ବାରିପଦା, ୧୬/୦୭/୨୦ (ସନ୍ଧାନ ନିଉଜ) : ବେତନଟୀର ବିଭିନ୍ନ ସରକାରୀ ଜାଗାକୁ ବିଭିନ୍ନ ସ୍ଥାନରେ ଜବରଦଖଲକାରୀ ସେମାନଙ୍କ କବଜାରେ ରଖିଥିବା ବେଳେ ପାଚେରୀ ନଥିବା ବେତନଟୀ କଲେଜ ଜାଗାକୁ ମଧ୍ୟ କିଛି ଜବରଦଖଲକାରୀ ନିଜ ଅକ୍ତିଆରରେ ବାଡ଼ ଘେରି ରଖିଥିବା ଓ ଅସ୍ଥାୟୀ ଘର ମଧ୍ୟ କରିଚାଲିଛନ୍ତି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ତହସିଲଦାରଙ୍କ ସମେତ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଦୀର୍ଘ ୪୩ବର୍ଷ ହେବ ବେତନଟୀ ମହାବିଦ୍ୟାଳୟ ଅକ୍ତିଆରରେ ଥିବା ଏହି ଜାଗାକୁ କେତେକ ଲୋକ ମାଡିବସିବା ସହିତ ଘର ମଧ୍ୟ କରିଥିବା ଜଣାଯାଇଛି । କଲେଜର ପରିସୀମା ପ୍ରାୟ ୩୦ ଏକରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାଯାଇଛି । ସରକାରୀ ଅନୁଦାନ ପାଇବାପରେ ଜଣେ ପରେ ଜଣେ ଅଧ୍ୟକ୍ଷ ମହାବିଦ୍ୟାଳୟ ପରିଚାଳନା ଦାୟିତ୍ଵ ନେଉଛନ୍ତି ।
ମାତ୍ର ତାଙ୍କ ଚାକିରି ଜୀବନର ଅବସର ପରେ ସେମାନେ ବାଟ ଭାଙ୍ଗି ଚାଲିଯାଉଛନ୍ତି । କେହି ଏହାର ପରିସୀମାକୁ ଆବଦ୍ଧ କରି ରଖିବା ସମ୍ପର୍କରେ ଚିନ୍ତା ମଧ୍ୟ କରିନଥିବାରୁ ଏହାର ସୀମା କମିଯାଇ ଜବରଦଖଲକାରୀଙ୍କ କବଜାରେ ରହିଛି । ମହାବିଦ୍ୟାଳୟର ସ୍ଵତନ୍ତ୍ର ପରିଚୟ ରହିଥିବା ବେଳେ ଶିକ୍ଷା ଠାରୁ ଆରମ୍ଭ କରି ପରୀକ୍ଷାଫଳ ପଯ୍ୟନ୍ତ ସବୁଥିରେ ୪୩ ବର୍ଷ ମଧ୍ୟରେ ଇଛାଶକ୍ତି ଅଭାବ ସହିତ ରାଜନୈତିକ ନେତାଙ୍କ ଆଡଦୃଷ୍ଟି ଯୋଗୁଁ ପାଚେରୀ କାମ ନହେବାରୁ ଫାଙ୍କା ପଡିଆକୁ ଲୋକମାନେ ମାଡ଼ି ବସିବାର ସୁଯୋଗ ପାଇପାରିଛନ୍ତି । ସରକାରୀ ସମ୍ପତି ଭାବି କଲେଜ କର୍ତ୍ତୃପକ୍ଷ ଠାରୁ ଆରମ୍ଭ କରି ବେତନଟୀର ସଚେତନ ,ରାଜନେତା ୫ ବର୍ଷ ଅବଧି ପୂରଣକରି ଚାଲିଯାଇଛନ୍ତି ମାତ୍ର ମହାବିଦ୍ୟାଳୟର ଉନ୍ନତି ଚିନ୍ତା କରିନାହାନ୍ତି । ୨୦୦୯ ମସିହାରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମହାବିଦ୍ୟାଳୟରେ ଏକ ଅଡିଟୋରିୟମ ନିର୍ମାଣ ନିମନ୍ତେ ୩୦ ଲକ୍ଷ ଅନୁଦାନ ପ୍ରଦାନ କରିଥିବାବେଳେ ଏହା ସମ୍ପୂର୍ଣ୍ଣ ହୋଇ ନପାରି ଅଧାପନ୍ତରିଆ ଅବସ୍ଥାରେ ସମାଜସେବୀ କୈଳାଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ପ୍ରଚେଷ୍ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୨ଲକ୍ଷ ଟଙ୍କା ପ୍ରଦାନ କରିବାପରେ ଏହି ଅଡିଟୋରିୟମ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭିତର କାର୍ଯ୍ୟ ନିମନ୍ତେ କିଛି ଅର୍ଥର ଆବଶ୍ୟକତା ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ମହାବିଦ୍ୟାଳୟ ବନ୍ଦ ଥିବା ସୁଯୋଗ ନେଇ କିଛି ନ୍ୟସ୍ତସ୍ବାର୍ଥ ମହାବିଦ୍ୟାଳୟର ଜାଗାକୁ ମାଡ଼ି ବସିଛନ୍ତି । ପରିଚାଳନା କମିଟି ନଥିବା ବେଳେ ଉପଜିଲ୍ଲାପାଳ ଏହାର ଦାୟିତ୍ବ ବୁଝୁଥିବା ସମୟରେ କିଛି ଅନୁପ୍ରବେଶକାରୀ କଲେଜ ଜାଗାକୁ କବଜା କରିନେବା ଓ କଲେଜ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରିବା ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଉପଜିଲ୍ଲାପାଳ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରହିଥିବା ବେଳେ ମହାବିଦ୍ୟାଳୟ ଜାଗାକୁ ଅନୁପ୍ରବେଶକାରୀ କବଜା କରିବା ଅତ୍ୟନ୍ତ ଘଟଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଉପଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।