ଜନ ପ୍ରତିନିଧି ମାନଙ୍କର ଜିଲ୍ଲା ସ୍ତରୀୟ ବୈଠକ

Spread the love

ବାଲିଗୁଡା,୨୬/୯/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କଂଜାମେଣ୍ଡି ସ୍ଥିତ ଦିବ୍ୟ ଜ୍ୟୋତି ସଭା ଗୃହ ପରିସରରେ କନ୍ଧମାଳ ଜିଲ୍ଲା ନାଏବ ସରପଞ୍ଚ ଓ ୱାର୍ଡ଼ ମେମ୍ବର ମହାସଂଘର କନ୍ଧମାଳ ଜିଲ୍ଲା ଉପଦେଷ୍ଟା ପରମାନନ୍ଦ ନାୟକଙ୍କ ନେତୃତ୍ୱରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲାର ବାର ଗୋଟି ବ୍ଲକରେ ଥ‌ିବା ଜନ ପ୍ରତିନିଧି ଅର୍ଥାତ୍ ନାଏବ ସରପଞ୍ଚ,ଓ ୱାର୍ଡ ମେମ୍ବର ଭଳି ବିଭିନ୍ନ ଜନ ପ୍ରତିନିଧି ମାନଙ୍କ ସହ ଜନ ପ୍ରତିନିଧି ସଂଘର ଉପଦେଷ୍ଟା ବ୍ରହ୍ମାନନ୍ଦ ଦିଗାଲ, ସଭାପତି ସଞ୍ଜୀବ ଦିଗାଲ,ଉପ ସଭାପତି ଦୀପକ ପ୍ରଧାନ, ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ଦିଗାଲ ଙ୍କ ସମେତ ପାଞ୍ଚଶହ ରୁ ଉର୍ଦ୍ଧ୍ୱ ଜନ ପ୍ରତିନିଧି ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲାର ପ୍ରତ୍ୟେକ ବ୍ଲକର ପ୍ରଶାସନ ମାନଙ୍କ ଉପରେ ବର୍ଷିଥିଲେ l ଜନ ପ୍ରତିନିଧି ମାନେ କୌଣସି ସମସ୍ୟା କୁ ନେଇ ବ୍ଲକ କାର୍ଯ୍ୟାଳୟ କୁ ଗଲେ ଗୋଷ୍ଠି ଉନ୍ନୟନ ଅଧିକାରୀ ସେମାନଙ୍କୁ ଅଣ ଦେଖା କରୁଥିବା ଆଲୋଚନା ହୋଇଥିଲା । ବାର୍ଦ୍ଧକ୍ୟ, ବିକଳାଙ୍ଗ, ଓ ବିଧବା ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ ଆମ କଥା ଶୁଣୁ ନାହାନ୍ତି ବୋଲି ଉପସ୍ଥିତ ସମସ୍ତ ଜନ ପ୍ରତିନିଧି ଅଭିଯୋଗ କରିଥିଲେ l ସେହିପରି ଗ୍ରାମ ରୋଜଗାର ସେବକ ମାନେ ମଧ୍ୟ ମନମୁଖୀ କାର୍ଯ୍ୟ କରୁଛନ୍ତି । ଆମେ ଜନ ପ୍ରତିନିଧି ମାନେ କେବଳ  ନାମକୁ ମାତ୍ର ଜନ ପ୍ରତିନିଧି ବୋଲି କୁହାଯାଉଥ‌ିବା ବେଳେ ଆମ ପ୍ରତି ହେଉଥ‌ିବା ଅଣଦେଖା ଅଭିଯୋଗ ଉପରେ ଆଲୋଚନା କରାଯାଇ ଏ ସମ୍ପର୍କରେ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ  କନ୍ଧମାଳ ଜିଲ୍ଲାପାଳ ଜରିଆରେ ଏକ ଲିଖିତ ଅଭିଯୋଗ ଦେବା ପାଇଁ ଜନ ପ୍ରତିନିଧି ମହାସଂଘ ତରଫରୁ ନିଷ୍ପତି ନିଆଯାଇଥିଲା।

Related Posts

About The Author

Add Comment