ଜାତୀୟ ସଡକ ସୁରକ୍ଷା ସପ୍ତାହ -୨୦୨୩ ଉଦ୍‌ଜାପିତ

Spread the love

ଦ୍ରୁତ ଗତି ମହା ବିପତ୍ତି, ଜୀବନ ନିଜ ପାଇଁ ଓ ପରିବାର ପାଇଁ ଅମୂଲ୍ୟ ସମ୍ପଦ, ଏହାର ସୁରକ୍ଷା
ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ଅଙ୍ଗୀକାରବଦ୍ଧ ହେବା ଉଚିତ: ଜିଲ୍ଲାପାଳ ଶ୍ରୀ ରାଠୋର

ଯାଜପୁର, ତା ୧୮ା୦୧ା୨୦୨୩ : ଯାଜପୁର ଜିଲ୍ଲାରେ ଚଳିତ ଜାନୁୟାରୀ ୧୧ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସଚେତନ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଚ୍ଥି । ରାଜ୍ୟ ସଡକ ସୁରକ୍ଷା ସମିତି ନିର୍ଦ୍ଦେଶ ଅନୁଯାଇ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଚଣ୍ଡିଖୋଲ ଓ ଯାଜପୁର ମିଳିତ ଆନୁକୂଲ୍ୟରେ ସପ୍ତାହବ୍ୟାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜି ପୂର୍ବାହ୍ନରେ ସଦର ମହକୁମାସ୍ଥ ଗୈାତମ ବୁଦ୍ଧ ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଦ୍ରୁତ ଗତି ମହା ବିପତ୍ତି, ଧିରେ ଟ୍ରାପିଂକ ନିୟମ ମାନି ହେଲ୍‌ମେଟ୍ ପିନ୍ଧି ଯାନ ଚଳାଇବା ଦ୍ୱାରା ଜୀବନ ସୁରକ୍ଷିତ ରହିବା ସହ ସଡକ ପଥ ମଧ୍ୟ ସୁଗମ ହୋଇଥାଏ । ଜୀବନ ନିଜପାଇଁ ଏବଂ ପରିବାର ପାଇଁ ଅମୂଲ୍ୟ ସମ୍ପଦ ହୋଇଥିବାରୁ ଏହାର ସୁରକ୍ଷା ନିମିତ୍ତ ପ୍ରତ୍ୟେକ ନାଗରିକ ଅଙ୍ଗୀକାରବଦ୍ଧ ହେବା ଉଚିତ ବୋଲି ଜିଲ୍ଳ୍‌ାପାଳ ଶ୍ରୀ ରାଠୋର ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ଯୋଗଦେଇ ଭାରତ ବର୍ଷରେ ସୁଦୀର୍ଘ ସଡକ ପଥ ଥିବାବେଳେ ଯାନବାହାନ ମଧ୍ୟ ଅଧିକ ଚାଲୁଅଚ୍ଥି । ପୃଥିବୀରେ ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସଡକ ଦୁର୍ଘଟଣା ଏବଂ ମୃତ୍ୟୁ ହାର ମଧ୍ୟ ଅଧିକ ଅଟେ । ପାଖାପାଖି ଶତକଡା ୬୦ ଭାଗ ଦୁର୍ଘଟଣାଜାତୀୟ ଓ ରାଜ୍ୟ ରାଜପଥ ଏବଂ ଗ୍ରାମାଞ୍ଚଳରେ ଘଟୁଚ୍ଥି । ମଦ୍ୟପାନ କରି ଗାଡି ଚଳାଇବା, ମୋବାଇଲରେ କଥା ହୋଇ ଗାଡି ଚଳାଇବା ଦୁର୍ଘଟଣାର ମୁଖ୍ୟ କାରଣ । ଏଥି ନିମନ୍ତେ ନିଜେ ବଞ୍ଚିବା ଏବଂ ଅନ୍ୟକୁ ବଞ୍ଚାଇବା ନିମନ୍ତେ ସଚେତନତା ହିଁ ଏକମାତ୍ର ବିକଳ୍ପ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର ଠାରୁ ଆରମ୍ଭ କରି ସ୍ୱେଚ୍ଚ୍ଥସେବୀ ଅନୁଷ୍ଠାନ ସଡକ ସୁରକ୍ଷା ଅଭିଯାନକୁ ତୃଣମୂଳ ସ୍ତରରେ ବ୍ୟାପକ କରିବାକୁ ସେ ଗୁରୁତ୍ୱାରୋପକରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯାଜପୁର ପୈାରପାଳିକା ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା ଯୋଗଦେଇ କହିଲେ ଯେ, ରାଜ୍ୟ ସଡକ ଓ ପରିବହନ ପକ୍ଷରୁ ସଡକ ଦୁର୍ଘଟଣା ରୋକିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସୁରକ୍ଷିତ କାର୍ଯ୍ୟକ୍ରମ ଗ୍ରହଣ କରିଆସୁଚ୍ଥନ୍ତି । ଜାତୀୟ ଏବଂ ରାଜ୍ୟ ରାଜପଥ ଦୁର୍ଘଟଣା ପ୍ରବଣ ଅଂଚଳ ମାନଙ୍କରେ ପ୍ରଥମ ରକ୍ଷକ ବା ସମରିଟାନ୍ ମାନଙ୍କୁ ତାଲିମ ଦିଆଯାଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ଜୀବନକୁ ବଞ୍ଚାଇବା ଏବଂ ସଡକ ସୁରକ୍ଷା ଦିଗରେ ସହଯୋଗ କରୁଚ୍ଥନ୍ତି । ଏଣୁ ପ୍ରତ୍ୟେକ ପାଦଚଲା ବ୍ୟକ୍ତି, ସାଇକେଲ ଯାତ୍ରୀ, ମୋଟରସାଇକେଲ ଯାତ୍ରୀ, ଲଘୁ ଓ ଭାରିଯାନ ଚଳାଉଥିବା ଯାନ ଚାଳକ ମାନେ ଜେବ୍ରା କ୍ରସିଂ ଏବଂ ବିଭିନ୍ନ ଟ୍ରାପିଂକ ନିୟନ୍ତ୍ରଣ ସ୍ଥାନ ମାନଙ୍କରେ ସଚେତନ ହୋଇ ଧୀର ବେଗରେ ଯାନ ଚଳାଇଲେ ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ଶ୍ରୀମତୀ ତିଳୋତ୍ତମା ପୃଷ୍ଟି ଯୋଗଦେଇ ଦିବସର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଡକ ଓ ପରିବହନ ପୂର୍ବାଞ୍ଚଳ ଊପ-ଆୟୁକ୍ତ ଶ୍ରୀ ଆର୍‌.ଏନ୍‌. ସିର୍‌କା, ଊପ-ଜିଲ୍ଲାପାଳ ଶ୍ରୀ ଗୋପିନାଥ କୁଅଁର, ଡେପୁଟି କଲେକ୍ଟର ଶ୍ରାମତୀ କାଜଲ ପ୍ରଧାନ ଏବଂ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ମଞ୍ଚାସୀନ ଥିବାବେଳେ ଆଞ୍ଚଳିକ ପରିବହନ ଅଧିକାରୀ, ଯାଜପୁର ଶ୍ରୀ ନୀଳକଣ୍ଠ ପ୍ରଧାନ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ, ଚଣ୍ଡିଖୋଲ ଶ୍ରୀ ସମ୍ୱିତ କୁମାର ମଞ୍ଚ ପରିଚାଳନା କରିଥିଲେ । ଉଜ୍ଜାପନୀ ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଏବଂ ଅତିଥି ବୃନ୍ଦ ମା’ ବିରଜାଙ୍କ ପଂଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପାର୍ଘ୍ୟ ଦେଇ ଜିଲ୍ଲାରୁ ଦୁର୍ଘଟଣା ଏଡାଇବା ନିମନ୍ତେ ପ୍ରାର୍ଥନା କରିଥିଲେ। ଖଋଊ ଉପକରଣରେ ସଚେତନତା ନିମନ୍ତେ ହେଲମେଟ୍ ପିନ୍ଧି ଗାଡି ଚଳାଇବା, ସିଟ୍ ବେଲ୍ଟ ବାନ୍ଧିବା ଆଦି କ୍ଷୁଦ୍ର ଦୃଶ୍ୟ ଶ୍ରାବ୍ୟ ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ସପ୍ତାହ ବ୍ୟାପି ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତି ବିଶେଷ ଅନୁଷ୍‌ଠାନ ମାନଙ୍କୁ ଅତିଥି ମାନେ ଉତ୍ତରୀୟ ଓ ସାର୍ଟିପିଂକେଟ ଦେଇ ସମ୍ୱର୍ଦ୍ଧିିତ କରିଥିଲେ । ପ୍ରାରମ୍ଭରେ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ରାଜ୍ୟ ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।ଏହି ସଭାରେ ଯାଜପୁର ଜିଲ୍ଲାର ବହୁ ବୁଦ୍ଧିଜିବୀ, ମୋଟରଯାନ ବିକ୍ରେତା ଅନୁଷ୍‌ଠାନ,ବିଭିନ୍ନ ସଡକ ସୁରକ୍ଷା ସଚେତନତା ସଂଘର ସଦସ୍ୟ ବୃନ୍ଦ, ପୋଲିସ ଅଧିକାରୀ, ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘର ସଦସ୍ୟ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଦୀପକ କୁମାର ସେଠୀ, ପ୍ରଦୀପ୍ତ କିଶୋର ବେହେରା, ସୁମନ୍ତ ପାତ୍ର, ବସନ୍ତ କୁମାର ସେନାପତି, ପି. ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ଶାନ୍ତନୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାପଂଲ୍ୟ ମଣ୍ଡିତ କରିଥିଲେ ।

Related Posts

About The Author

Add Comment