ଜମି ଦେଇ ମଧ୍ୟ ଆଜି ବେସାହାରା, ପ୍ରଶାସନ ନିରବ

Spread the love

ସୁନ୍ଦରଗଡ,(ସନ୍ଧାନ ନିୟୁଜ) ସୁନ୍ଦରଗଡ଼ ଜିଲ୍ଲା ଭସମା ଥାନା ଅନ୍ତର୍ଗତ ଦରଳିପାଲି ଗ୍ରାମରେ ଥିବା ଗଢି ଉଠିଥିବା ପାୱାର ପ୍ଲାଣ୍ଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।ଦରଳିପାଳିରେ ଗଢିଉଠିଥିବା ଏନଟିପିସି ପ୍ଲାଣ୍ଟରେ ଜମି ହରାଇଥିବା ଓ ପ୍ରଭାବିତ ପରିବାରଙ୍କୁ ଚାକିରୀ ଦେଇଆଯାଇଥିବା ବେଳେ ସେଥିରେ ଏବେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଦରଳିପାଲି ଗ୍ରାମର ରଶ୍ମିତା ସେଠ ପିତା – ପଦ୍ମନ ସେଠ ଦରଳିପାଲି ଗ୍ରାମର ସ୍ଥାୟୀ ବାସିନ୍ଦା ଅଟନ୍ତି । ରଶ୍ମିତା ସେଠ ଗତ ତିନିବର୍ଷ ହେବ ତାଙ୍କ ନାଁରେ ଥିବା ଅଧିକୃତ ଜମି ଏନଟିପିସିରେ ଯିବା କାରଣରୁ ଦରଳିପାଳିର ନିରାମୟ ଚିକିତ୍ସାଲୟରେ କାର୍ଯ୍ୟ କରିଆସୁଛନ୍ତି । ଗତ ଶୁକ୍ରବାର ଦିନ ରଶ୍ମିତା ବି’ ଶିପ୍ଟ ଡିଉଟି ଯାଇ ତାଙ୍କ ପ୍ରତିଦିନର କାର୍ଯ୍ୟ କରୁଥିବା ସମୟରେ ଜଣେ ଫିଜିଓଥେରୋପୀ କରିବାପାଇଁ ଆସିବାରୁ ତାଙ୍କୁ ସ୍ଥାନୀୟ କତ୍ତୃପକ୍ଷ ଙ୍କ ସହିତ ଦେଖାକରିବାକୁ କହିଥିଲେ । ସେହି ସମୟରେ ସମ୍ପା ସେନାପତି ନଙ୍କ ଜଣେ ଷ୍ଟାଫ ଆସି ଦେଖି କିଛି ନ ବୁଝି ଶୁଝି ତାକୁ ଖରାପ ଉଦ୍ଧେଶ୍ୟରେ ବୋଲି ତାଙ୍କ ସୁପ୍ରଭାଇଜର ତଥା ସିଏମୋ କୁ ଜଣାଇଥିଲେ । ଏସବୁ ଶୁଣିବା ପରେ ବିଷୟବସ୍ତୁ ଉପରେ କିଛି ବୁଝାବୁଝି ନ କରି ସିଧାସଳଖ ରଶ୍ମିତାଙ୍କୁ ଚପଲରେ ମାରି ମୁଣ୍ଡ ଫଟେଇଦେବେ ବୋଲି କହିବା ,କେରେକ୍ଟରଲେସ କହିବା ସହିତ ତାଙ୍କ ବାପା ଓ ସ୍ବାମୀଙ୍କ ଆଗରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବାର ଓ କାର୍ଯ୍ୟରୁ ବାହାର କରିଥିବାର ରଶ୍ମିତା ସ୍ଥାନୀୟ ଦରଳିପାଲି ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏହାର ଉଚିତ ତଦନ୍ତ କରିବାକୁ ଦାବି କରିଛନ୍ତି । ଦେଖିବାକୁ ବାକି ରହିବ ଯୋଉ ପରିବାର ନିଜ ଜମିମାଟି ଦେଇ କାର୍ଯ୍ୟହିନ ଅବସ୍ଥାରେ କେତେଦିନ ରହିବେ, ପ୍ରଶାସନ କଣ ପଦକ୍ଷେପ ନେବ ଓ ପରିବାର କେବେ ନ୍ୟାୟ ପାଇବ ?

Related Posts

About The Author

Add Comment