ଜାନୁଆରୀରୁ ଭୁବନେଶ୍ୱର-ସୁରଟ ସିଧାସଳଖ ବିମାନସେବା

Spread the love

ଭୁବନେଶ୍ବର, ୨୮/୧୨ (ସନ୍ଧାନ ନିଉଜ) : ଜାନୁଆରୀ ୨୦୨୦ରୁ ଭୁବନେଶ୍ବରରୁ ସୁରଟ ପାଇଁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ସପ୍ତାହରେ ଦୁଇ ଦିନ ଲେଖାଏଁ ବିମାନ ଉଡାଣ ଭରିବ। ବିମାନ ପ୍ରତି ସପ୍ତାହର ସୋମବାର ଓ ଗୁରୁବାର ସକାଳ ୮.୪୦ ମିନିଟରେ ଭୁବନେଶ୍ବରରୁ ଉଡାଣ ଭରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳ ସୁରଟ ପଟୁ ପ୍ରତି ସପ୍ତାହର ଶୁକ୍ରବାର ଏବଂ ରବିବାର ସକାଳ ୮.୩୦ ମିନିଟରେ ଉଡାଣ ଭରିବ ବୋଲି ସୂଚନା ମିଳିଛି। ଭୁବନେଶ୍ବରରୁ ଜାନୁଆରୀ ୨୦ ତାରିଖ​‌ରେ ଏୟାର ଇଣ୍ଡିଆ ବିମାନ ଉଡାଣ ପାଇଁ ଟିକଟ ବୁକିଂ ଆରମ୍ଭ କରିଦେଇଛି। ଭୁବନେଶ୍ବରରୁ ସୁରଟ ଯାତ୍ରା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ୪୮୦୩ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ସୁରଟ ପଟୁ ଆସିବା ପାଇଁ ୪୨୧୩ ଟଙ୍କା ରଖାଯାଇଛି।

Related Posts

About The Author

Add Comment