ଜଳବନ୍ଦୀ ରେ ତଳିଆ ଅଞ୍ଚଳ

Spread the love
ଚାନ୍ଦବାଲି, ୨୮/୦୮/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ବାରିକ୍) : ସୂଚନା ଅନୁଯାୟୀ ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବୈତରଣୀ ନଦୀରେ ବଡ ବନ୍ୟା ଉପୁଜିଛି । ବୈତରଣୀ ନଦୀ  ର ବନ୍ୟାଜଳ ତଳିଆ ଅଞ୍ଚଳ  ମାନଙ୍କ ରେ ତାର ତାଣ୍ଡବ ଲୀଳା ଦେଖାଇଛି। ବୈତରଣୀ ସହିତ ଅନ୍ୟ ନଦୀ ଗୁଡିକ ବନ୍ୟା ଜଳ ରେ ଫୁଲି ଥିବାରୁ ନଦୀ ମାନଙ୍କ ର ପ୍ରଖର ସ୍ରୋତ ଯୋଗୁ  ଭଦ୍ରକ ଜିଲ୍ଲାର  ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହେବାରୁ  ଚାନ୍ଦବାଲି ଏବଂ ତିହିଡି ବ୍ଲକ ରେ କେତକ ତଳିଆ ଅଞ୍ଚଳ ଉପରଦୁମୁକା, ବାଙ୍କସାହି, ତଳଦୂମୁକା,ଗୋପାଳପୁରୁ,ନାନ୍ଦପୁର, କୋଇଲେଖା, ଆଦି ଗ୍ରାମ  ରାସ୍ତାରେ ମାନଙ୍କ ରେ ବନ୍ୟା ଜଳ ପ୍ରବାହିତ ଦ୍ଵାରା ମୁଖ୍ୟ ରାସ୍ତାରୁ ଗ୍ରାମ ମଧ୍ୟ କୁ ପ୍ରବେଶ ରାସ୍ତା ଗୁଡ଼ିକ ବିଛିନ୍ନ ହୋଇ ଥିବାରୁ ଚଳ ପ୍ରଚଳ ଠପ୍ ହୋଇଛି। ଗତ କାଲି ସନ୍ଧ୍ୟା ସମୟରେ ବନ୍ୟା ର କୌଣସି ଆଶଙ୍କା ଦେଖା ଯାଇ ନଥିଲା ବେଳେ ଗତ ମଧ୍ୟ ରାତ୍ରି ର ଗ୍ରାମବାସିମାନେ ଖାଇ ପିଇ ନିଘୋଡ଼ ନିଦରେ ବିଶ୍ରାମ ନେଉଥିବା ବେଳେ ବନ୍ୟାଜଳ ଅତି ପ୍ରଖର ବେଗ ରେ ମାଡ଼ି ଯାଇଥିଲା। ଆରଡ଼ି ତିହିଡି ମୁଖ୍ୟ ରାସ୍ତା ରେ ବିଭିନ୍ନ ସ୍ଥାନ ରେ ତିନି ଫୁଟ୍ ରୁ ଅଧିକ ମାତ୍ରା ରେ ବନ୍ୟା ଜଳ  ପ୍ରଖର ସ୍ରୋତ ରେ ପ୍ରଭାବିତ ହେଉ ଥିବାର ଦେଖି ବାକୁ ମିଳି ଛି। ରାସ୍ତା ପାଖ ରେ ଥିବା କେତେକ ତଳିଆ ଘର ଗୁଡ଼ିକୁ ରେ ବନ୍ୟା ଜଳ ପଶିବାରୁ ସେମାନଙ୍କୁ ଗ୍ରାମବାସୀ ମାନଙ୍କ ଦ୍ଵାରା ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଗୃହ ପାଳିତ ପଶୁ ମାନଙ୍କୁ ଗ ମଧ୍ୟ ଲୋକ ଙ୍କ ସାହାଯ୍ୟ ରେ ନିରାପଦ ସ୍ଥାନ କୁ ସ୍ଥାନାନ୍ତର କରାଯାଇଛି।  ରାସ୍ତା ଉପରେ ପ୍ରବଳ ମାତ୍ର ରେ ବନ୍ୟା ଜଳ ପ୍ରଭାବିତ ହେଉଥିବା ରୁ ଲୋକ ମାନଙ୍କ ର  ଗମନା ଗମନ ଓ ଯାନବାହାନ ଚଳାଚଳରେ ବାଧାପ୍ରାତ ଉପୁଜି ଥିଲା ବେଳେ କେତେକ ଉଚ୍ଚା ସ୍ଥାନ ମାନଙ୍କରେ ମହିଁଷୀ ଏବଂ ଷଣ୍ଢ ମାନଙ୍କର ନିରାପଦ ସ୍ଥାନ ବାଛି ଥିବାରୁ ଯାତାୟାତ ରେ ବାଧାପ୍ରାପ୍ତ ହୋଇଥିଲା।  ଗୋଟେ   ପାଖରେ କରୋନା  ମହାମାରୀ ପାଇଁ ସରକାର ଙ୍କ ନିୟମ କୁ ଆଖି ଆଗରେ ରଖି ସଟ୍ ଡାଉନ୍ ଓ ଲକ୍ ଡା ଉନ୍  ପାଇଁ ବଜାର ଘାଟ କୁ ଯିବାକୁ ନ ଦେଉଥିବା ବେଳେ ଏବେ ବନ୍ୟା ଜଳ ଆସି ହଠାତ୍ ଲୋକ ଙ୍କ ଗୋଡ଼  ରେ ଶିକୁଳି ଲଗାଇ ଦେଇ ଘରେ ଭିତରେ ବନ୍ଦୀ ରହିବାକୁ ବାଧ୍ୟ କରିଛି।ବନ୍ୟା ଯୋଗୁ ବ୍ୟାପକ କୃଷି କ୍ଷେତ୍ର ପ୍ରଭାବିତ ହେବାର  ସ୍ପଟ ହୋଇ ପଡ଼ୁଛି। କେତେକ ଦିନ ତଳେ ଟିକିଏ ଜଳ ପାଇଁ ଚାଷୀ ଭାଇ ମାନେ ଡହଳ ବିକଳ ହେଉଥିବା ବେଳେ ସେହି ଜଳ ପୁଣି ଚାଷୀ ଭାଇ ଙ୍କ ମେରୁଦଣ୍ଡ  କୁ ଭାଙ୍ଗି ଦୁଃଖ କୁ ଦିଗୁଣ କରି ଦେଇଛି । ଗରିବ ଓ ମଧ୍ୟବିତ୍ତ ପରିବାର ର ଲୋକ ମାନେ ସରକାର ଙ୍କ ସାହାଯ୍ୟ ସହାନୁଭୂତି  କୁ ଚାହିଁ ବସିଛନ୍ତି।

Related Posts

About The Author

Add Comment