିଆରଏସ ମାନଙ୍କୁ ଇପିଏଫ ଓ ଇନକ୍ରିମେଣ୍ଟନ ନମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ସଂଘ

Spread the love

ଚଣ୍ଡିଖୋଲ, ୦୬/୦୪/୨୧ (ସନ୍ଧାନ ନିଉଜ) : ବଡଚଣା ବ୍ଲକରେ ଦୀର୍ଘବର୍ଷ ହେବ ଜିଆରଏସମାନେ ଇପିଏଫ ଓ ଇନକ୍ରିମେଣ୍ଟ ଦାବୀ କରି ଆସୁଥିଲେ ବି ବ୍ଳକ କତୃପକ୍ଷ ଏଥିପ୍ରତି କୈ÷ାଣସି ପଦକ୍ଷେପ ନେଉ ନାହାନ୍ତି । ଜିଆରଏସ ସଂଘ ପକ୍ଷରୁ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ ନକଲେ ଆଗାମୀ ଦିନରେ ବ୍ଲକର ସମସ୍ତ ଜିଆରଏସ ମାନେ କାର୍ଯ୍ୟବନ୍ଦ ଆନେ୍ଦାଳ କରିବାକୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଅଧିନରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରୁଥିବା ସମସ୍ତ ଜିଆରଏସଙ୍କୁ ବିଭାଗୀୟ ଚିଠି ନମ୍ବର ୨୩୫୪୭/୧୦.୧୨.୧୮ରେ ରାଜ୍ୟରେ କାମ କରୁଥିବା ସମସ୍ତ କଣ୍ଟାଚୁଆଲ ଜିଆରଏସମାନଙ୍କୁ ଇପିଏଫ ସେମାନଙ୍କ ଆକାଉଣ୍ଟରେ ଜମା କରିବାକୁ ନିଦେ୍ର୍ଦଶ ରହିଛି । ଏହି ନିଦେ୍ର୍ଦଶ ୧.୪.୨୦୧୫ରୁ ଲାଗୁହେବ ବୋଲି ସରକାରୀ ଭାବେ ବିଜ୍ଞାପନ ପ୍ରକାଶ ପାଇଛି । ସେହିପରିଭାବେ ଏମଏନଆରଜିଏସରେ କାର୍ଯ୍ୟ କରୁଥିବା ସମସ୍ତ କଣ୍ଟାକଚୁଆଲ କର୍ମଚାରୀଙ୍କୁ ପ୍ରତିବର୍ଷ ଶତକଡା ୩ ଭାଗ ରିମୁନେସନ ପାଇଁ ବିଭାଗୀୟ କାର୍ଯ୍ୟାଳୟ ଚିଠି ନମ୍ବର ୯୭୮୮/୨୩.୫.୨୦୧୮ରେ ଅନୁମତି ଦିଆଯାଇଛି । ଏହି ଚିଠିର ନକଲ ସମସ୍ତ ଜିଲାପାଳ ଏବଂ ୂବିଡିଓମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶ ପ୍ରଦାନ କରାଯାଇଛି । ସମସ୍ତ ସରକାରୀ ନିଦେ୍ର୍ଦଶନାମା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଜିଆରଏସଙ୍କୁ ଇପିଏଫ କିମ୍ବା ଇନକ୍ରିମେଣ୍ଟ ପ୍ରଦାନ କରାଯାଉନଥିବାରୁ ଆଜି ବ୍ଲକର ସମସ୍ତ ଜିଆରଏସମାନେ ସରକାରୀ ନିଦେ୍ର୍ଦଶନାମାକୁ ମାନି ୭ ଦିନ ମଧ୍ୟରେ ଇପିଏଫ ଓ ଇନିକ୍ରିମେଣ୍ଟ ପ୍ରଦାନ କରାଯାଉ, ନଚେତ ଆସନ୍ତା ୧୨ ତାରିଖରେ ବ୍ଲକରେ କାର୍ଯ୍ୟରତ ସମସ୍ତ ଜିଆରଏସମାନେ ଆନେ୍ଦାଳନ କରିବା ସହିତ କାର୍ଯ୍ୟବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନି ଦେଇଛନ୍ତି । ଏହାକୁ ନେଇ ସଂଘ ପକ୍ଷରୁ ଏକ ଲିଖିତ ଅଭିଯୋଗ ବିଡିଓଙ୍କୁ ପ୍ରଦାନ କରାଯାଇଛି । ତେବେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସଂପୃକ୍ତ ବିଭାଗୀୟ କର୍ମଚାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଥିବା ବିଡିଓ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶରତଚନ୍ଦ୍ର ନାୟକ, ଆନନ୍ଦଚନ୍ଦ୍ର ଦାସ, ଜ୍ୟୋତିରଞ୍ଜନ ସାମଲ, ଭରତ ପଣ୍ଡା, ଅନୁପମ ପରିଡା, ରଞ୍ଜୁଶ୍ରୀ ସାହୁ, ବୈକୁଣ୍ଡନାଥ ଦାସ, ଜିତେନ କୁମାର ଧଳ, ସନ୍ତୋଷ କୁମାର ପରିଡା, ନିକୁଞ୍ଜ ସାମଲ ପ୍ରମୁଖ ଯୋଗଦେଇ ଏହି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ।

Related Posts

About The Author

Add Comment