ଜନକ ସରକାରୀ ନୋଡାଲ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ

Spread the love

ଯାଜପୁର ସଦର, ୧୧/୦୨/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଂଚାୟତ ଜନକ ସରକାରୀ ନୋଡାଲ ବିଦ୍ୟାଳୟରେ ବିଦାୟକାଳିନ ଶିକ୍ଷୟତ୍ରୀ ଶାନ୍ତିଲତା ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିଶରରେ ସଭାପତି ଯୁଧିଷ୍ଠିର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଏହି ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିବା ବେଳେ, ମୁଖ୍ୟ ଅତିଥି ଭାବେ ଏହି ବଦାୟ କାଳିନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ନିଳାମ୍ବର ମିଶ୍ର ଶ୍ରୀମତୀ ନାୟକଙ୍କ ଶିକ୍ଷକତା ସମ୍ପର୍କରେ ସୂଚନା ଦେଇଥିଲେ । ଶ୍ରୀମତୀ ନାୟକଙ୍କ ଶିକ୍ଷକତା ଜୀବନ ଆରମ୍ଭକରି କୋମଳମତି ଶିଶୁ ମାନଙ୍କ ମୁହଁରେ ହସ ଫୁଟାଇବା ସହିତ ତାଙ୍କ କର୍ମମୟ ଜୀବନରୁ ଅବସର ନେଇଥିଲେ । ଅବସର ନେବାପରେ ଶ୍ରୀମତୀ ନାୟକଙ୍କୁ ଜନକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏସଏମସି କମିଟି ପକ୍ଷରୁ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ମିଶ୍ର ଉପଢ଼ୌକନ ଓ ମାନପତ୍ର ଦେଇ ଶ୍ରୀମତୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବଡ଼ବାଲିକୁଦା ପାଂୟତର ସରପଂଚ ଗଗନ ବିହାରୀ ସ୍ୱାଇଁ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ କହିଲେ ତାଙ୍କ ସରପଂଚ ସମୟରେ ଜନକ ବିଦ୍ୟାଳୟର ଦୁଇ ମହଲା କୋଠା କରାଯିବା ସହିତ ବିଦ୍ୟାଳୟର ଉନ୍ନତି କରାଯାଇଥିବା ବେଳେ, ବିଦ୍ୟାଳୟର ଗେଟକୁ ନୁତନ ଭାବେ ନିର୍ମାଣ କରାଯାଇଥିଲା । ଏହି ଅବସରରେ ଶ୍ରୀଯୁକ୍ତ ସ୍ୱାଇାଁ ତାଙ୍କ ବକ୍ତବ୍ୟରେ ପ୍ରଦାନ କରିଥିବା ବେଳେ, ମୁଖ୍ୟବକ୍ତା ଉମାକାନ୍ତ ବଳ ଯୋଗଦାନ କରି ଶ୍ରୀମତୀ ଶାନ୍ତିଲତା ନାୟକଙ୍କ ଶିକ୍ଷୟତ୍ରୀ ଜୀବନ ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବହୁ ଅତିଥି ଯୋଗଦେଇଥିବା ବେଳେ, ପଲ୍ଲୀପୁଷ୍ପ ବିଦ୍ୟାୟନରେ ପ୍ରଧଅନ ଶିକ୍ଷକ ଅନାଦି ଚରଣ ପ୍ରଧାନ ତାଙ୍କ ବକ୍ତବ୍ୟ ଜାରି ରଖିଥିଲେ । ଜନକ ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସାହାଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment