କଟକ(ସନ୍ଧାନ ନ୍ୟୁଜ) : ଆମ ସମୟର ଜଣେ ନିତିନିଷ୍ଟ ସାଧକ, ସଙ୍ଗଠକ,ପରିବେଶବିତ୍,ପ୍ରବୀଣ ରାଜନୀତିଜ୍ଞ,ଗାନ୍ଧୀବାଦୀ,ରକ୍ତଦାତା ତଥା ବିଶିଷ୍ଟ ସମାଜସେବୀ ଦୀପକ କୁମାର ଚୌଧୁରୀ ଏକ ଉଦ୍ଦିତ ଉଚ୍ଚାରଣ । ରକ୍ତଦାନ ମହତ୍ ଦାନ ତାଙ୍କ ସ୍ଲୋଗାନ । କେନ୍ଦ୍ରପଡ଼ା ମାଟିର କୃତୀ ସନ୍ତାନ ଛାତ୍ର ଜୀବନରୁ ସମାଜର ଅବହେଳିତ ଥିବା ଲୋକମାନଙ୍କ ସେବାରେ ଦିର୍ଘ ୩୩ ବର୍ଷ ଧରି ସାଧନାରତ ପୁଣି ଜଣେ ପ୍ରବୀଣ ରାଜନୀତିଜ୍ଞ ଭାବେ ୧୨ ବର୍ଷରୁ ଉର୍ଦ୍ଧ ସମୟ ହେବ କାର୍ଯ୍ୟରତ । କେନ୍ଦ୍ରାପଡା ଜିଲ୍ଲା ମାର୍ଶଘାଇ ବ୍ଲକ୍ ଅନ୍ତର୍ଗତ ୨୬ ନମ୍ବର ଜୋନରୁ ସ୍ଵାଧୀନ ଜିଲ୍ଲା ପରିଷଦ ପାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ରାଜନୀତିକୁ ଆସିବାର ତାଙ୍କ ଲକ୍ଷ୍ୟ ହେଉଛି ସୁସ୍ଥ, ସୁନ୍ଦର,ଶୋଭାନୀୟ ଆଉ ସ୍ୱଚ୍ଛ ଭାରତ ଗଠନ କରିବାର ଆଉ ସମାଜକୁ ଦୁର୍ନୀତି ମୁକ୍ତ କରିବା । ସେ ଏଯାବତ୍ ୫୩ ବର୍ଷ ବୟସରେ ୯୩ ଥର ରକ୍ତଦାନ କରିବା ସହ,ବହୁ ଲୋକଙ୍କୁ ରକ୍ତଦାନ ସମ୍ପର୍କରେ ସଚେତନ କରାଇବା,ପ୍ରାକୃତିକ ଦୁର୍ବିପାକ ସମୟରେ ଜରୁରୀ କାଳୀନ ସେବା ପ୍ରଦାନ,ଲୋକଙ୍କ ସୁଖଦୁଃଖରେ ଭାଗି ହେବା ଆଦି ଅନେକ ଜନ ହିତକର କାର୍ଯ୍ୟ କରିଚାଲିଛନ୍ତି । ରକ୍ତଦାନ ମହାସେବା ତଥା ସମାଜପ୍ରତି ତାଂକ ଉଲ୍ଲେଖନୀୟ ଅବଦାନ ପାଇଁ ସେ ବିଶ୍ୱ ରକ୍ତଦାତା ଦିବସ – ୨୦୨୩ ମସିହାରେ କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ପକ୍ଷରୁ କଟକ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧିତ ଏଥିସହ ରାଜ୍ୟର ବହୁ ସଂଗଠନ ପକ୍ଷରୁ ଉଚ୍ଚ ପ୍ରଶଂସିତ ।
ଜନ ଜାଗରଣର ପ୍ରତୀକ : ଦୀପକ କୁମାର ଚୌଧୁରୀ
|
August 30, 2023 |