ଜାରକାରେ ସର୍ବଭାରତୀୟ ସିକୁ କପ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଓଡିଶା ପୋଷ୍ଟାଲ

Spread the love

ଧର୍ମଶାଳା,୧୩ା୧୧(ସନ୍ଧାନ ନିୟୁଜ/ମାନସ ରାଉତ): ଅଂଶୁମାନ ମେମୋରିଆଲ ଟ୍ରଷ୍ଟଠାରେ ପକ୍ଷରୁ ଜାରକା ଠାରେ ଚାଲିଥିବା ସର୍ବଭାରତୀୟ ସିକୁ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଓଡିଶା ପୋଷ୍ଟାଲ ସର୍ଭିସ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଡିଏଲ ନିୟମରେ ଆଧାରରେ ରନ ରେଟକୁ ଭିତ୍ତି କରି ୭ରନରେ ବିପକ୍ଷ ଫରେଷ୍ଟ ଇଲେଭେନ ଛତିଶଗଡକୁ ହରାଇଥିଲା ।
ଆଜି ଖେଳରେ ଟଚ ଜିତି ଓଡିଶା ପୋଷ୍ଟାଲ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଦାରିତ ୩୦ ଓଭର ମଧ୍ୟରୁ ୨୮.୪ ଓଭରରେ ସମସ୍ତ ଓି୍ୱକେଟ ହରାଇ ୨୬୬ ରନର କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅନୁରାଗ ଷଢଙ୍ଗୀ ୭୮ ଓ ସିଦ୍ଧାନ୍ତ ଜେନା ୬୬ ରନ କରିଥିଲେ । ଛତିଶଗଡର ସୁବ୍ରମଣିୟମ ୪ଟି ଓ ବିକାଶ ରାଉତ ୪ଟି ଓି୍ୱକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଛତିଶଗଡ ୨୫.୨ ଓଭରରେ ୮ ଓି୍ୱକେଟ ହରାଇ ୨୧୫ ରନ ସଂଗ୍ରହ କରିଥିଲା । ଦଳର ଦୀପକ ଯାଦବ ୫୬ ରନ ଓ ରାକେଶ ପଟ୍ଟନାୟକ ୩୮ ରନ ସଂଗ୍ରହ କରିଥିଲେ । ଓଡିଶା ପୋଷ୍ଟାଲର ଆଲୋକ ସାହୁ ଓ ପ୍ରିତମଜିତ ଦାସ ଦୁଇଟି ଲେଖାଁଏ ଓି୍ୱକେଟ ହାସଲ କରିଥିଲେ । ଖେଳକୁ ଆଶୁତୋଷ ପାଣି ଓ ଲଲାଟକେଶରୀ ନନ୍ଦ ପରିଚାଳନା କରିଥିଲେ । ଆଜି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ କରିଥିବା ସିଦ୍ଧାନ୍ତ ଜେନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା । ୧୫ ତାରିଖରେ ୟୁନିୟନ ସ୍ପୋଟିଂ ଝାଡଖଣ୍ଡ ଏବଂ ଓଡିଶା ପୋଷ୍ଟାଲ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟ ସଂଯୋଜକ ଦେବରାଜ ମିଶ୍ର ସୂଚନା ଦେଇଛନ୍ତି ।

Related Posts

About The Author

Add Comment