ଜନତା କର୍ଫ୍ୟୁ ଆହ୍ୱାନରେ ବନ୍ଦ ହୋଇଗଲା ପୂରା ଓଡ଼ିଶା, ରାଉରକେଲାରେ ସହର ଦୋକାନ ବଜାର ବନ୍ଦ

Spread the love
ରାଉରକେଲା /ଭୁବନେଶ୍ୱର /ଯାଜପୁର,  ୨୩/୦୩ (ସନ୍ଧାନ ନିୟୁଜ) :ରାଉରକେଲାରେ ଜନତା କର୍ଫ୍ୟୁର ବ୍ୟାପକ ପ୍ରଭାବ । ଆଜି ସନ୍ଧ୍ୟା 5 ଟାରେ ଲୋକମାନେ କୋରୋନାର ମୁକାବିଲା କରୁଥିବା ଲୋକଙ୍କ ଉତ୍ସାହ ବୃଦ୍ଧି ପାଇ ଶଙ୍ଖ ସହ ଘଣ୍ଟ ବଜାଇ ତାଳି ମାରିଥିଲେ ରାଉରକେଲାବାସୀ । ଆଜି ରାଉରକେଲା ସହର ସହିତ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗହଳିରେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ସହରରେ କୋରୋନାର ମୁକାବିଲା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 31 ତାରିଖ ଯାଏ ଟ୍ରେନ ଚଳାଚଳ ବନ୍ଦ କରି ଦିଆଯାଇଥିବା କୁହାଯାଉଛି । ବିଭିନ୍ନ ହୋଟେଲ ପାଇଁ କଟକଣା ଜାରି କରାଯାଇଛି ।

 ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁର ଆହ୍ୱାନ । ଏବଂ ମୁଖ୍ୟମନ୍ତ୍ରୀଙ୍କ ‘ତାଲା ବନ୍ଦ’ ନିଷ୍ପତିକୁ ସ୍ୱତଃପ୍ରବୃତ ଭାବେ ସମର୍ଥନ ଜଣାଇଛନ୍ତି ଓଡ଼ିଶାବାସୀ । ରାଉରକେଲାରୁ ସମ୍ବଲପୁର , କଟକରୁ କୋରାପୁଟ, ବାଲେଶ୍ୱରରୁ ବଲାଙ୍ଗୀର, ଜନତା କର୍ଫ୍ୟୁ ଓ ତାଲା ବନ୍ଦକୁ ମିଳିଛି ସମର୍ଥନ । ରାସ୍ତାଘାଟ ଶୂନଶୂନ, ଗାଡି ମଟର ଯାତାୟତ ବନ୍ଦ । କରୋନା ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ସାମିଲ ହୋଇଛନ୍ତି ଜନତା । ନିଜକୁ ଘରେ ଆବଦ୍ଧ ରଖି ଏହି ଅଭିଯାନକୁ ସମର୍ଥନ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁ ଓ ତାଲା ବନ୍ଦର ବଡ଼ ପ୍ରଭାବ । ଜନଗହଳିପୂର୍ଣ୍ଣ ରାଜଧାନୀ ରାଜରାସ୍ତା ଖାଲି ହୋଇଯାଇଥିବା ବେଳେ କାଁ-ଭାଁ ଗୋଟିଏ ଦୁଇଟି ଗାଡ଼ି ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଥିଲା
image.png
image.png

Related Posts

About The Author

Add Comment