ଜାତିର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ହେଉଛି ଆମର ଅସଲ ପରିଚୟ

Spread the love

ଚିଲିକା/ବାଣପୁର :୧୩/୧୨/(ସନ୍ଧାନ ନ୍ୟୁଜ୍)ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟର ଇତିହାସ ବିଭାଗ ଓ ଉତ୍କଳ ବିଶ୍ଵବିଦ୍ୟାଳୟର ସ୍ନାତକୋତର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରନ୍ତତ୍ୱ ବିଭାଗର ମିଳିତ ଆୟୋଜନରେ ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଏକ ଜାତୀୟ ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ‘ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ସ୍ଥାପତ୍ୟ କଳା : ଏକ ଅନୁଶୀଳନ ‘ଶୀର୍ଷକ ଏହି ଜାତୀୟ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସଭାପତିତ୍ୱ କରିଥିଲେ ।ପ୍ରାରମ୍ଭରେ ବିଶ୍ବର ମହାନ ସୁପତି ଜଗତରନାଥ ଶ୍ରୀଜଗନ୍ନାଥଙ୍କ ମୂର୍ତି ନିକଟରେ ନିମନ୍ତ୍ରିତ ଅତିଥୁମାନେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାପରେ ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଆଲୋଚନା ଚକ୍ରର ଅତିଥୁ ମାନଙ୍କୁ ଉତରୀୟ ଓ ପୁଷ୍ପଗୁଛି ପ୍ରଦାନ କରି ସମ୍ବନ୍ଧିତ କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପକ ମୁଡ଼ାଣି ଶଙ୍କର ପ୍ରସାଦ ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ସମ୍ମାନର ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ସ୍ଥାପତ୍ୟ କଳା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ପ୍ରାଚୀନ କଳିଙ୍ଗର ସାଂସ୍କୃତିକ ଐତିହ୍ୟ ଓ ଭାସ୍କର୍ଯ୍ୟ କଳା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ଵବିଦ୍ୟାଳୟର ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରନ୍‌ନ୍ତ ‌ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ କହିଲେ ଯେ ଆମ ଜାତିର ଇତିହାସ, ସଂସ୍କୃତି ଓ ପ୍ରନ୍‌ତତ୍ୱ ହେଉଛି ଆମର ଅସଲ ପରିଚୟ । ଏହାର ସଂରକ୍ଷଣ ଓ ରକ୍ଷଣା ବେକ୍ଷଣ ଦାୟିତ୍ଵ ଆମ ସମସ୍ତଙ୍କର ଉତର ଦାୟିତ୍ଵ । ଆମ ପ୍ରାଚୀନ କୀର୍ତି କାଚ ଭଳି ସ୍ଵଚ୍ଛ, ଏହାକୁ ଅବହେଳା କଲେ ଆମ ଭବିଷ୍ୟତ ସଂକୀର୍ଣ ହୋଇଯିବ । ଏହାକୁ ପ୍ରସଙ୍ଗ କରି ପ୍ରଫେସର ଆଚାର୍ଯ୍ୟ ଓଡ଼ିଶାର ଶହ ଶହ ପ୍ରାଚୀନ ମନ୍ଦିର ସହ ଜଡିତ ସ୍ଥାପତ୍ୟ କଳାର ବୈଜ୍ଞାନିକ ଭିତିଭୂମି ଓ ଧର୍ମୀୟ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ ।ଜାତୀୟ ଆଲୋଚନାଚକ୍ରର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତୀୟ ପ୍ରନ୍‌ତାତ୍ତ୍ୱିକ ସର୍ବେକ୍ଷଣର ବିଶିଷ୍ଟ ପ୍ରନ୍‌ତତ୍ବବିତ୍ ଡକ୍ଟର ଜୀବନ କୁମାର ପଟ୍ଟନାୟକ ତାଙ୍କ ଉପସ୍ଥିତିରେ ଲଳିତଗିରି, ଧଉଳିଗିରି ଓ ରନ୍‌ଗିରିରେ କରାଯାଇଥିବା ଭୂଖନନ ଓ ପ୍ରନ୍‌ତାତ୍ତିକ ସଂରକ୍ଷଣ ଓ ରକ୍ଷଣାବେକ୍ଷଣର ଅନେକ ଅନାଲୋଚିତ ଦୃଶ୍ୟ ଶ୍ରାବ୍ୟ ତଥ୍ୟ ଉପସ୍ଥାପନକରିଥିଲେ । ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରନ୍‌ତତ୍ୱ ବିଭାଗର ସଂଯୋଜକ ଡକ୍ଟର ଅନାମ ବେହେରା ଉତ୍କଳୀୟ ମନ୍ଦିର ସ୍ଥାପତ୍ୟ କିପରି ଭାରତ ବର୍ଷର ଅନ୍ୟ ମନ୍ଦିର ଗଠନ ଠାରୁ ସ୍ଵତନ୍ତ୍ର ସେସମ୍ପର୍କରେ ବିଷଦ ବିବରଣୀ ରଖୁଥିଲେ । ସମ୍ମାନିତ ଅତିଥି ଡକ୍ଟର ଅକ୍ଷୟ କୁମାର ମିଶ୍ର ପ୍ରାଚୀନ ଓଡ଼ିଶାରେ ଜୈନ ସ୍ଥାପତ୍ୟ, ପରମ୍ପରା, ସଂସ୍କୃତି କିପରି ସମୃଦ୍ଧ ଥୁଲା ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଆଲୋଚନାରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଗବେଷକମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟ କୁମାର ଶତପଥୀ, ରମାକାନ୍ତ ପ୍ରଧାନ, କଲ୍ୟାଣ କୁମାର ରାଉତ, ଅକ୍ଷୟ କୁମାର ପ୍ରଧାନ ଉପସ୍ଥିତ ରହି ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବାବେଳେ ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପକ ହିମାଂଶୁ କୁମାର ଦାଶ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ସ୍ଵାତୀ ସ୍ଵାଗତିକା ସାହୁ, କୀର୍ତିମୟୀ ବାରିକ ଓ ପ୍ରିୟମ୍ବଦା ମହାପାତ୍ର ।

Related Posts

About The Author

Add Comment