ଯାଜପୁର,୨୩ /୧/୨୦୨୧(ସନ୍ଧାନ ନିଉଜ)-ଜାତୀୟ ଶିଶୁକନ୍ୟା ସପ୍ତାହ ପାଳନ ଅବସରରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଶନିବାର ପୁର୍ବାହ୍ନରେ ଯାଜପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ପାଳିତ ହୋଇଥିଲା । କନ୍ୟା ସନ୍ତାନର ସୁରକ୍ଷା ଓ ସେମାନଙ୍କ ରଶିକ୍ଷା ସୁନିଶ୍ଚିତ କରିବା ପ୍ରତ୍ୟେକଙ୍କର ଦାୟିତ୍ୱ ହେବା ଚିତବୋଲି ଉପସ୍ଥିତ ବ୍ୟକ୍ତିମାନେ ମତ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ କୁନି ଝିଅ ମୁତ୍ୟାଶା ବାରିକ୍ ଓ ଆଦ୍ୟାଶା ପ୍ରିୟଦର୍ଶନୀଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ମିଶ୍ର, ଜିଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଓ ବିଦ୍ୟାଳୟରସମସ୍ତଶିକ୍ଷକଶିକ୍ଷୟତ୍ରୀ ପ୍ରମୁଖଉପସ୍ଥିତ ଥିଲେ । ପରେହରିପୁର ପ୍ରାଥମିକବିଦ୍ୟାଳୟ ଓ ଇଶାନେଶ୍ୱର ଉଚ୍ଚ ବିଦ୍ୟାଳୟରାଜେନ୍ଦ୍ରପୁର ପରିସରରେଶିଶୁକନ୍ୟାମାନଙ୍କସୁରକ୍ଷା ଓ ସଚେତନତାଉଦ୍ଦେଶ୍ୟରେଶିଶୁକନ୍ୟାଙ୍କ ଦ୍ୱାରାବୃକ୍ଷରୋପଣକରାଯାଇଥିଲା । ଏଥିରେଶିଶୁସୁରକ୍ଷା ଅଧିକାରୀଶ୍ରୀକର, ଜିଲାଶିଶୁମଙ୍ଗଳକମିଟିରସଦସ୍ୟଡ଼ାରୁଦ୍ରନାରାୟଣ ପୃଷ୍ଟି, ଶିକ୍ଷାବିତ୍ ଅଜୟ କୁମାରମହାନ୍ତି, ହରିପୁର ପ୍ରାଥମିକବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଗାୟତ୍ରୀ ନାୟକ, ଶିଶୁସୁରକ୍ଷାବିଭାଗର ଆଇନ୍ ଅଧିକାରୀ ତପନ କୁମାର ପଣ୍ଡା, ରାଜେନ୍ଦ୍ରପୁରସରପଞ୍ଚ ସୁଶାନ୍ତ କୁମାରବେହେରା ଓ ଗିରିଧାରୀ ଭୋଇ ପ୍ରମୁଖ ଯୋଗ ଦେଇ ଶିଶୁ କନ୍ୟା ମାନଙ୍କର ସୁରକ୍ଷା ଓ ତା’ର ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ ।


