ଜନ ଶୁଣାଣି କାର୍ଯ୍ୟକ୍ରମରେ କ୍ଷତିଗ୍ରସ ଚାଷ ବିଷୟରେ ଅବଗତକଲେ ଅଞ୍ଚଳର ଚାଷୀ

Spread the love

ସୁନ୍ଦରଗଡ଼ ତା:୧୧/୧୨/୨୦୨୩( ସନ୍ଧାନ ନିଉଜ/ରାଜୁ ପଟେଲ) ବିଗତ ଦୁଇଦିନ ତଳେ ଲଗାଣ ବର୍ଷା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଅଞ୍ଚଳରେ ଚାଷର କ୍ଷୟକ୍ଷତି ଘଟିଛି । ଚାଷୀ ହତାଶ ହୋଇ ରହିଥିବା ବେଳେ ସବଡେଗା ବ୍ଲକରେ ଜନଶୁଣାଣୀ ଅବସରରେ ଚାଷୀ ଜିଲ୍ଲାପାଳଙ୍କୁ ଅଞ୍ଚଳରେ ଲଘୁଚାପ ବର୍ଷା ଯୋଗୁଁ ହୋଇଥିବା କ୍ଷତି ବିଷୟରେ ଚାଷ ଜମିର ଧାନ ଆଣି ଅବଗତ କରାଇଥିଲେ । ଲଘୁଚାପ ବର୍ଷା ଫଳରେ ଚାଷୀର ଧାନ ପଚିବା ସହିତ,ଗଜାହେବା ଓ ରଙ୍ଗ ପରିବର୍ତ୍ତନ ହେବା ଭଳି ଅସୁବିଧା ଦେଖାଦେଉଥିବା ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ଓ ଅତିଶୀଘ୍ର ଏହି ଧାନମଣ୍ଡି ଖୋଲାଯାଇ ଏହାର ବ୍ୟବସ୍ଥା କରାଯିବା ପାଇଁ ଦାବି ଜଣାଇଛନ୍ତି । ଏହି ଚାଷରେ ଚାଷୀ ତାର ବର୍ଷକର ଖର୍ଚ୍ଚ କରିବା ପରେ ଅମଳ ସମୟରେ ହେବା କାରଣରୁ ଚାଷୀ ହତାଶ ହୋଇ ଏହି ଧାନକୁ ମଣ୍ଡି ମାଧ୍ୟମରେ ଅତିଶୀଘ୍ର ନେବାକୁ ଜିଲ୍ଲାପାଳ ନ ଥିବା କାରଣରୁ ଉପଜିଲ୍ଲାପାଳ ଙ୍କୁ ଦାବି ଜଣାଇଛନ୍ତି ।ଏହି କ୍ଷୟକ୍ଷତି ସବଡେଗା ବ୍ଲକର ସବଡେଗା ପଂଚାୟତ,ଯାଇସର ଓ ଯମୁନା ପଞ୍ଚାୟତ ର କ୍ଷତି ଘଟିଥିବା ଅଞ୍ଚଳ ଚାଷୀ ଜଣାଇଛନ୍ତି । ପ୍ରସାସନ ଅଧିକାରୀ ଆଶ୍ୱାସନା ଦେଇଥିବା ବେଳେ ଦେଖିବାକୁ ବାକି ରହିଲା ଚାଷୀର ନିସ୍ତବ୍ଧ କାନ୍ଦ ସରକାର କେବେ କର୍ଣ୍ଣପାତ କରୁଛନ୍ତି।

Related Posts

About The Author

Add Comment