ଜାରକାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁଙ୍କ ୧୪୩ ତମ ଜୟନ୍ତୀ

Spread the love

ଧର୍ମଶାଳା, ୧୨/୧୦ (ସନ୍ଧାନ ନିଉଜ) :  ଧର୍ମଶାଳା ବ୍ଲକ୍ ଜାରକା ସ୍ଥିତ ଗୋପବନ୍ଧୁ ଜୟନ୍ତୀ କମିଟି ପକ୍ଷରୁ ପ୍ରତିବର୍ଷ ଚଳିତ ବର୍ଷ ୧୪୩ ତମ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠିତ ଉସôବରେ ପୂର୍ବତନ ବିଧାୟକ ରବିଲାବଣ୍ୟ, ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା, ଥାନା ଅଧିକାରୀ ସରୋଜ କୁମାର ସାହୁ, ଡ. ବିଜୟ କୁମାର ଶତପଥି , ଗୋକର୍ଣ୍ଣିକା ସଂପାଦକ ରମାକାନ୍ତ ଜେନା , ବର୍ଷୀୟାନ ଶୁକଦେବ ପତି , ସମାଜସେବୀ ଦୁର୍ଗା ପ୍ରସନ୍ନ ଦାଶ, କ୍ୟାପଟେନ ତ୍ରିଲୋଚନ ବିଶ୍ୱାଳ ଓ କୃଷକ ନେତା ବସନ୍ତ କୁମାର ପରିଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ସିଂହ , ସମାଜ ସେବୀ କାହ୍ନୁଚରଣ ଦାଶ, ବେଣୁଧର ନାୟକ, ଡ. ପ୍ରଶାନ୍ତ କୁମାର ସ୍ୱାଇଁ, ଅଭୟାନନ୍ଦ ଶାରଦା, ଯୁବକ ନେତା ମିହିର କୁମାର ଖୁଂଟିଆ , ଦେବବ୍ରତ ରାଉତ, ହରିହର ମଲ୍ଲିକ, ଲକ୍ଷ୍ମୀ ଖମାରୀ, ଗୋଲକ ଚନ୍ଦ୍ର ପଲେଇ , ପ୍ରଶାନ୍ତ କୁମାର ସାହୁ, ଭୀକାରୀ ଚରଣ ମଲ୍ଲିକ, ପିତବାସ ପାତ୍ର ଓ ପ୍ରଫୁଲ୍ଲ କୁମାର ରାୟ ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାପଣ କରି ଅନୁଷ୍ଠିତ ସଭାରେ ଗୋପବନ୍ଧୁଙ୍କ ନୀତି, ତ୍ୟାଗପୂତ ଜୀବନଶୈଳୀ ସାଂପ୍ରତିକ ସମୟରେ ଏହାର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ କିଶାନ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍୍ରାପକ ବିଜୟ ନାୟକ ଅତିଥି ପରିଚୟ ଓ ଯୁବ ସଂଗଠକ ଦେବବ୍ରତ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଚହଟା ସମିତି ସଭ୍ୟ ମନୋଜ କୁମାର ରାଉଳ, ମୁସ୍ତାକ ହବିବ୍, ନକୁଳ ଜେନା, ପୂର୍ବତନ ସରପଂଚ ସନ୍ତୋଷ କୁମାର ଜେନା, ପଦ୍ମନାଭ ନ୍ୟାଭି, କିଶୋର ରାଉତ, କନକଲତା ମଲ୍ଲିକ, ପ୍ରମୁଖଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଞ୍ଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଉକôଳମଣୀ ଗୋପବନ୍ଧୁ ସଂଘ ପକ୍ଷରୁ ସ୍ଥାନୀୟ ସ୍ଥିଭିକ ସେଂଟର ପରିସରରେ ସଂଘର ସଭାପତି ଅବସରପ୍ରାପ୍ତ ଜିଲ୍ଲା ଚିକିସôାଧିକାରୀ ଡ. ବିଜୟ କୁମାର ଶତପଥିଙ୍କ ପୈାର ହିତ୍ୟରେ ଅନୁଷ୍ିଂତ ହୋଇଯାଇଛି । ଏଥିରେ ସଂଘର ସମସ୍ତ ସଭ୍ୟମାନେ ଅଂଶ ଗ୍ରହଣ କରି ଗୋପବନ୍ଧୁଙ୍କ ଜୀବନଦର୍ଶୀ ଉପରେ ବକ୍ତବ୍ୟ ରଖିଥିଲେ ।

Related Posts

About The Author

Add Comment