ଜାଗରରେ ଉଜାଗର ରହିଲେ ପ୍ରଭୁ ମହାବିନାୟକ ଏବଂ ସ୍ଵପ୍ନେଶ୍ଵର

Spread the love

ଚଣ୍ଡିଖୋଲ,୪/୩ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲାର ପ୍ରମୁଖ ଶୈବପୀଠ ଭାବେ ବେଶ ପରିଚିତ ଥିବା ଚଣ୍ଡିଖୋଲ ନିକଟସ୍ଥ ମହାବିନାୟକ ପୀଠରେ ଆଜି ମହାଶିବରାତ୍ରୀ ତଥା ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳୁ ସକାଳୁ ଏହି ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମି ରହିଥିଲା । ଭିଡକୁ ଲକ୍ଷ୍ୟ ରଖି ବଡଚଣା ଥାନା ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ବହୁ ସ୍ୱଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଦହି ସରବତ ବଣ୍ଟନ କରାଯାଇଥିଲା । ପଣ୍ଡିତ ମାନଙ୍କ ଦ୍ୱାରା ଯଥାରୀତି ପୂଜାକାର୍ଯ୍ୟ କରାଯାଇ ରାତ୍ରରେ ମହାଦୀପ ଉଠିଥିଲା । ବହୁ ଭକ୍ତଙ୍କ ସମାଗମ ସତ୍ୱେ ଧାଡିରେ ହଜାର ହଜାର ଭକ୍ତ ଜାଗରରେ ଉଜାଗର ଥିବା ପ୍ରଭୁ ମହାବିନାୟକଙ୍କୁ ଦର୍ଶନ କରିଥିଲେ ।

 

ସେହିପରି କଦଳାସ୍ଥିତ ସ୍ୱପ୍ନଶ୍ୱର ମନ୍ଦିର ପରିସରରେ ଜାଗରଯାତ୍ରା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସକାଳ ଧିପ ପହଡ ଭୋଗ, ସଂଧ୍ୟା ଆଳତୀ କରାଯାଇ ପରିଶେଷର ମନ୍ଦିର ଉପରକୁ ମହାଦୀପ ଉଠିଥିଲା । ବହୁ ଯାତ୍ରୀ ଏବଂ ଶ୍ରଦ୍ଧାଳୁ ଉପବାସ ରହି ଦୀପ ଜାଳିବା ସହିତ ନିଜର ଜାଗର ବତ୍ର ସମାପନ କରିଥିଲେ ।

 

ଛତିଆର ଅମରେଶ୍ୱର,ବନ୍ତଳାର ବନ୍ତଳେଶ୍ୱର,ଚଣ୍ଡିତଳର ବିଶେଶ୍ୱର,ଖଇରାର ସପନେଶ୍ୱର ଓ କନେକେଶ୍ୱର,ଦେଉଳକୁରର ବରୁଣେଶ୍ୱର ଓ ବୃଦ୍ଧଲିଙ୍ଗ,ଉପୁଳାର ଉପୁଳେଶ୍ୱର,କପାଷ୍ଟିକିରୀର କପିଳେଶ୍ୱର,ବରୀ-ଠେଙ୍ଗଡର ବିଶେଶ୍ୱର,ବାତୋର ସିଦେ୍ଧଶ୍ୱର,ବାଘୁଆର ମାର୍କେଣ୍ଡେଶ୍ୱର,ବଡଘୁମୁରୀର ସୁବର୍ଣ୍ଣେଶ୍ୱର,ସୁଙ୍ଗୁଡା ବିନାୟକ,ଧାନମଣ୍ଡଳ ଇସାନେଶ୍ୱର ଆଦି ବିଭିନ୍ନ ଗ୍ରାମରେ ପୂଜା ପାଉଥିବା ଶୈବପୀଠରେ ଜାଗର ଯାତ୍ରା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି ।

Related Posts

About The Author

Add Comment