ଆଠଗଡ:୨୧/୦୭ (ସନ୍ଧାନ ନ୍ୟୁଜ୍)-: ଆଠଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଋତୁପର୍ଣ୍ଣା ଦାସ ଜାତୀୟ ମେଧା ଅନ୍ୱେଷଣ ପରୀକ୍ଷାର କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତ ଜାନୁଆରୀ ୩ତାରିଖରେ କଟକ ତୁଳସୀପୁରସ୍ଥିତ ପୁଲିସ ହାଇସ୍କୁଲରେ ଜାତୀୟ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ଏବେ ତାର ଫଳାଫଳ ପ୍ରକାଶ ପାଇଛି। କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ କରକମଳ ଗ୍ରାମର ମନୋଜ କୁମାର ଦାସ ଓ ବୃନ୍ଦାବନେଶ୍ୱରୀ ନାୟକଙ୍କ ଝିଅ ଋତୁପର୍ଣ୍ଣାଙ୍କର ଏହି କୃତିତ୍ୱ ପାଇଁ ଆଠଗଡ ସରକାରୀ ବାଳିକା ହାଇସ୍କୁଲରେ ଆନନ୍ଦ ପ୍ରକାଶ ପାଇଛି।
ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ
|
July 21, 2021 |