ଜମାକାରୀ ଅର୍ଥ ଫେରି ପାଇବେ କି!

Spread the love

ବାରିପଦା, ୨୮/୧୦(ସନ୍ଧାନ ନ୍ୟୁଜ୍);-  ମୟୂରଭଞ୍ଜ ଜିଲାର ସମବାୟ ଆନ୍ଦୋଳନରେ ବାରିପଦା ଅର୍ବାନ ବ୍ୟାଙ୍କ ଚଚ୍ଚିତ ନାମ । ସମୟ ଥିଲା ଏହି ବ୍ୟାଙ୍କରେ ଗ୍ରାହକଙ୍କ ଗହଳି ସହରରେ ଅବା ଜାତୀୟକରଣ ବକମାନଙ୍କ ତୁଳନାରେ ଅଧିକ ଥିଲା । କିନ୍ତୁ ବର୍ତ୍ତମାନ ସେ ସ୍ଥିତି ନାହିଁ । ବର୍ତ୍ତମାନ ୨୦/୨୨ ଜଣ ଅସ୍ଥାୟୀ କର୍ମଚାରୀଙ୍କ ସହ ଚାରି ଜଣ ପ୍ରାୟୀ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚାଲିଛି । କଜିଆ, ରାଇରଙ୍ଗପୁର ଓ ଉଦଳାଠାରେ ବ୍ୟାଙ୍କର ତିନୋଟି ଶାଖା ,ବାରିପଦାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି । ଏହି ବ୍ୟାଙ୍କର ବିଭିନ୍ନ ଶାଖା ସମେତ ବାରିପଦା ମୁଖ୍ୟ ବ୍ୟାଙ୍କରେ ୭୪ ହଜାରରୁ ଉଦ୍ଧ ଜମାକାରୀ ଅଛନ୍ତି । ୨୦୧୨ ନଭେମ୍ବର ୨ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କର କାରବାରରେ ରୋକ ଲଗାଇଥିଲେ । କାରଣ ଏହି ବ୍ୟାଙ୍କ ୩୫ କୋଟି ଟଙ୍କା ଅନାଦେୟ ଋଣ ସୁଧମୂଳ ସହିତ ୮୫ କୋଟି ଟଙ୍କାରେ ପହଞ୍ଚିଥିବାରୁ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହି ଦିନଠାରୁ ବ୍ୟାଙ୍କର ଜମାକାରୀ ସେମାନଙ୍କର ଅର୍ଥ ଫେରସ୍ତ ନ ପାଇ ଅରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ନିକଟରେ ବ୍ୟାଙ୍କର ସ୍ଥିତାବସ୍ଥା ଫେରାଇବା ପାଇଁ ଜମାକାରୀ ଗୁହାରି କରୁଥିଲେ ମଧ୍ୟ ସୁଫଳ ନ ମିଳିବାରୁ ଉଚ୍ଚ ନ୍ୟାୟାଳୟରେ ଦ୍ବାରସ୍ଥ ହୋଇଥିଲେ । ଗତ ସେପ୍ଟେମ୍ବର ୧୫ରେ ମାନ୍ୟବର ଉଚ୍ଚନ୍ୟାୟାଳୟର ଡିଭିଜନ । ବେଞ୍ଚ ଜମାକାରୀଙ୍କ ଅର୍ଥ ୮ ସପ୍ତାହ ମଧ୍ୟରେ ଫେରସ୍ତ ଦେବା ପାଇଁ ଡିଆରସିଏସ ତଥା ଲିକ୍ଲିଡେଟର ବାରିପଦାଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଇତିମଧ୍ୟରେ ୫ ସପ୍ତାହ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଓଡ଼ିଶା ସମବାୟ ସମିତିର ରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ସେହି ଆଦେଶନାମା ତର୍ଜମା ସହ ସାମାନ୍ୟ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ଫାଇଲ ଯାଇଥିବା କୁହାଯାଉଛି । ଯାହାଫଳରେ ପୁଣି ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ବିଳମ୍ବିତ ସହ ଅନିଶ୍ଚିତତା ଦେଖାଯାଇଛି । ୧୯୬୦ ଅପ୍ରେଲ ୪ରେ ବାରିପଦାରେ ଏହି ବ୍ୟାଙ୍କ ପ୍ରତିଷ୍ଠିତ ହୋଇ । ବ୍ୟାଙ୍କର ମୁଖ୍ୟ ଶାଖାରେ ୭୪ ହଜାର ୮୬୦ ଜମାକାରୀ, ରାଇରଙ୍ଗପୁର ଶାଖାରେ ୭ ହଜାର ୭୫୨ ଜମାକାରୀ ନଡିଆ ଶାରେ ୧୦ ହଜାର ୭୭୪ ଜମାକାରୀ ଓ ଉଦଳା ଶାଖରେ ୭ ହଜାର ୯୪୧ ଜମାକାରୀ ଏଭଳି ମୋଟ ୭୪ ହଜାର ୩୨୭ ଜମାକାରୀଙ୍କୁ ୭୧ କୋଟି ୬୨ ଲକ୍ଷ ୭୭ ହଜାର ଟଙ୍କାକୁ ବିଭିନ୍ନ ଜାତୀୟକରଣ । ବ୍ୟାଙ୍କଗୁଡିକରେ ଫିକ୍ସ ଡିପୋଜିଟ୍ କରାଯାଇଥିବାରୁ ଏହି ଅର୍ଥ ୮୫ କୋଟି । ଟଙ୍କାରେ ପହଞ୍ଚିଛି । କିନ୍ତୁ ବ୍ୟକ କାରବାରରେ ସୁଧାର ନ ଆସିଥିବାରୁ ଏହି ଅର୍ଥ ମୃତବତ ପଡି ରହିଥିବା ପ୍ରକାଶ। ବ୍ୟାଙ୍କ ଚାଲିଥିଲେ ମଧ୍ୟ ବ୍ୟାଙ୍କରେ ନୂତନ ଆକାଉଣ୍ଟ ଖୋଲିବାକୁ ଗ୍ରାହକମାନେ ଆଗ୍ରହୀ ନ ଥିବା ବେଳେ ଗତ ୬ ମାସ ଧରି କୋଭିତ କଟକଣା ପାଇଁ ରାଣ ମଧ୍ୟ ଆଦାୟ ହୋଇ ପାରି ନାହିଁ । ନାଁ ପଣ ଗ୍ରହୀତା ବ୍ୟାଙ୍କକୁ ଯାଇ ସେମାନଙ୍କୁ ରକ୍ଷା ଅର୍ଥ ପରିଶୋଧ କରୁଥିବା ପ୍ରକାଶ । ଅପରପକ୍ଷରେ ଜମାକାରୀମାନେ ସେମାନଙ୍କ ପରିବାରର ୨ଟିକ ରୋଗୀ ଚିକିତ୍ସା କରି ନ ପାରିବାରୁ କେତେକ ସ୍ଥଳରେ ରୋଗୀଙ୍କ ଅକାଳ ମୃତ୍ୟୁ ପଟୁ, ଆଉ କେତେକ ଜମାକାରୀ ନିଜର ସନ୍ତାନସନ୍ତତିଙ୍କ ଉଚ୍ଚଶିକ୍ଷା, ବିବାହ ପାଇଁ ଅର୍ଥ ଏହି ବ୍ୟାଙ୍କରେ ସଂଚିତ ରଖୁଲେ ହେଁ ଆବଶ୍ୟକତା ବେଳେ ତାହା ଉଠାଇ ପାରୁ ନ ଥିବାରୁ ଦୁଶ୍ଚିନ୍ତାରେ ସମୟ ଅତିବାହିତ କରୁଥିବା ପ୍ରକାଶ । ୨୦୧୪ରେ ବ୍ୟାଙ୍କ ଜମାକାରୀଙ୍କ ଅର୍ଥ ଉଠାଣ ପାଇଁ ତତ୍‌କାଳୀନ ଜିଲାପାଳଙ୍କ ଅଧୀନରେ ବ୍ୟାଙ୍କ ପରିଚାଳନା ଦାୟିତ୍ ରାଜ୍ୟ ସରକାର ନ୍ୟସ୍ତ କରିଥିଲା ବେଳେ ତାଙ୍କ ଉଦ୍ୟମରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ସେହି ସମୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ବାରା ୧୫ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ବଦଳରେ ଜମାକାରୀଙ୍କୁ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ର୍ଥ ଉଠାଣ କରି ପାରିବାର ଅନୁମତି ଦେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଏଦିଗରେ କୌଣସି ତ୍ବରିତ ପଦକ୍ଷେପ ନେଇ ନ ଥିବାରୁ ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ । ଏହା ପରେ ନିର୍ବାଚିତ ପ୍ରତିନିଙ୍କ ଦ୍ବାରା ବ୍ୟାଙ୍କ ପରିଚାଳନା ଦାୟିତ୍ବ ନ୍ୟସ୍ତ ହୋଇଥିଲା । କିନ୍ତୁ ଏହି ପରିଷଦ କେବଳ ଅନାଦୟ ତଣ ଆଦାୟ କରିବା ବ୍ୟତୀତ ଜମାକାରୀଙ୍କୁ ଅର୍ଥ ଉଠାଣ ପାଇଁ କୌଣସି ସଫଳ ପଦକ୍ଷେପ ନେଇ ପାରି ନ ଥିଲେ । ଶେଷରେ ବାରିପଦା ଅର୍ବାନ ବ୍ୟାଙ୍କରେ ଜମା ର ଜମାକାରୀ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଜମାକାରୀ ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବହୁ ବାଦବିବାଦ ପରେ ହାଇକୋର୍ଟ ଗତ ଜୁନ ୨୫ରେ ବ୍ୟାଙ୍କ ପ୍ରଶାସକ ଦାୟିତ୍ବରେ ଥିବା ଜିଲାର ଅତିରିକ୍ତ ଜିଲାପାଳଙ୍କୁ ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଅର୍ଥ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରେ ବ୍ୟାଙ୍କ କର୍ତ୍ତୁପକ୍ଷ କିଛି ଦିନ ପରେ ୨୩୩ ଜଣ ଜମାକାରୀଙ୍କୁ ୩ କୋଟି ୫୬ ଲକ୍ଷ ୨୦୬ ଟଙ୍କା ଫେରସ୍ତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ ପାଇଁ ପୂର୍ବ ନିର୍ଦ୍ଦେଶ ଉପରେ ରହିତାଦେଶ ହେବାରୁ ଅନ୍ୟ ଜମାକାରୀମାନେ ଅର୍ଥ ଉଠାଣ କରିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା ବୋଲି ପ୍ରକାଶ । ଗତ ସେପ୍ଟେମ୍ବର ୧୫ ତାରିଖ ମାନ୍ୟବର ହାଇକୋର୍ଟଙ୍କ ଆଦେଶନାମା ଅନୁଯାୟୀ ୮ ସପ୍ତାହ ମଧ୍ୟରେ ଅବଶିଷ୍ଟ ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଇତିମଧ୍ୟରେ ୫ ସପ୍ତାହ ବିତିଗଲାଣି । କିନ୍ତୁ ରାଜ୍ୟ ସରକାରଙ୍କ ସମବାୟ ବିଭାଗର ଫାଇଲ ଖେଳ ମଧ୍ୟରେ ଅବହେଳିତ ମୟୂରଭଞ୍ଜ ଜିଲାର ଜନସାଧାରଣ ଅନ୍ୟ ସମସ୍ୟା ଭଳି ଏହି ସମସ୍ୟାରେ ମଧ୍ୟ ଘାରି ହେଉଛନ୍ତି । ଯାହାଫଳରେ ଅବଶିଷ୍ଟ ଜମାକାରୀଙ୍କୁ କେବେ ଅର୍ଥ ମିଳିବ ସେ ଚିନ୍ତାରେ ଜମାକାରୀ ରହିଥିବା ବେଳେ ପ୍ରଶାସନିକ ବ୍ୟବସ୍ଥା ଏଥିପ୍ରତି ଗୁରୁତ୍ବ ଦେଉ ନ ଥିବା ଦେଖାଯାଉଛି ।

Related Posts

About The Author

Add Comment