ଜମା ଟଙ୍କା ଗାଏବ : ପୋଷ୍ଟ ଅଫିସ୍‌ରେ ତାଲା ପକାଇଲେ

Spread the love

କଳାବାଡ଼ିଆ, ,05/10 (ସନ୍ଧାନ ନ୍ୟୁଜ୍) :- ପୋଷ୍ଟ ଅଫିସ୍‌ରେ ଗ୍ରାହକ ଟଙ୍କା ଜମା ରଖି ହରଡ଼ଘଣାରେ ପଡ଼ିଛନ୍ତି । ସୁଧ ଟଙ୍କା ପାଇବା ତ ଦୂର କଥା, ମୂଳ ଟଙ୍କା ବି ପାଉନାହାଁନ୍ତି । ସୁକନ୍ୟା ଯୋଜନା, ସଂଚୟ ଖାତା ତଥା ଆଡି ଖାତାରେ ରଖିଥିବା ଟଙ୍କା ଗାଏବ୍ ହୋଇଯାଉଥିବା ଅଭିଯୋଗ ଆସିଛି । ଫଳରେ ଆଜି ଗ୍ରାହକମାନେ ଟଙ୍କା ଫେରାଇବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସୂଚନାଯୋଗ୍ୟ; ମୟୂରଇଂଜ ଜିଲ୍ଲା କୁଳିଅଣା ଉପ-ଡାକଘର ଅଧୀନରେ ୧୬ଟି ଶାଖା ଡାକଘର କାର୍ଯ୍ୟ କରୁଛି। ଏଥିରୁ ଜଗନ୍ନାଥଖୁଣ୍ଟା ଡାକଘର ଅନ୍ୟତମ ୩ ହଜାରରୁ ଅଧିକ ଗ୍ରାହକଙ୍କୁ ନେଇ ଏହି ଡାକଘରଟି ପରିଚାଳିତ। ଆଡି ଖାତା ନମ୍ବର ୩୮୦୭୫୮୯୮୨୨ରେ ଲିପ୍ତିରାଣୀ ମିଶ୍ର ୧୮ ହଜାର ଟଙ୍କା ରଖିଥିବା ବେଳେ ଏବେ ତାଙ୍କ ଖାତାରେ ୨ ହଜାର ଟଙ୍କା ଅଛି। ସେହିପରି ଶ୍ରୀପଦ ପାଣି ତିନୋଟି ଖାତାରେ ୨୧ ହଜାର ଟଙ୍କା ରଖିଥିବା ବେଳେ । ଏବେ ୫ ହଜାର ଟଙ୍କା ଥିବା ଜଣାପଡ଼ିଛି। ସମାନ । ଘଟଣା ଦେଖିବାକୁ ମିଳିଛି ଗ୍ରାହକ ଚାଇନି ହୋତା, ପ୍ରାଚୀପ୍ରଭା ମିଶ୍ର, ରାଜଲକ୍ଷ୍ମୀ କଲିଆ, ପ୍ରତିଭା । ସେନାପତି, ମୋନାଲିସା ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ସେହିପରି ସଂଚୟ ଜମାଧାରୀ ଶିଖାଇ ବାୟେ, ଉଷାରାଣୀ କଲିଆ, କୁନି ସିଂ, ସଂଜିତ ସେନାପତି ପରି । ଆହୁରି ୧୩ ଜଣଙ୍କର ଏହି ସମାନ ଅବସ୍ଥା । ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଟଙ୍କା ଫେରାଇବାକୁ ଦାବି କରି ଆଜି ସେମାନେ ପୋଷ୍ଟ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବା ସହ ତାଲା ପକାଇ ପୋଷ୍ଟମାଷ୍ଟର ସୁବ୍ରତ ନନ୍ଦଙ୍କୁ ଅଫିସ୍ ଭିତରକୁ ପୂରାଇ ଦେଇ ନଥିଲେ। ଏନେଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପ୍ରତିଶ୍ରୁତି ପୂରଣ ନହେଲେ ଆଗାମୀ ଦିନରେ କୁଳିଅଣା ଉର୍ପ-ଡାକଘର ଘେରାଉ କରାଯିବ ବୋଲି ଗ୍ରାହକମାନେ ଚେତାବନୀ ଦେଇଥିଲେ। ତେବେ ଏ ସଂପର୍କରେ ପୋଷ୍ଟମାଷ୍ଟର ଶ୍ରୀ ନନ୍ଦଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ଉଚ୍ଚ ଅଧିକାରୀଙ୍କୁ ଘଟଣା ବାବଦରେ ଜଣାଇଥିଲେ ବି କେହି ଗୁରୁତ୍ବ ଦେଉ ନଥିବା କହିଛନ୍ତି।

Related Posts

About The Author

Add Comment