ଜନ ପ୍ରତିନିଧିଙ୍କ ଘର ସମ୍ମୁଖ କଂକ୍ରିଟ ରାସ୍ତା ଡ୍ରେନ ପାଣିରେ ଜଳମଗ୍ନ, ଯାତାୟତରେ ଅସୁବିଧା

Spread the love

ସୁନ୍ଦରଗଡ଼ ତା:୧/୨/୨୦୨୬(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସବଡେଗା ବ୍ଲକର ସବଡେଗା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଯାଇଥିବା କଂକ୍ରିଟ ରାସ୍ତା ଦିନ ତମାମ ଡ୍ରେନ ପାଣିରେ ଭରି ରହିଥିବା ଦେଖିବାକୁ ମିଳିଛି । ଅଞ୍ଚଳରେ ଥିବା ଲୋକେ ଯିବା ଆସିବା ସମୟରେ ଆବର୍ଜନା ପାଣି ଉପରେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି । ତା ସହିତ ଏହି କଂକ୍ରିଟ ରାସ୍ତା ରେ ଜନ ପ୍ରତିନିଧି ଙ୍କ ଘର ଥାଇ ମଧ୍ୟ ତାର ସମାଧାନ ନ ହେବା ପ୍ରଶାସନର ଅପାରଗତା କୁ ଦର୍ଶାଉଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ  ଏହି ରାସ୍ତା ମୁଖ୍ୟରାସ୍ତା ସହିତ ମିଶିଥିବାବେଲେ ଏହି ଡ୍ରେନ ପାଣିରୁ ଦୁର୍ଗନ୍ଧ ରୀତିମତ ହେଉଥିବା ସହିତ ପରିତକତ୍ୟ ପାଣିରେ ଲୋକେ ଚାଲିଯାଉଥିବା  ଅଭିଯୋଗ ହେଉଛି। ସେଇ ରାସ୍ତା ଦେଇ ଜନପ୍ରତିନିଧି ଆବାସ ଥିବା ବେଳେ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ତା  ସହିତ ବିଭାଗୀୟ ଅଧିକାରି ସହିତବ୍ଲକ୍ ପ୍ରଶାସନ ର ଅଣଦେଖା କରୁଥିବା ପ୍ରଶ୍ନ ଘେରରେ ରହିଛି ।ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଅତିଶୀଘ୍ର ସମାଧାନ କରିବାକୁ ଦାବି ହେଉଛି ।

Related Posts

About The Author

Add Comment