ଯାଜପୁର,୧୪/୧୨(ସନ୍ଧାନ ନିୟୁଜ): ବଡଚଣା ବ୍ଳକ ଚଣ୍ଡିଖୋଲସ୍ଥିତ ଜନକଲ୍ୟାଣ ଉଚ୍ଚ ବିଦ୍ୟାଳୟ ଠାରେବ୍ଳକ ସ୍ତରୀୟ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଇଛି । ଲୋକମାନଙ୍କୁ ସଚେତନ କରିବା ଉଦେ୍ଦଶ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ଳାକାର୍ଡ ପ୍ରର୍ଦଶନ କରିବା ଓ ବିଭିନ୍ନ ସ୍ଳୋଗାନ ଦେଇ ଏକ ରାଲି ସ୍ଥାନୀୟ ଅଂଚଳ ଭ୍ରମଣ କରିଥିଲା । ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସଚେତନ କରିବା ପାଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ଦାସଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରା ଯାଇଥିଲା । ମୁଖ୍ୟ ଅତିଥି ଭାବେ ବୈରୀ ଡାଳିଜୋଡା ରେଞ୍ଜର ବନପାଳ ଶଶିକାନ୍ତ ବେହେରା ଯୋଗ ଦେଇ ଶକ୍ତି ସଂରକ୍ଷଣ କରିବାର ସମସ୍ତଙ୍କ ସହ ଯୋଗ ରହିବା ଦରକାର । ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ ଓ ଏହାର ସୁରକ୍ଷା କରାଗଲେ ପ୍ରାକୃତିକ ଉର୍ଜାର ସଂରକ୍ଷଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭା ଓ ଜ୍ଞାନ ଶକ୍ତି ସଂରକ୍ଷଣ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ବାର୍ତା ପହଂଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ମତବ୍ୟକ୍ତ କରିପାରିଥିଲେ । ଏଥରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ନାୟକ ନୋଡାଲ ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦିପ୍ତିମୟୀ ବାରିକ, ସିଆରସି ସୁବର୍ଣ୍ଣ କେଶରୀ ମିଶ୍ର ଓ ସରପଂଚ ଚାଚାଲିନ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ ।

ଏହି ବୈଠକରେ ଶିକ୍ଷକ ସୁବାଷ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶିକ୍ଷୟତ୍ରୀ ଆଭା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉଦେ୍ଦଶ୍ୟରେ ବିଦ୍ୟାଳୟ ପରିସରରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଆଦିତ୍ୟ ସାହୁ ପ୍ରଥମ ସ୍ଥାନ, ସାର୍ଥକ କୁମାର ଜେନା ଦ୍ୱିତୀୟସ୍ଥାନ, ଅଭିଜିତ ଦାଶ ତୃତୀୟସ୍ଥାନ ଅକ୍ତିଆର କରିଥିବାରୁ ଅତିଥି ମାନେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
Report-Manas Rout, Jajpur


