ଜମି ଦେବାକୁ କହି ୬୫ ଲକ୍ଷ ହଡପ, ଅଭିଯୁକ୍ତ ଗିରଫ

Spread the love

ଭଦ୍ରକ,୨୭/୫ (ସନ୍ଧାନ ନିୟୁଜ)– ଭୁବନେଶ୍ୱରରେ ଜମି କିଣାଇ ଦେବାକୁ କହି ଭଦ୍ରକ ଅପର୍ତ୍ତିବିନ୍ଧା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ଠାରୁ ୬୫ ଲକ୍ଷ ଟଙ୍କା ହଡପ କରିଥିବା ଜମି ଦଲାଲ ବାପି ଓରଫ ଦେବୀ ପ୍ରସାଦ ପଣ୍ଡାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତିହିଡି ଥାନା ଆର୍ସା ଗ୍ରାମର ଦେବୀ ପ୍ରସାଦ ପଣ୍ଡା, ତାଙ୍କ ପତ୍ନୀ ନିରୂପମା ପଣ୍ଡା, ଦେବୀ ପ୍ରସାଦଙ୍କ ସାଙ୍ଗ ଗ୍ରାମାଞ୍ଚଳ ଥାନା ବେଲମଳା ଗ୍ରାମର ପ୍ରକାଶ ମହାପାତ୍ର ମିଶି ଟାଉନ ଥାନା ଅନ୍ତର୍ଗତ ନବରତ୍ନ ଜୁଏଲାର୍ସର ମାଲିକ ଅପର୍ତ୍ତିବିନ୍ଧା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱରର ଦେବୀପ୍ରସାଦଙ୍କ ଭଉଣୀ ହେମଲତା ତ୍ରିପାଠୀଙ୍କ ୧୬ ଡିସିମିଲ ଜମି ବିକ୍ରି କରାଇବା ପାଇଁ ଯୋଗାଯୋଗ କରି ଜମିକୁ ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ପୂର୍ଣ୍ଣଚନ୍ଦ୍ର ବିଭିନ୍ନ ସମୟରେ ଅନଲାଇନ, ଚେକ ମାଧ୍ୟମରେ ବିଭିନ୍ନ ସମୟରେ ମୋଟ ୬୫ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ଜମି ଦଲାଲ ମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ଜମି ଦେଇ ନ ଥିଲେ। ପୂର୍ଣ୍ଣଚନ୍ଦ୍ର ବାରମ୍ବାର ଧାଇଁ ଧାଇଁ ଜମି ପାଇଲେ ନାହିଁ କି ଟଙ୍କା ମଧ୍ୟ ଫେରସ୍ତ ପାଇଲେ ନାହିଁ। ଯାହା ପାଇଁ ବାଧ୍ୟ ହୋଇ ପୂର୍ଣ୍ଣଚନ୍ଦ୍ର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଟାଉନ ଥାନା ଆଇଆଇସି ସରୋଜିନୀ ସିଂ ଏତଲା ଗ୍ରହଣ କରି ଏକ ମାମଲା ୧୫୫/୧୯ ରୁଜୁ କରି ତଦନ୍ତ କରିବା ପରେ ମୁଖ୍ୟ ଅଭିଯୁକ୍ତ ବାପି ଓରଫ ଦେବୀ ପ୍ରସାଦ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ତଦନ୍ତ ପରେ ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀମତୀ ସିଂ କହିଛନ୍ତି।

Related Posts

About The Author

Add Comment