ଯାଜପୁର, ୦୭/୦୭/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ବାଲିକୁଦା ପଂଚାୟତ ଜନକ ବଡ଼ ହରିଜନ ସାହିରେ ୮ନଂ ୱାର୍ଡରେ ନଳକୂପ ଖରାପ ହୋଇଯାଇଥିବା ବେଳେ, ଏହି ନଳକୂପ ଉପରେ ନିର୍ଭର କରୁଥିବା ୧୦୦ପରିବାର ପାଣିପାଇଁ ହଇରାଣ ହେଉଥିବା ଦଖିବାକୁ ମିଳିିଚି । ଘଟଣାରୁ ପ୍ରକାଶ ଯେ, ବଡ଼ ହରିଜନ ସାହିରେ ଏହି ନଳକୂପଟି ଖରାପ ହୋଇଯାଇଥିବା ବେଳେ, ୧୦୦ଟି ଘର ପରିବାର ଏହି ନଳକୂପଟି ଉପରେ ନର୍ଭର କରୁଥିବା ଏନେଇ ସ୍ଥାନୀୟ ଆର.ଡବ୍ଲୁ.ଏସ୍ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରବୋଲି ବିଭାଗିୟ ଅଧିକାରୀ ଗ୍ରାମବାସୀଙ୍କୁ କହିଥିଲେ । ଏନେଇ ଆଜି ଆମପ୍ରତିନିଧି ବଡ଼ଚଣା ବ୍ଲକ୍ର ବି.ଡି.ଓଙ୍କ ସହିତ ଏହି ଦଳିତ ସାହିର ନଳକୂପ ଉପରେ ସୂଚନା ଦେଇଥିଲେ । ୧୦୦ଘର ପରିବାର ଏହି ନଳକୂପ ଉପରେ ଭରଷା କରିଥିବା ବେଳେ, ପାଣି ପାଇଁ ଲୋକେ ବହୁତ ହଇରାଣ ହେଉଥିବାର ଅଭିଯୋଗ ହୋଇଚି । ଏହି ୱାର୍ଡରେ ସରକାରଙ୍କ ପକ୍ଷରୁ ୪ଟି ନଳକୂପ ହୋଇଥିବା ବେଳେ, ତାହା ମଧ୍ୟରୁ ନଳକୂପ ଗୁଡ଼ିକରୁ ଆଇରନ ପାଣି ବାହାରୁଥିବାରୁ ବିଭିନ୍ନ ପେଟ ରୋଗରେ ଲୋକମାନେ ପଡ଼ୁଛନ୍ତି ତୁରନ୍ତ ଏହି ନଳକୂପଟିକୁ ମରାମତି କରାଯିବାପାଇଁ ଦାବି କରାଯାଉଚି ।
ଜନକ ଦଳିତ ସାହିରେ ନଳକୂପ ଅଚଳ
|
July 7, 2021 |