ବାସୁଦେବପୁର, 06/03 (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଜବାହାର ନବୋଦୟ ବିଦ୍ୟାଳୟ ରେ ଗତ କିଛି ଦିନ ତଳେ ଜାତୀୟ ସ୍ତରୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଦ୍ରକ ଜବାହାର ନବୋଦୟ ବିଦ୍ୟାଳୟ ର ଚାରି ପ୍ରତିଭା ଛାତ୍ର ଶୁଭମ ରାଉତ, ଏସ. କେ ଶୁଭଙ୍କର ଓଝା, ଓ଼ମ ପ୍ରକାଶ ପୋଇ, ପ୍ରଦୋଷ କୁମାର ପଣ୍ଡା ଙ୍କ ଦ୍ୱାରା ତିଆରି ହୋଇଥିବା ପ୍ରକଳ୍ପ ଟି ଆମ ଦେଶର ପ୍ରଧାନ ମନ୍ତ୍ରୀ ଡ. ନରେନ୍ଦ୍ର ମୋଦି ସ୍ୱପ୍ନ ଦେଖିଥିବା ଆତ୍ମ ନିର୍ଭର ଭାରତ ର ଏକ ସୁନ୍ଦର ଉଦାହରଣ ହୋଇ ପାରିବ | ଆଜିକାର ସମାଜ ସମ୍ପୂର୍ଣ ରୂପେ ପ୍ଲାଷ୍ଟିକ ଉପରେ ନିର୍ଭରଶିଳ | ବିନା ପ୍ଲାଷ୍ଟିକ ବ୍ୟବହାର ରେ କୌଣସି କାର୍ଯ୍ୟ ଯେପରି ପୂର୍ଣ୍ଣ ହୋଇ ପାରେନା,ସକାଳୁ ସନ୍ଧ୍ୟା ଯାଏ ପ୍ଲାଷ୍ଟିକ ସହ ଜଡ଼ିତ ରହିବାକୁ ପଡେ। ପ୍ଲାଷ୍ଟିକ ଆମ ସମାଜ ଯେତିକି ହିତକର ସେତିକି କ୍ଷତିକାରକ ଅଟେ।
ସମୟର ପରିବର୍ତନ ସଙ୍ଗେ ସଙ୍ଗେ ଆମ ସମାଜ ମଧ୍ୟ ପରିବର୍ତନ ହୋଇଗଲାଣି ଯାହା ଫଳରେ ଆଜିର ସମାଜ ସମ୍ପୂର୍ଣ ଭାବେ ପ୍ଲାଷ୍ଟିକ ଉପରେ ନିର୍ଭରଶୀଳ ହୋଇଯାଇଛି
| କିନ୍ତୁ ଏହି ଛାତ୍ର ମାନଙ୍କ ଦ୍ୱାରା ତିଆରି ହୋଇଥିବା ଖେଳନା ରେ ପ୍ରକଳ୍ପରେ ପ୍ଲାଷ୍ଟିକ ର କୌଣସି ଭୂମିକା ନାହିଁ | ଏହି ଖେଳନା ପ୍ରକଳ୍ପ ଟି ସମ୍ପୂର୍ଣ ରୂପେ ବାଉଁଶ ଏବଂ ନଡା ରୁ ତିଆରି | ତେଣୁ ଏହା ଆମ ସମାଜ ପାଇଁ କୌଣସି ହାନିକାରକ ନୁହେଁ | ସାଧାରଣତଃ ପ୍ଲାଷ୍ଟିକ ଖେଳନା ଗୁଡିକର ବ୍ୟବହାର ପରେ ତାହାକୁ ଫୋପାଡ଼ି ଦିଆଯାଏ ଯାହାକି ମୂର୍ତ୍ତିକା, ବାୟୁ, ଜଳ ପ୍ରଦୂଷଣ କରେ | କିନ୍ତୁ ଏହି ଖେଳନା ପ୍ରକଳ୍ପ ର ବ୍ୟବହାର ପରେ ଏହାକୁ ଫୋପାଡିଦେଲେ ମଧ୍ୟ ଏହା