ଧର୍ମଶାଳା,୯ା୧୧(ସନ୍ଧାନ ନିୟୁଜ/ମାନସ ରାଉତ): ଧର୍ମଶାଳା ବ୍ଲକ ଜାରକା ଠାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ସିକୁ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ୟୁନିୟନ ସ୍ପୋଟିଂ ଝାଡଖଣ୍ଡ ୮ ଓି୍ୱକେଟରେ କଟକର ରାଜିଙ୍ଗ ଷ୍ଟୁଡେଣ୍ଟ କ୍ଲବକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି ।
ଆଜି ଖେଳରେ ଟଚ ଜିତି କଟକ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଦାରିତ ୩୦ ଓଭର ମଧ୍ୟରୁ ୨୯ ଓଭରରେ ସମସ୍ତ ଓି୍ୱକେଟ ହରାଇ ୨୬୨ ରନର କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଜ୍ଞାନ ଜ୍ୟୋତିରାୟ ୮୩ ରନ ଓ ସୁଜିତ ଲେଙ୍କା ୫୭ ରନ ସଂଗ୍ରହ କରିଥିଲେ । ଝାଡଖଣ୍ଡର କାର୍ତ୍ତିକ ୫ଟି ଓ ସୋନୁ ସିଂ ୨ଟି ଓି୍ୱକେଟ ଅକ୍ତିଆର କରିଥିଲେ । କଟକର ଏହି ବିଶାଳ ସ୍କୋରକୁ ଝାଡଖଣ୍ଡ ଦଳର ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ ରାଜୁ ଯାଦବଙ୍କ ଧୁଆଁଧାର ବ୍ୟାଟିଂ ପ୍ରତିହତ କରି ବିଜୟର ପଥ ସୁଗମ କରିଥିଲା । ରାଜୁଙ୍କ ୧୧୯ ରନ (୫୦ ବଲ) ଓ ଅବିନାଶ ଯାଦବଙ୍କ ୭୯ ରନ (୪୨ବଲ)ସଂଗ୍ରହ କ୍ରମେ ଦଳ ୧୮.୨ ଓଭରରେ ମାତ୍ର ୨ଟି ଓି୍ୱକେଟ ହରାଇ ବିଜୟୀ ହୋଇଥିଲା । କଟକଦିଲ୍ଲିପ ପଣ୍ଡା ଓ ଅଜିତ ରଣା ଗୋଟିଏ ଲେଖାଁଏ ଓି୍ୱକେଟ ନେଇଥିଲେ । ଖେଳକୁ ପ୍ରାଣନାଥ ଜେନା ଓ ଖଗେଶ୍ୱର ମଲିକ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଶତକ ହାସଲ କରିଥିବା ରାଜୁ ଯାଦବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ଖେଳରେ ପ୍ରେସ କ୍ଲବ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଶତପଥୀ, କ୍ରୀଡାବିତ ଚକ୍ରଧର ଲେଙ୍କା ଓ ଯୁବ ସଂଗଠକ ପ୍ରକାଶ ସାମଲ ଅତିଥି ଭାବରେ ଯୋଗଦେଇ ପୁରସ୍କୃତ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ବିଜୟ କୁମାର ରାୟ ଓ ଉପାଧ୍ୟକ୍ଷ ହିମାଁଶୁ ଶେଖର ସାହୁ ଉପସ୍ଥିତ ଥିଲେ । ସେହିପରି ଖେଳର ସ୍କୋରରେ ଚିତ୍ତରଞ୍ଜନ ମହାନ୍ତି ଓ ସୁବାଶିଷ ଦାସ ସହଯୋଗ କରିଥିଲେ ।
ଜାରକାରେ ସର୍ବଭାରତୀୟ ସିକୁ କପ ଟୁର୍ଣ୍ଣାମେଣ୍ଟ କଟକକୁ ହରାଇ ଝାଡଖଣ୍ଡ ଫାଇନାଲରେ
|
November 9, 2019 |
