ଜାତୀୟ ରାଜପଥ କଡରେ ପାହାଡ ଲୁଟ: ମାଫିଆ ଛଡାଇ ନେଲେ କମ୍ପରସର

Spread the love

ଯାଜପୁର,୨୪/୦୪/୨୨ (ସନ୍ଧାନ ନିଉଜ) ସାଧାରଣରେ ଯାହା ଆଲୋଚନା ହେଉଥିଲା ଶେଷକୁ ତାହା ହିଁ ସତ୍ୟ ହେଲା । ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନ ଜେନାପୁର ଥାନା ଅନ୍ତର୍ଗତ ବାଘୁଆ ପାହାଡର ୪ ନଂବର ଖାଦାନରୁ ବନ ବିଭାଗ କର୍ମଚାରୀଙ୍କୁ ମାଡ ମାରି ସେମାନଙ୍କ କବ୍ଚାରୁ ପାହାଡ ଫଟାରେ ବ୍ୟବହାର ହେଉଥିବା କମ୍ପରସରକୁ ଛଡାଇ ନିଆଗଲା । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରୁ କିଛି ଦୂରରୁ କମ୍ପରସରକୁ ଜବତ କରିଥିବା ବେଳେ ରିପୋର୍ଟ ଲେଖା ହେବା ବେଳକୁ ଏହାର ଇଂଜିନ କିନ୍ତୁ ପୋଲିସ ଜବତ କରିପାରି ନାହିଁ ।

ଖବରରୁ ପ୍ରକାଶ, ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ କଡରେ ଥିବା ଅଂଜିରା ୪ ନଂବର, ଯାହା କି ବାଘୁଆ ପାହାଡ ଭାବେ ପରିଚିତ ପାହାଡରୁ କିଛି ଦିନ ହେବ ଖୁଲମଖୁଲା ପଥର ବ୍ଲାଷ୍ଟିଂ ଚାଲିଛି । କାହା ସାହସରେ ଜେନାପୁର ଥାନାରୁ ମାତ୍ର କିଛି ଦୂରରେ ଏଭଳି ବେଆଇନ କାର୍ଯ୍ୟ ଜାତୀୟ ରାଜପଥ କଡରେ ଚାଲୁଛି? ଏହାର ଅନ୍ତରାଳରେ ପୋଲିସ ଏବଂ ତହସିଲ ପ୍ରଶାସନର ହାତ ନଥିଲେ ଏଭଳି ବେଆଇନ କାର୍ଯ୍ୟ ଚାଲିବା ସମ୍ବବ ନୁହେଁ । ଏ କ୍ଷେତ୍ରରେ ପ୍ରଶାସନ ଆଙ୍ଗୁଠି ଦେଖାଇ ଥିବାରୁ ମାଫିଆମାନେ ବାହା ଗିଳିବେ ବୋଲି ସାଧାରଣରେ ଆଲୋଚନା ହୋଇ ଆଶଙ୍କା ପ୍ରକାଶ ପାଉଥିଲା । ଶେଷକୁ ସାଧାରଣରେ ସୃଷ୍ଟି ହୋଇଥିବା ଆଶଙ୍କା ସତ୍ୟ ହେଲା ଏବଂ ମାଫିଆ ମାନେ ରବିବାର ବନ ବିଭାଗ କର୍ମଚାରୀଙ୍କୁ ଉପରକୁ ହାତ ଉଠାଇ କମ୍ପରସର ଛଡାଇ ନେଲେ ।

ପ୍ରକାଶ ଥାଉ କି, ସ୍ଥାନୀୟ ଅଂଚଳରେ ଏଭଳି ଚୋରା ପଥର ବୋପାର ପାଇଁ ବାଘୁଆ ପାହାଡ ମାଟିରେ ମିଶିବାକୁ ଯାଉଥିବା ବେଳେ ବହୁ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ବଦନାମ ହୋଇ ଏଠାରୁ ବିଦା ହୋଇଛନ୍ତି । ଏଥିପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ଜଙ୍ଗଲ ଓ ପରିବେଶ ଧ୍ୱଂସାଭିମୁଖୀ ହେଉଛି । ଏଥିନେଇ ମଧ୍ୟ ସରକାର ଏବଂ ସରକାରୀ କଳ ବିରୋଧରେ ତିବ୍ର ଜନ ଅସନ୍ତୋଷ ପ୍ରକାଶ ପାଉଛି । ଏଥିନେଇ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଜନସ୍ୱାର୍ଥ ଏବଂ ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ନବୀନ ପଟ୍ଟନାୟକ ସରକାର ଏ କ୍ଷେତ୍ରରେ ଗୁରୁତ୍ୱର ସହ ଚିନ୍ତା କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନଚେତ କେତେକ ଲୁଟେରାଙ୍କ ପାଇଁ ସରକାର ଜନଅସନ୍ତୋଷର ଶୀକାର ହେବେ । ଏହି ପାହାଡର ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ପାହାଡ ଚାରିପାଖରେ ବାଡବନ୍ଦୀ କରାଯାଇ ବୃକ୍ଷରୋପଣ କରାଯିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିବେ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ଶ୍ୟାମସୁନ୍ଦରପୁର ହନୁମାନ ମନ୍ଦିର ନିକଟରେ ୩ ନଂବର କ୍ୱାରୀ ମଧ୍ୟ ସେହିପରି ବେଆଇନ ଭାବେ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment