ଜନଗଣନା ପର୍ଯ୍ୟବେକ୍ଷକଙ୍କୁ ସମ୍ବର୍ଦ୍ଧନା

Spread the love
କଟକ, ୩୧/୧୨ (ସନ୍ଧାନ ନିଉଜ) କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ଓ ପ୍ରଶାସନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ୨୦୧୧ ମସିହା ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ସିଲଭର ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି ! ଏହି କାର୍ଯ୍ୟରେ ଜିଲ୍ଲାର ୬୨ ଜଣ ଜନଗଣନାକାରୀ ପର୍ଯ୍ୟବେକ୍ଷକ ମାନଙ୍କୁ  ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯିବାସହ  କଟକ ସଦର ବ୍ଲକ ହଂସନାଥ ନୋଡାଲ ହାଇସ୍କୁଲର ଶିକ୍ଷୟତ୍ରୀ ନିରୂପମା ଦାସ,ନୂଆକୋରୁଆ ୟୁପି ସ୍କୁଲର ଶିକ୍ଷକ ପ୍ରଭାତ ଶଢଙ୍ଗୀ,ଅମନସାସୋଲ ୟୁପି ସ୍କୁଲର ଶିକ୍ଷକ ସନ୍ତୋଷ ନନ୍ଦ, ଆଇତଳଙ୍ଗ ପ୍ରାଇମେରି ସ୍କୁଲର ଶିକ୍ଷକ ହେମନ୍ତ ପାତ୍ର,କେଶପୁର ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ହାଜି ଶେଖ ସଫିକ ଉଦ୍ଦିନ ପ୍ରମୁଖ ସମ୍ବର୍ଦ୍ଧିତ ହୋଇ ଅଞ୍ଚଳ ପାଇଁ ଆଣିଦେଇଛନ୍ତି ମହାସଫଳତା ! ସୂଚନାଯୋଗ୍ୟ ୧୮୭୨ ମସିହାରୁ ଦେଶରେ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇ ଆସୁଛି ଏବଂ ପ୍ରତି ଦଶବର୍ଷରେ ଏହା କରାଯାଇଥାଏ !

Related Posts

About The Author

Add Comment