ଜମିବାଡି ବିବାଦରୁ ଗଣ୍ଡଗୋଳ,୮ଜଣ କୋର୍ଟ ଚାଲାଣ

Spread the love

କୁଆଖିଆ ୧୨ /୩ (ସନ୍ଧାନ ନିୟୁଜ ) କୁଆଖିଆ ଥାନା ଅନ୍ତର୍ଗତ ଭୋଟକା ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ସୋମବାର ଦିନ ଗଣ୍ଡଗୋଳ ଉପୁଯିଥିଲା । ଉକ୍ତ ଗଣ୍ଡଗୋଳରେ ୧୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିଲେ । ଆହତ ମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନେ ବିଭିନ୍ନ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ଉକ୍ତ ଘଟଣାରେ ସଂପୃକ୍ତ ଦୁଇଟି ପରିବାରର ୮ଜଣଙ୍କୁ ପୋଲିସ ଗିରଫକରି ଆଜି କୋର୍ଟ ଚାଲାଣ କରିଛି ।
ଘଟଣାରୁ ପ୍ରକାଶ ଯେ ଜମିବାଡି ବିବାଦକୁ ନେଇ ବଳରାମ ଦାସ ଓ କୃଷ୍ଣ ଚନ୍ଦ୍ର ଦାସଙ୍କ ପରିବାର ମଧ୍ୟରେ ବିବାଦ ଉପୁଯିଥିଲା ଜମି ସୀମାକୁ ନେଇ ଉଭୟ ପରିବାର ଗଣ୍ଡଗୋଳ ହୋଇଥିଲା । ଏ ସଂପର୍କରେ କୃଷ୍ଣଦାସ ଓ ବଳରାମ ଦାସଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ବଳରାମଙ୍କ ଅଭିଯୋଗ ଆଧାରରରେ ପୋଲିସ କେସ୍ ନଂ- ୫୮/୧୯ରେ ଏକ ମାମଲା ରୁଜୁ କରି ପ୍ରତିପକ୍ଷରୁ କାହ୍ନୁ ଦାସ, ନିରଞ୍ଜନ ବେହେରା, ଭରତ ଦାସ, ଆରତ ଦାସ ପ୍ରମୁଖଙ୍କୁ ଗିରଫ କରିଥିବା ବେଳେ କୃଷ୍ଣଙ୍କ ଅଭିଯୋଗ ଆଧାରରେ କେସ୍ ନଂ-୫୯/୧୯ରେ ମାମଲା ରୁଜୁ କରି ପୋଲିସ ବଳରାମ ଦାସ, ଶ୍ରୀଧର ଦାସ, ଜିତେନ୍ଦ୍ର ଦାସ, ମହେଶ୍ୱର ଦାସ ପ୍ରମୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଏସ.ଆଇ ଦିଲୀପ କୁମାର କାଣ୍ଡି, ଏଏସଆଇ ଅମୁଲ୍ୟ ମିଶ୍ର ମାମଲାର ତଦନ୍ତ କରୁଛନ୍ତି ।

Share and Subscribe

Report- J Rout

Related Posts

About The Author

Add Comment