ଜନପ୍ରତିନିଧି ସହିତ ପ୍ରସାଶନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିରୀହ ଜନତା ନିଷ୍ପେସିତ

Spread the love

ସୁନ୍ଦରଗଡ଼ ତା :୧୪)୨/୨୦୨୬( ସନ୍ଧାନ ନ୍ୟୁଜ)  ଖଜୁରୀ ଗଛ ର କି ଗୁଣ ଗାଇବି, ମୂଳ ରୁ ପାହାଚ ପାହାଚ l ଯିଏ ଯେତେ ବଡ଼ ପଦବୀ ଦାୟିତ୍ୱ ନେଲେ ସେ   ଜନ ସାଧାରଣ ଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଟଙ୍କା ଠକି ନେବାରେ ଲାଗିଛନ୍ତି  l ପାଇଥିବା ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ କୁରେଇ ଗ୍ରାମ ପଞ୍ଚାୟତ ର ପ୍ରଶାନ୍ତ ବାରିକ କୁରେଇ ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ତଥା ଭାରତୀୟ ଜନତା ପାର୍ଟି ର ଜଣେ ଦକ୍ଷ କର୍ମୀ ଅଟନ୍ତି l ସେ ନାଏବ ସରପଞ୍ଚ ହିସାବ ରେ ଜନ ସାଧାରଣ ଙ୍କ ଦୁଃଖ ସୁଖ ସମୟ ରେ ଜନ ସାଧାରଣ ଙ୍କୁ ସାହାଯ୍ୟ କରିବା କଥା କିନ୍ତୁ ଦୁଃଖ ର ବିଷୟରେ ସେ ଜନ ସାଧାରଣ ଙ୍କୁ ଭୁଆଁ ବୁଲାଇ କାମ କରିବା ମିଛ ପ୍ରତିଶୃତି ଦେଇ ଟଙ୍କା ଠକି ଠକି ନେଇ ଲୋକ ଙ୍କ କାମ ନ କରୁଥିବା ସୂଚନା ସୂତ୍ରରୁ ଜଣାପଡିଛି  l ୨୦୨୫ମସିହାରେ ସରକାର ଙ୍କ ଠାରୁ କେତେକ ଜନ ସାଧାରଣ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ଘର ମିଳିଥିବା ବେଳେ ପ୍ରଥମ କିସ୍ତି ଟଙ୍କା କୁ ମାଗି ନେଇ ଆଜି ପର୍ଯ୍ୟନ୍ତ କାମ ନ କରିବା ଅଭିଯୋଗ ଆସିଛି ।ସୂଚନା  ଅନୁସାରେ  କୁରେଇ ଗ୍ରାମ ପଞ୍ଚାୟତ ର ଲମତି ଗ୍ରାମର ଆଶା ପିଙ୍କି ଏକ୍କା ଓ ସୁରଗୁଜା ଗ୍ରାମ ର ଘନଶ୍ୟାମ ମାଝୀ ଙ୍କ ନାମରେ ବାହାରି ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ପ୍ରଥମ କିସ୍ତି ଟଙ୍କା ନେଇ ଆଜିଯାଏ କାମ କରି ନ ଥିବା ଜଣାପଡିଛି । ଲୋକେ ନିର୍ବାଚିତ କରି ଲୋକଙ୍କ ସେବାରେ ନିୟୋଜିତ କରୁଥିବା ବେଳେ ସେଥିରେ ବ୍ୟତିକ୍ରମ ହେବା ସହିତ ପ୍ରସାଶନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା କାରଣରୁ ଗରିବ ଲୋକ ନିଷ୍ପେସିତ ହେଉଥିବା ଦେଖିବାକୁ ମିଳୁଛି ।ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment