ଯାଜପୁର, ତା ୨୩ା୧୨ : ଦେଶର ବିକାଶ ଓ ଯୋଜନା ପ୍ରଣୟନ ପାଇଁ ଜନ ଗଣନା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ପ୍ରତି ୧୦ ବର୍ଷରେ ହେଉଥିବା ଏହି ଗଣନାରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ନିଷ୍ଠାପର ମନୋଭାବ ଏହାକୁ ସପଂଳ କରିଥାଏ । ସେହିଭଳି ଉସôର୍ଗୀକୃତ କାର୍ଯ୍ୟ କରିଥିବାରୁ ଯାଜପୁର ଜିଲ୍ଳ୍ାର ୨୦ ଜଣଙ୍କୁ ସମ୍ୱର୍ଦ୍ଧିତ କରି ଆମେ ଗର୍ବିତ ବୋଲି କହିଚ୍ଥନ୍ତି ରାଜ୍ୟ ଜନ ଗଣନା ନିଦେ୍ର୍ଦଶକ ପ୍ରେମାନନ୍ଦ ଖୁଣ୍ଟିଆ । ବୁଧବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଳ୍ା ପ୍ରଶାସନ ଓ ରାଜ୍ୟ ଜନ ଗଣନା ନିଦେ୍ର୍ଦଶାଳୟ ପକ୍ଷରୁ ୨୦୧୧ ଜନ ଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ଅଧିକାରୀ ଓ କର୍ମଚାରୀଙ୍କୁ ମେଡାଲ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଖୁଣ୍ଟିଆ ୧୮୭୨ ମସିହରୁ ଆମ ଦେଶରେ ଜନ ଗଣନା ଆରମ୍ଭ ହୋଇଥିଲା । ପ୍ରତି ୧୦ ବର୍ଷ ଅନ୍ତରରେ ଜନ ଗଣନା ହୋଇଆସୁଚ୍ଥି । ତେବେ ୨୦୨୧ ଜନ ଗଣନା କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଅଚ୍ଥି । ଭାରତ ସହ ଅନ୍ୟ ୧୫୦ ଟି ରାଷ୍ଟ୍ରରେ ମଧ୍ୟ ଏହା ବାଧାପ୍ରାପ୍ତ ହୋଇଅଚ୍ଥି । କରୋନା ସ୍ଥିତିରେ ପରିବର୍ତ୍ତନ ଆସିଲେ ସମ୍ଭବତଃ ଜନ ଗଣନା ୨୦୨୧ ମାର୍ଚ୍ଚ, ଅପ୍ରେଲ ଠାରୁ ଆରମ୍ଭ୍ୱ ହେବ ବୋଲି ସେ ସୂଚନା ଦେଇଥିଲେ । ଦେଶର ଲୋକଙ୍କର ସାମାଜିକ, ଅର୍ଥ ନୈତିକ, ଲିଙ୍ଗଗତ, ଜାତିଗତ ସ୍ଥିତି, ସେମାନଙ୍କର ସାଧନ, ସମସ୍ୟା, ଆବଶ୍ୟକତା ଇତ୍ୟାଦି ସଂପର୍କରେ ଏହି ପରିପ୍ରେକ୍ଷୀରେ ତଥ୍ୟ ହାସଲ କରାଯାଇଥାଏ । ଯାହା ଦେଶର ଯୋଜନା ପ୍ରଣୟନ ପାଇଁ ବିଶେଷ ଉପଯୋଗୀ ହୋଇଥାଏ । ଏଥିପାଇଁ ବିଭିନ୍ନ ଗଣନାକାରୀଙ୍କୁ ବିଷଦ ଭାବେ ପ୍ରଶିକ୍ଷିତ କରାଯାଇ ଘରକୁ ଘର ବୁଲି ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାକୁ ପଡିଥାଏ । ଚଳିତ ବର୍ଷ ଉଭୟ ଅପଂ ଲାଇନ ଓ ଅନ୍ ଲାଇନ ମାଧ୍ୟମରେ ଜନ ଗଣନା ତଥ୍ୟ ହାସଲ ବ୍ୟବସ୍ଥା ରାଜ୍ୟ ସରକାର କରିଚ୍ଥନ୍ତି ବୋଲି ଶ୍ରୀ ଖୁଣ୍ଟିଆ କହିଥିଲେ । ଜିଲ୍ଳାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କୈାଣସି ଭଲ କାମ ପାଇଁ ସମ୍ମାନ ବା ପ୍ରୋସôାହନ, ପର ପୀଢି ପାଇଁ ପ୍ରେରଣା ସାଜିଥାଏ । ଜନ ଗଣନାରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ସମ୍ୱର୍ଦ୍ଧିତ ପ୍ରତ୍ୟେକ ବ୍ୟକ୍ତି ଅଭିନନ୍ଦନୀୟ ଓ ଅନ୍ୟ ମାନଙ୍କୁ ଏହା ଭଲ କାମ ପାଇଁ ଉସôାହିତ କରିବ ବୋଲି ସେ କହିଥିଲେ । ପରବର୍ତ୍ତୀ ଜନ ଗଣନା ପାଇଁ ପ୍ରତ୍ୟେକ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପରେ ୨୦୨୧ ଜନ ଗଣନାରେ ଉକôୃଷ୍ଟ କାର୍ଯ୍ୟ ପାଇଁ ସୁଦର୍ଶନ ମିଶ୍ର, କୃଷ୍ଣ ପ୍ରସାଦ ମହାପାତ୍ର, ରୁଦ୍ରମଣି ମୁଖୀ, ଅୟସକାନ୍ତ ବେହୁରା, ସୁଜିତ ଦେହୁରି, ଜଗଦୀଶ ପୃଷ୍ଟି, ସୁରେଶ ଚନ୍ଦ୍ର ନାୟକ, ପ୍ରବୀଣ କୁମାର ଦାସ, ବିଜୟ କୁମାର ସ୍ୱାଇଁ, ପଦ୍ମନାଭ ସାହୁ, ଅପର୍ଣ୍ଣା ଶତପଥୀ, ରନôାକର ରାଊତଙ୍କୁ ରୈାପ୍ୟ ପଦକ ଓ ନବ କିଶୋର ପଣ୍ଡା, ପ୍ରଭାସିନୀ ମହାନ୍ତି, ବଳରାମ ରଣା, ରାଖାଲ ଚନ୍ଦ୍ର ରାଉତରାୟ, ଜନ୍ମେଜୟ ନାୟକ, କଳ୍ପଲତା ପହି, ସୁଧିର କୁମାର ଓଝା, ସମାପିକା ପଣ୍ଡାଙ୍କୁ ବ୍ରୋଞ୍ଚ ପଦକ ଓ ପ୍ରମାଣ ପତ୍ର ଦେଇ ଅତିଥି ମାନେ ସମ୍ୱର୍ଦ୍ଧିିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜନ ଗଣନାର ଜିଲ୍ଳ୍ା ଇନ୍-ଚାର୍ଜ ଉପେନ୍ଦ୍ର କୁମାର ନାୟକ, ଜନ ଗଣନାର ଉପ ନିଦେ୍ର୍ଦଶକ ଅଶୋକ ମିଶ୍ର, ହାରାଧନ କର୍ମି ପ୍ରମୁଖ ଜନ ଗଣନାର ଆବଶ୍ୟକତା ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ସହକାରୀ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ନିଦେ୍ର୍ଦଶକ ଶ୍ରୀ ଖୁଣ୍ଟିଆ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜନ ଗଣନା କାର୍ଯ୍ୟାଳୟକୁ ଊଦ୍ଘାଟନ କରିଥିଲେ ।