ବାରିପଦା୨୧/୦୭ (ସନ୍ଧାନ ନିଉଜ);- ମୟୁରଣଞ୍ଜ ଜିଲ୍ଲା ବିଶୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ଅପରହ୍ନରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ବ୍ଲକ ଅଧିନ ଜମିରଡିହା । ଗ୍ରାମର ଶତାଧିକ ଗ୍ରାମବାସୀ ନଙ୍ଗଳବେଣ୍ଡା ପୋଖରୀଆ ପଂଚାୟତର ଜିଆରଏସଙ୍କ ମୃତ ଦେହଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିବା ଘଟଣା ପ୍ରଶାସନ ପାଇଁ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି କରିଥିଲେ ।
ଘଟଣାରୁ ପ୍ରକାଶ ଯେ ବିଶୋଇ ବ୍ଲକ ଅଧୀନ ଜାମିରଡିହା ଗ୍ରାମର ବାସିନ୍ଦା ତଥା ଏହି ବ୍ଲକର ନ.ବେ ପୋଖରିଆ ପଂଚାୟତର ଗ୍ରାମରୋଜଗାର ସେବକ (ଜିଆରଏସ) ସଂଜିତ କୁମାରଧଳ (୪୨)ଗତ ୧୪ ତାରିଖଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିବାରୁ ସେ ମଣଦା ସିଏଚସିକୁ ଚିକିସôା ପାଇଁ ଆସିଥିଲେ । ଘର ଲୋକ ତାଙ୍କର କରୋନା ସ୍ୱାବ ଟେଷ୍ଟ ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସଂଜିତଙ୍କ ଠାରୁ ସ୍ୱାବ ସଂଗ୍ରହ କରାନଯାଇ ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦା ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ବାରିପଦା ରେ ଗତ ୧୪ ତାରିଖରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ନିମୋନିଆ ପାଇଁ ଚିକିସôାଧୀନ ଥିଲେ ମଧ୍ୟ କରୋନା ପାଇଁ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ୧୬ ତାରିଖ ସକାଳେ ସଂଜିତଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ କଟକକୁ ରେଫର କରାଯାଇଥିଲା । ୧୬ ତାରିଖ ସଂନ୍ଧ୍ୟାରେ ଗୁରୁତର ସଂଜିତକୁ ଏକ ଘୋରଇ ନର୍ସିହୋମରେ ଭର୍ତି କରାଯାଇଥିଲା ଓ ସେହି ସଂନ୍ଧ୍ୟାରେ ତାଙ୍କ ଠାରୁ କରୋନା ଟେଷ୍ଟିଂ ପାଇଁ ସ୍ୱାବ ସଂଗ୍ରହ କରାଯାଇଥିଲା ।୧୭ ତାରିଖ ତାଙ୍କୁ ଭେନଟିଲେଟର ରେ ରଖାଯାଇଥିଲେ ମଧ୍ୟ ସ୍ୱାବ ରିପୋର୍ଟ ମିଳିପାରିନଥିଲା । ଅତିଦୁର୍ଭାଗ୍ୟଜନକ ଭାବେ ସଂଜିତଙ୍କ ୧୮ ତାରିଖ ସକାଳେ ପ୍ରାୟ ୬ଟା ୧୫ରେ ମୃତ୍ୟ ହୋଇଯିବାରୁ ତାଙ୍କ ଗ୍ରାମ ଓ ବିଶୋଇ ବ୍ଲକ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଏ ସମ୍ପର୍କରେ ବ୍ଲକ ବିଡିଓ ଓ ଥାନାଧିକାରୀ ସୂଚନା ପାଇ ସଂଜିତଙ୍କ ଗ୍ରାମରେ ସକାଳେ ପହଂଚି ମୃତ ଜିଆରଏସ୍ ସଂଜିତଙ୍କ ଶବ ସକôାର କରିବା ପାଇଁ ପରିବାର ଲୋକଙ୍କ ପ୍ରବର୍ତଇଥିଲେ । କିନ୍ତୁ ମୁତକଙ୍କ କରୋନା ଟେଷ୍ଟିଂ ରିପୋର୍ଟ ପ୍ରଶାସନ ବା ପରିବାର ଲୋକଙ୍କୁ ହସ୍ତଗତ ହୋଇନଥରବାରୁ ସେମାନେ ସଂଜିତଙ୍କ ଶବ ସକôାର କରିବା ପାଇଁ ଅନିଚ୍ଛା ପ୍ରକାଶ କରିଥରଲେ । ଏପଟେ ଶତାଧିକ ଗ୍ରମବାସୀ ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳାର ପ୍ରତିବାଦ କରି ସଂଜିତଙ୍କ ମୃତଦେହ ସହ ବ୍ଲକ୍ ଅଫିସ ସମ୍ମୁଖରେ ଅପରାହ୍ନ ୪ଟାରୁ ଧାରଣାରେ ବସିରହିବା ଘଟଣା ଏକ ଅଭାବନୀୟ ପରିସ୍ଥିତି ସ୍ୱଷ୍ଟିକରିଥିଲା । କଟକ ଘରୋଇ ନର୍ସିହୋମ ପକ୍ଷରୁ କରୋନା ଟେଷ୍ଟିଂ ରିପୋର୍ଟରେ ନେଗେଟିଭ ବୋଲି ସଂନ୍ଧ୍ୟା ୬.୩୦ରେ ଜଣାପଡିଲା । ବର୍ତମାନ ଏକ ବଡପ୍ରଶ୍ନ ଉଠୁଛି ଯେ ମୃତ ସଂଜିତ ଓ ପରିବାର ଲୋକଙ୍କ ଅନୁରୋଧ ସତ୍ୱେ ମଣଦା ସିଏଚସି ଏବଂ ବାରିପଦା ପିଅରଏମ ମେଡିକାଲରେ ତାଙ୍କର କରୋନା ପାଇଁ ସ୍ୱାବ ଟେଷ୍ଟିଂ କାହିଁକି କରାଗଲା ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ମିଳିଥିବା ଶେଷ ସୂଚନାନୁଯାୟୀ ସଂନ୍ଧ୍ୟା ପ୍ରାୟ ୬.୩୦ରେ ଟେଷ୍ଟିଂ ରିପୋର୍ଟ ନେଗେଟିଭ ଆସିବାପରେ ଗ୍ରମବାସୀ ଆଶ୍ୱସ୍ଥହୋଇ ଥିଲେ ମଧ୍ୟ ଜିଆରଏସ୍ ସଂଜିତଙ୍କ ଅକାଳ ବିୟୋଗରେ ବିଡିଓ ନିଜେ ଆସି ମୃତ ସଂଜିତଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ଦାବି କରିଥିଲେ । ହେଲେ ବିଡିଓ ସଂଜିତଙ୍କ ଗାଁ ବାସଗୃହରେ ସଂନ୍ଧ୍ୟା ପର୍ଯ୍ୟନ୍ତ ଦୀର୍ଘ ସମୟଧରି ରହିଥରଲେ ମଧ୍ୟ ତାଙ୍କ ମରଶରୀର ରଖାଯାଇଥିବା ବ୍ଲକ କାର୍ଯ୍ୟାଳୟ ସମ୍ମୁଖକୁ ଆସିନଥିଲେ । ଏଥିରେ ଗ୍ରାମବାସୀ ଓ ଜନସାଧାରଣ ତୀବ୍ରପ୍ରତିକିୟା ପ୍ରକାଶ କରି ୪୯ନଂ ଜାତୀୟ ରାଜପଥକୁ ସଂନ୍ଧ୍ୟା ୭ଟା ଠାରୁ ଅବରୋଧ କରିଥିବା ସୂଚନା ମିଳିଛି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ବିଡିଓ ଘଟଣାସ୍ଥଳରେ ପହଂଚିନଥିବା ଖବର ମିଳିଛି । ତାଙ୍କ ପରିବାର ଓ ୨ ନାବାଳକ ସନ୍ତାନ ଅସହାୟ ହୋଇପଡିଥିବାରୁ ତାଙ୍କ ପତ୍ନୀଙ୍କୁ ଚାକିରୀ ଏବଂ ଉପଯୁକ୍ତ ଥଇଥାନ ଓ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଜିଆରଏସଙ୍କ ଶବଧରି ବ୍ଲକ ଆଗରେ ଗ୍ରାମବାସୀଙ୍କ ଧାରଣା ; ବିଡିଓଙ୍କ ଅନୁପସ୍ଥିତି ପାଇଁ ଜାତୀୟ ରାଜପଥ ଅବରୋଧ
|
July 21, 2020 |