ଭୁବନେଶ୍ୱର,୧୧/୦୪ (ସନ୍ଧାନ ନିୟୁଜ) ଆଜି ବିଶ୍ଵବ୍ୟାପୀ ସବୁଠାରୁ ଚର୍ଚ୍ଚିତ Anti Maleria ମେଡ଼ିସିନ ର ନାଁ ଟି ହେଲା ହାଇଡ୍ରୋକ୍ସି କ୍ଲୋର କୁଇନ ବା HCQ . କିନ୍ତୁ ଦିନେ ଯେଉଁ ବୈଜ୍ଞାନିକ , ରସାୟନବିତ, ଶିକ୍ଷକ- ପ୍ରଫେସର ଏହାକୁ ଭାରତରେ ପ୍ରଥମେ ଉତ୍ପାଦନ କରିଥିଲେ ତାଙ୍କ ନାଁ ଆମେ କମ ଜାଣୁ । ସେ ହେଉଛନ୍ତି ଆଚାର୍ଯ୍ୟ ସାର୍ ପ୍ରଫୁଲ୍ଲ ଚନ୍ଦ୍ର ରାୟ । ସେ ଥିଲେ ବୈଜ୍ଞାନିକ ସତ୍ୟେନ ବୋଷ, ମେଘନାଦ ସାହା, ଜ୍ଞାନେନ୍ଦ୍ର ନାଥ ମୁଖାର୍ଜୀ, ଜ୍ଞାନଚାନ୍ଦ ଘୋଷ ପ୍ରମୁଖ ଙ୍କ ଶିକ୍ଷକ ।
ଉନବିଂଶ ଶତାବ୍ଦୀର ଶେଷ ଭାଗରେ ସେ ପ୍ରତିଷ୍ଠା କରିଥିଲେ ବେଙ୍ଗଲ କେମିକାଲସ ମାତ୍ର 700 ଟଙ୍କା ପୁଞ୍ଜି ବିନିଯୋଗ କରି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଫର୍ମସ୍ୟୁଟିକଲ କମ୍ପାନୀ ଥିଲା ବ୍ରିଟିଶ ଭାରତର ପ୍ରଥମ କମ୍ପାନୀ ।
ଆଚାର୍ଯ୍ୟ ପ୍ରଫୁଲ୍ଲ ରାୟ ଙ୍କ ପ୍ରଖ୍ୟାତ ରସାୟନ ବିଜ୍ଞାନ ଇତିହାସ ପୁସ୍ତକ ହେଲା History of Hindu Chemistry from Earliest Times To Middle Of Sixteen Centuries ଯେଉଁଥିରେ ସେ ଭାରତୀୟ ରସାୟନ ଶାସ୍ତ୍ର ର ଉଥାନ୍ନ ଓ ପତନ ର ଇତିହାସ ଲେଖିଛନ୍ତି ।
ଆଜି ଯେତେବେଳେ ଲୋକଙ୍କ ଭିତରେ ବିଶେଷ କରି ଛାତ୍ର ଓ ଯୁବ ସମାଜ ମଧ୍ୟରେ ବିଜ୍ଞାନ ଭିତ୍ତିକ ମନନଶୀଳତା ବା scientific temper ବୃଦ୍ଧି କରିବା କଥା ଉଠେ, ସେତେବେଳେ ଏହି ମହାନ ବିଜ୍ଞାନୀ ସାର ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଙ୍କ ଏକ ଉକ୍ତି ମନେ ପଡେ । ଥରେ ସେ କହିଥିଲେ , ” ମୁଁ ଶ୍ରେଣୀ ରେ ବିଜ୍ଞାନ ର ଅନେକ ବିଷୟ ଛାତ୍ରଙ୍କୁ ପଢେଇଲି । ମୁଁ ସେମାନଙ୍କୁ ପଢେଇଲି, ଯେତେବେଳେ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡେ ସେତେବେଳେ ଚନ୍ଦ୍ର ଗ୍ରହଣ ହୁଏ । ପିଲେ ଏକଥା ପଢିଲେ, ପରୀକ୍ଷାରେ ଲେଖିଲେ, ଭଲ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, କିନ୍ତୁ ଯେତେବେଳେ ଚନ୍ଦ୍ର ଗ୍ରହଣ ହେଲା , ସେତେବେଳେ ବିଶ୍ୱାସ କଲେ, ରାହୁ ଚନ୍ଦ୍ରକୁ ଗିଳି ଦେଇଛି । ଖୋଳ, ଝାଞ୍ଜ, ଘଣ୍ଟ, ଶଙ୍ଖ ବଜେଇଲେ । “