ଜାତୀୟ ସ୍ତରର କବାଡିରେ ଯାଜପୁରର ସବ୍ୟସାଚୀ ସାମିଲି

Spread the love

ସର୍ବଭାରତୀୟ ୧୭ବର୍ଷରୁ କମ୍ କବାଡି ଟୁର୍ଣ୍ଣାମେଂଟ: ପ୍ରଥମ ମ୍ୟାଚରେ କେଭିଏସକୁ ମୁକାବିଲା କରିବ ଓଡିଶା

ଯାଜପୁର, (ସନ୍ଧାନ ନିଉଜ): ୧୭ବର୍ଷରୁ କମ କବାଡି ଖେଳରେ ଓଡିଶା ଦଳରେ ଯାଜପୁରର ପୁଅ ସବସ୍ୟାଚି ମହାନ୍ତି ସାମିଲି ହୋଇଛନ୍ତି । ସେ ରାଜ୍ୟରୁ ଚୟନ ହୋଇଥିବା ୧୨ଜଣିଆ ଟିମ୍‌ରେ ସାମିଲ ହୋଇ କବାଡି ମ୍ୟାଚରେ ଅଂଶ ଗ୍ରହଣ କରିବା ପାଇଁ ତେଲିଙ୍ଗାନା ଗ୍ରସ୍ତ କରିଛନ୍ତି । ଆସନ୍ତା କାଲି ତେଲିଙ୍ଗାନାରେ ଓଡିଶା ନିଜର ପ୍ରଥମ ମ୍ୟାଚ କେଭିଏସ ବିପକ୍ଷରେ ଖେଳିବ । ପ୍ରଥମେ ଜୁନିୟର ବିଭାଗର ରସୁଲପୁର ବ୍ଲକ ଶିକ୍ଷା ମଣ୍ଡଳ ତରଫରୁ ଖେଳି ଜିଲ୍ଲା ସ୍ତରକୁ ଯାଇଥିଲେ । ପରେ ଜିଲ୍ଲା ପାଇଁ ଉନ୍ନତ ଖେଳ ଖେଳି ରାଜ୍ୟସ୍ତରର ସାମିଲ ହୋଇଥିଲେ । ସେ ଜଣେ ଭଲ ରିଡର ଭାବରେ ଦଳରେ ସ୍ଥାନ ପାଇଛନ୍ତି । ସବସ୍ୟାଚୀଙ୍କ ମା ଭାରତୀ ମହାନ୍ତି ଏବଂ ବାପା ରସୁଲପୁର ବ୍ଲକର ଭାରପ୍ରାପ୍ତ ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ସୁଧିର କୁମାର ମାହାନ୍ତି, କ୍ରୀଡା ଶିକ୍ଷକ ସୁରେଶ ପରିଡା, ପ୍ରଧାନ ଶିକ୍ଷକ ବିଭୂତି ଭୁଷଣ ପାଳଙ୍କ ସମେତ ଜିଲ୍ଲା କବାଡି ଆସୋସିଏସନର ପ୍ରତ୍ୟକ ତତ୍ୱାବଧାନ ଏବଂ ସହଯୋଗ ପାଇ ସେ ଆଜି ଏହି ସ୍ଥାନରେ ପଂହଚି ପାରିଛନ୍ତି ବୋଲି ମତ ଦେଇଛନ୍ତି । କବାଡି କ୍ରୀଡା ବ୍ୟତିତ୍ୱ ସବସ୍ୟାଚୀ ଜଣେ ମେଧାବୀ ଛାତ୍ର ଭାବରେ ଜଣାଶୁଣା । ସେ ଦୀପାଂଚଳ ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନରତ । ଏପରକିି ସେ ଦେଶ ତରଫରୁ କବାଡି ଖେଳିବାକୁ ଲକ୍ଷ ରଖିଥିବା ବେଳେ ରାଜ୍ୟସରକାର ଏବଂ ଯାଜପୁର ଜିଲ୍ଲା ପ୍ରଶାସନ ତାଙ୍କୁ କ୍ରୀଡା ପାଇଁ ପ୍ରୋତ୍ସାହନ ଏବଂ ସହଯୋଗ ଯେଗାଇଦେଲେ ସେ ନିଶ୍ଚୟ ଦେଶ ପାଇଁ ଖେଳିପାରିବେ ବୋଲି ମତପ୍ରକାଶ କରିଛନ୍ତି । ପ୍ରଥମେ ବିଦ୍ୟାଳୟ ସ୍ତରର କ୍ରୀଡାରେ ଚୟନ ହୋଇ ମଣ୍ଡଳ ସ୍ତରରେ କ୍ରୀଡାରେ ଉନ୍ନତ ପ୍ରର୍ଦଶନ କରିଥିଲେ । ପରେ କୋତପୁରରେ ଜିଲ୍ଲାସ୍ତରର କ୍ରୀଡାରେ ମଧ୍ୟ ବେଶ ଭଲ ଖେଳି ଚୟନ କର୍ତ୍ତାଙ୍କ ଦୃଷ୍ଟିକୁ ଆସିଥିଲେ । ଏହାପରେ ବ୍ରହ୍ମପୁରରେ ରାଜ୍ୟସ୍ତରରେ କବାଡିରେ ସାମିଲ ହୋଇପାରି ନିଜର ଉତ୍ତମ ଖେଳ ପ୍ରଦର୍ଶନ କରି ରାଜ୍ୟ ତରଫରୁ ଖେଳିବା ନିମନ୍ତେ ସବ୍ୟସାଚୀ ଚୟନ ହୋଇପରିଥିଲେ । ଆଗକୁ ସେ ଦେଶ ପାଇଁ ଖେଳିବା ନିମେନ୍ତ ପ୍ରଶକ୍ଷଣ ନେବା ପାଇଁ ଲକ୍ଷ ରଖିଥିବା ବେଳେ ରାଜ୍ୟ ସରକାର ଏଥିନିମନ୍ତେ ତାଙ୍କୁ ସାହାର୍ଯ୍ୟ ସହଯୋଗ ଯୋଗାଇଦେବାକୁ ଯାଜପୁରର ବହୁ କ୍ରୀଡାପ୍ରେମୀ ପ୍ରଶାସନକୁ ନିବଦେନ କରିଛନ୍ତି । ନିଜର ପୌତୃକ ଘର କୋରୋଇ ବ୍ଲକ ବରେଇ(ତଣ୍ଡରା) ହୋଇଥିବା ବେଳେ ରସୁଲପୁର ବ୍ଲକ ତରଫରୁ ଖେଳି ବ୍ଲକକୁ ଗୌରାବନିତ କରିଥିବାରୁ ବିଡିଓ ଅବନୀକାନ୍ତ ସାହୁ, ଏବଂ ଜିଲ୍ଲା ବହୁ କ୍ରୀଡାପ୍ରେମୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related Posts

About The Author

Add Comment