ଭଦ୍ରକ: ୭/୬ (ସନ୍ଧାନ ନିୟୁଜ) ଦିଲ୍ଲୀରୁ ଆସିଥିବା ଜାତୀୟ ମାନବାଧିକାର କମିଶନଙ୍କ ସ୍ୱତନ୍ତ୍ର ତଦନ୍ତ ପ୍ରତିନିଧି ବିଭୂତି ଭୂଷଣ ମିଶ୍ର ରେବ-କପାଳି ନଦୀ ସଂସ୍କାରରେ କ୍ଷୟକ୍ଷତି ଘଟିଥିବା ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ଗ୍ରା:ପ: ଓରାଳି, ହଟନଗର, ମିତାସାହି, ବୋଡ଼କ, କାଶିମ୍ପୁର ଇତ୍ୟାଦି ଗ୍ରାମ ଗ୍ରସ୍ତକରି କ୍ଷତ୍ରିୟ ତଦନ୍ତ କରି ଫେରିଛନ୍ତି । ତାଙ୍କ ସହ ଜିଲ୍ଲା ପ୍ରଶାସନ ତରଫରୁ ଭୂଅର୍ଜନ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ମଣ୍ଡଳ ଏବଂ ତାଙ୍କ ବିଭାଗୀୟ କର୍ମଚାରୀ ଜିଲ୍ଲା ଜଳସଂମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ନିଶିକାନ୍ତ ପାତ୍ର ଓ କର୍ମଚାରୀବୃନ୍ଦ ତଥା ବିଶିଷ୍ଟ ପରିବେଶବିତ୍ ସମାଜସେବୀ ସୁପ୍ରିମ୍ କୋର୍ଟର ଆଇନ୍ଜୀବୀ ରାଧାକାନ୍ତ ତ୍ରିପାଠୀ ତାଙ୍କ ଭଦ୍ରକ ଜିଲ୍ଲା ସହଯୋଗୀ କାଳନ୍ଦୀ ମଲ୍ଲିକ ଉପସ୍ଥିତ ରହି ନଦୀ ଖନନ ବେଳେ ନଦୀର ଗତିପଥ ବଦଳାଇବା ପାଇଁ ଯନ୍ତ୍ରୀ ମାନଙ୍କ ଯୋଜନା ବିଫଳ ହୋଇ ବନ୍ଧ ଭାଙ୍ଗିଯାଇ ଯେଉଁ ବ୍ୟାପକ କ୍ଷୟକ୍ଷତି ଘଟିଛି ତାହାକୁ କମିଶନରଙ୍କ ପ୍ରତିନିଧିଙ୍କୁ ପ୍ରତ୍ୟେକ୍ଷ ଭାବରେ ଦେଖାଇ କ୍ଷତି ପୂରଣ ଓ ବିହିତ ପ୍ରତିକାର ପାଇଁ ଦାବି କରିଥିଲେ । ବୋଡ଼କ ଗ୍ରାମପଞ୍ଚାୟତର ସରପଂଚ ଶଶି କାନ୍ତ ସାମଲ ପଂଚାୟତର ଓରାଳି ହଟନଗର, ମିତାସାହି, ବୋଡ଼କ ଓ ଆଂଶିକ କାଶିମପୁର ଗ୍ରାମର କ୍ଷୟକ୍ଷତି ସମ୍ପର୍କରେ ଦେଖାଇ କ୍ଷତିପୂରଣ ସହ ପ୍ରତିକାର ପାଇଁ ପ୍ରତିନିଧିଙ୍କୁ ଅବଗତି କରାଇଥିଲେ । ରେବ-କପାଳି ନଦୀର ସମିଶ୍ରଣ ସ୍ଥଳରେ ଚାଷୀ ମାନଙ୍କ ପାଇଁ ଏକ ସ୍ଲୁଇସ୍ ଗେଟ୍ର ଆବଶ୍ୟକତା ଅଛିବୋଲି କମିଶନଙ୍କ ଉଦେ୍ଦଶ୍ୟରେ ସରପଂଚ ଏବଂ ଜନସାଧାରଣଙ୍କ ସହ ପ୍ରଦାନ କରିଥିଲେ । ରେବ-କପାଳି ସଂସ୍କାର ବେଳେ ଓପର ମୁଣ୍ଡ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଇଛଦା ବରହ୍ମପୁର, ସରିଫପୁର, କରଞ୍ଜିଗୁଣୁପୁରୁ, ତାଳସିଠା, ସରଦପୁର ଇତ୍ୟାଦି ଗ୍ରାମର କ୍ଷତିଗ୍ରସ୍ତମାନେ ଏପର୍ଯ୍ୟନ୍ତ କ୍ଷତିପୂରଣ ନପାଇବା ଏବଂ ଆବଶ୍ୟକ କୂଳବନ୍ଧ, ପଥର ପେକିଂ ଓ ସେତୁ ନିର୍ମାଣ ପାଇଁ ଲିଖିତ ଅଭିଯୋଗପତ୍ର ଅଧିବକ୍ତା ପ୍ରବାସ କୁମାର ବାରିକଙ୍କ ନେତୃତ୍ୱରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଧାନଗରବ୍ଲକ କପାଳି ନଦୀ ସଂସ୍କାରରେ କ୍ଷତିଗ୍ରସ୍ତ ହୋଇଥିବା କୋରୁଆ ଗ୍ରାମର କ୍ଷତିଗ୍ରସ୍ତ ମାନଙ୍କ କ୍ଷତିପୂରଣ ନପାଇବା ଏବଂ ମୂଲ୍ୟବାନ ଗଛ – ବୃକ୍ଷ ଗୁଡ଼ିକୁ ମୂଲ୍ୟାଙ୍କନ କରି ଜମିର ମୂଲ୍ୟସହ ଯୋଗ କରିବା ପାଇଁ କ୍ଷତିଗ୍ରସ୍ତଙ୍କ ତରଫରୁ କଳାକାର କାଳନ୍ଦୀ ମଲ୍ଲିକ କମିଶନଙ୍କ ଉଦେ୍ଦଶ୍ୟରେ ପ୍ରତିନିଧି ବିଭୂତି ଭୂଷଣ ମିଶ୍ରଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
report ramesh nayak