, ୧୨/୧୨ (ସନ୍ଧାନ ନିଉଜ) : ରାମାୟଣ କଥା ଅନୁସାରେ ଶ୍ରୀରାମ ଏବଂ ରାବଣଙ୍କ ମଧ୍ୟରେ ଯୁଦ୍ଧ ହେବା ସମୟରେ ରାବଣଙ୍କୁ ସାହାଯ୍ୟ କରିବା ପାଇଁ ରାବଣଙ୍କ ଭାଇ ଅହିରାବଣ ଏକ ମାୟା ରଚନା କରି ସମସ୍ତଙ୍କୁ ନିଦ୍ରାରେ ରଖିଦେଇଥିଲେ।
ଏହି ସମୟରେ ଅହିରାବଣ ରାମ,ଲକ୍ଷ୍ମଣ ଙ୍କୁ ପାତାଳକୁ ନେଇଯାଇଥିଲେ। ଏହି ବିପଦ ସମୟରେ ସମସ୍ତେ ସଙ୍କଟ ମୋଚନ ହନୁମାନଙ୍କୁ ସ୍ମରଣ କରିଥିଲେ।
ଉକ୍ତ ସମୟରେ ହନୁମାନ ପାତାଳ ଲୋକରେ ପହଞ୍ଚି ଦ୍ବାର ସମ୍ମୁଖରେ ଥିବା ମକରଧ୍ବଜ ସହିତ ଯୁଦ୍ଧ କରି ପରାଜୟ କରିଥିଲେ।
ହନୁମାନ ଯେତେବେଳେ ପାତାଳ ପୁରୀରେ ପହଞ୍ଚିଥିଲେ ରାମ,ଲକ୍ଷ୍ମଣ ବନ୍ଧା ହୋଇଥିବା ଅବସ୍ଥାରେ ଦେଖିଥିଲେ। ଏହାବ୍ଯତିତ ଚାରି ଦେଶରେ ପାଞ୍ଚଟି ଦୀପ ଜଳୁଥିବା ସହ ମା ଭବାନୀ ଙ୍କ ସମ୍ମୁଖରେ ରାମ, ଲକ୍ଷ୍ମଣ ଙ୍କର ବଳି ଦେବା ପାଇଁ ପ୍ରସ୍ତୁତି ଚାଲିଥିବାର ଦେଖିଥିଲେ ।
ତେବେ ଅହିରାବଣର ଅନ୍ତ କରିବା ପାଇଁ ଏହି ପାଞ୍ଚ ଦୀପ କୁ ଏକାଠି ଏକ ସମୟରେ ଲିଭାଇବାକୁ ପଡ଼ିଥାନ୍ତା। ଏହି ରହସ୍ୟ ବିଷୟରେ ଜାଣିବା ପରେ ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିଥିଲେ।
ଉତ୍ତର ଦିଗରେ ବରାହ ମୁଖ, ଦକ୍ଷିଣ ରେ ନରସିଂହ ମୁଖ, ପଶ୍ଚିମ ରେ ଗରୁଡ଼ ମୁଖ, ଆକାଶରେ ହୟଗ୍ରୀବ ମୁଖ, ପୂର୍ବ ଦିଗରେ ହନୁମାନ ମୁଖ ଧାରଣ କରିଥିଲେ। ପରେ ସବୁ ଦୀପ କୁ ଲିଭାଇ ହନୁମାନ ଅହିରାବଣର ଅନ୍ତ ଘଟାଇ ଥିଲେ।



