ଜାତୀୟ ସେବା ଯୋଜନାର ଶୀତକାଳୀନ ଉଦଯାପିତ

Spread the love

ଚଣ୍ଡିଖୋଲ, ୧୪/୨/୨୦ (ସନ୍ଧାନ ନିଉଜ) : ବାବା ଭୈରବାନନ୍ଦ ସଂୟଶାଶିତ ମହାବିଦ୍ୟାଲୟରେ ଜାତୀୟ ସେବା ଯୋଜନା ତରଫରୁ ଗତ ୬ ତାରିଖ ଆରମ୍ଭ ହୋଇଥିବା ଶୀତକାଳିନ ଶିବିର ଆଜି ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାର ଓ ଉକôଳ ବିଶ୍ୱବିଦ୍ୟାଳୟ ସହ ଯୋଗିତାରେ ଫେବୃୟାରୀ ୬ରୁ ୧୨ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବିରେନ୍ଦ୍ର କୁମାର ମିଶ୍ର ଉଦଘାଟନ କରିଥିବା ବେଳେ ସାତଦିନ ମଧ୍ୟରେ ସମାଜରେ ପ୍ରତିଷ୍ଠା କରିଥିବା ସମାଜସେବୀ ଶିକ୍ଷାବିତ ମାନେ ଯୋଗ ଦେଇ ସ୍ୱେଛାସେବୀ ମାନଙ୍କ ଦାୟିତ୍ୱବୋଧ ସଂପର୍କରେ ଆଲୋଚନା କରିଥିଲେ । ଯୋଗଦେଇଥିବା ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ଡ.କେଦାରନାଥ ଦାଶ, ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ, ଶେଖ ଅବଦୁଲ ସଫିକ, ଅଧ୍ୟାପକ ସର୍ବଶ୍ରୀ ସେକ କରିମୁଲ୍ଲା, ରାଜେନ୍ଦ୍ର ପାଢୀ, ସନ୍ତୋଷ ମାଝି, ଡ.ମନୋଜ ଦାଶ, ଅଭିମନ୍ୟୁ ରାଉତ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅନୁଭୁତି ପ୍ରକାଶ କରିବା ସହ ସ୍ୱେଛାସେବୀ ମାନଙ୍କୁ ଦେଶ ଗଠନରେ ପ୍ରମୁଖ ଭୁମିକ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ । ସାତ ଦିନିଆ ଶିବିର ମଧ୍ୟରେ ସ୍ୱେଛାସେବୀ ମାନେ ରାଣିବନ୍ଦୀ, ଖଣ୍ଡିଆବନ୍ଦୀ, ଅକବରାବାଦ ଓ ଭଡଙ୍ଗା ଆଦିବାସୀ ସାହିରେ ସଫେଇ, ସାମଜିକ ଓ ଅର୍ଥନୈତିକ ସର୍ଭେ, ସଚେତନ ଶୋଭାଯାତ୍ରା କରି ସ୍ୱାସ୍ଥ୍ୟ ସଚେତନତା, ମଦ ଓ ତମାଖୁ ବର୍ଜନ, ସ୍ୱାକ୍ଷରତା, ବୃକ୍ଷ ରୋପଣ ଓ ସ୍ୱଛତା ଉପରେ ସ୍ଲୋଗାନମାନ ଦେଇ ଗ୍ରାମ ପରିଭ୍ରମଣ କରିଥିଲେ । ଶିବିର ମଧ୍ୟରେ ଗାନ୍ଧୀକଥା ଓ ଗାନ୍ଧୀ ମାର୍ଗ ଓ ବୁଦ୍ଧଙ୍କ ଅହିଂସା ପଥରେ ଗାନ୍ଧୀ ଶୀର୍ଷକ ଦୁଇଟି ସେମିନାର ଅନୁଷ୍ଠିତ ହୋଇଥିଲା । ସାତ ଦିନିଆ ଶିବିରକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧରକାରୀ ଅଧ୍ୟାପକ ସଳିଳ ରାଜନନ୍ଦନମହାନ୍ତି, ସୁଜାତା ସେନାପତି ଓ ନିରଞ୍ଜନ ବେହେରା ଡରିଚାଳନା କରିଥିଲେ ।

Related Posts

About The Author

Add Comment