ସମାଜର କୌଣସି କ୍ଷତି କରିନଥାଏ | ପୂର୍ବ କାଳର ଲୋକମାନେ ବାଉଁଶ, ଏବଂ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କର ପର ଗୁଡିକକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଖେଳନା ଗୁଡିକ ତିଆରି କରୁଥିଲେ | | କିନ୍ତୁ ପିଲାମାନଙ୍କ ଦ୍ୱାରା ତିଆରି ହୋଇଥିବା ପ୍ରକଳ୍ପଟି ସମ୍ପୂର୍ଣ ଭାବେ ପୂର୍ବ କାଳର ଖେଳନା ପରି ଗଢ଼ାହୋଇଅଛି | ଯାହାକି ପିଲାମାନଙ୍କ ମନରେ ପୂର୍ବ କାଳର କଳା ଓ ସଂସ୍କୃତି ର ଭାବନା କୁ ଜାଗ୍ରତ କରାଇବ | ଏବଂ ଏହି ଖେଳନା ପ୍ରକଳ୍ପଟିରେ ଅଙ୍କା ଯାଇଥିବା ଚିତ୍ର ଗୁଡିକ ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ଚିତ୍ରକଳା କୁ ପ୍ରେରଣା ଯୋଗାଉଛି ଏବଂ ଛୋଟ ପିଲାମାନଙ୍କୁ ବିଭିନ୍ନ ରାଜ୍ୟର ଚିତ୍ରକଳାର ଶିଖ୍ୟା ଦେବ ଏବଂ ଏହି ପ୍ରକଳ୍ପଟିରେ ବ୍ୟବହାର ହୋଇଥିବା ରଙ୍ଗ ବେରଙ୍ଗ ର ଲାଇଟ ଏବଂ ଏଥିରେ ବ୍ୟବହାର ହୋଇଥିବା ସ୍ପିକରଟିରେ ଭଜନ, ରାଇମ୍ ଓ ଦେଶାତ୍ମାବୋଧକ ଗୀତ ବାଜିବ ଯାହାକି ଛୋଟ ପିଲାମାନଙ୍କର ମନକୁ ଆକଶ୍ରିତ କରିବ | ଏବଂ ଏଥିରେ ବ୍ୟବହାର ହୋଇଥିବା ମୋଟରଟି ଘୁରିବା ସତ୍ୱେ ହିଁ ମୋଟରଟିରେ ଲାଗିଥିବା ଗୋଲାକାର ଆକୃତିର ଚକ୍ରୀ ଉପରେ ଲେଖାଯାଇଥିବା ଇଂରାଜୀ ବର୍ଣ୍ଣମାଳା ଓ ଏଥିରେ ଅଙ୍କା ହୋଇଥିବା ସେଓ,ବଲ ଆଦି ଚିତ୍ର ଗୁଡିକର ଶିଖ୍ୟା ପିଲାମାନଙ୍କୁ ମିଳିବ | ପିଲାମାନଙ୍କ କହିବା ଅନୁଯାଇ ଯଦି ଏହି ଖେଳଣାଟି ଭବିଷ୍ୟତରେ ବଜାରରେ ଉପଲବ୍ଧ ହେବ, ନଡା ଓ ବାଉଁଶ କୃଷକ ଠାରୁ କିଣାଯିବ ଯାହାଦ୍ୱାରା କୃଷକର ସର୍ବାଦିକ ଲାଭ ହେବା ସଙ୍ଗେ ସଙ୍ଗେ ଆଜିର ଶିକ୍ଷିତ ଯୁବ ସମାଜ ମଧ୍ୟ କୃଷି କାର୍ଯ୍ୟ କୁ ନିଜର ଜୀବିକା ରୂପେ ଆପଣେଇ ପାରିବେ।


