ଜଙ୍ଗଲୀ ବାର୍ହା ବନ୍ୟଜନ୍ତୁ ମାଂସ ଜବତ! ବେପାରୀ ଫେରାର

Spread the love

ଜେନାପୁର/୩୦/୦୫/ସନ୍ଧାନ ନିଉଜ୍/ ଜେନାପୁର ଥାନା ଅଧୀନ ରେଖିଦେଇପୁର ଗ୍ରାମ ପଞ୍ଚାୟତ ପାଇକରାପୁର ଗ୍ରାମ ନଦୀବନ୍ଧ ନିକଟରୁ ବନବିଭାଗ ଦ୍ଵାରା ଜଙ୍ଗଲୀ ବନ୍ୟଜନ୍ତୁ ମାଂସ ଜବତ ! ମାଂସର ଆନୁମାନିକ ଓଜନ ୬୦ କେଜି ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି !ସୂଚନା ମୁତାବକ କେହି ବେପାରୀ କୌଣସି କାରଣ ବଶତଃ ଗତକାଲି ସନ୍ଧ୍ୟା ସମୟରେ ପାଇକରାପୁର ବନ୍ଧ ଉପରେ ସାଇକେଲ ଏବଂ ମାଂସ ଭର୍ତ୍ତି ବସ୍ତା ଓ ବ୍ୟାଗ ଛାଡି ଦେଇ କେଉଁଆଡେ ଉଭାନ ହେଇଯାଇଛନ୍ତି! ଏହା ସ୍ଥାନୀୟ ପଡୋଶୀ ଢେଙ୍କାନାଳ ଜିଲ୍ଲା ପାଳ ଗାଣ୍ଡୁଆ ଷଡ଼ଙ୍ଗୀ ଅଞ୍ଚଳରୁ ଆସିଥିବା ସ୍ଥାନୀୟ ଲୋକ ମାନେ ମତ ଦେଇଛନ୍ତି!ଶିକାରୀ ମାନେ ଅବାଧରେ ଶିକାରକରୀ ବିଭିନ୍ନ ଜଙ୍ଗଲୀ ମାଂସ ପଡୋଶୀ ଜିଲ୍ଲାକୁ ଚୋରା ଚାଲାଣ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ! ବିଶେଷ ସୂତ୍ରରୁ ଖବର ପାଇ ମଧୁପୁରଗଡ଼ ଫରେଷ୍ଟ ଗାଡ଼ ମନୋରମା ମହାନ୍ତ ସ୍କ୍ୱାଡ଼ ସମ୍ବିତ ରାଉତ, ବିଜୟ ପ୍ରଧାନ ଅମୁଲ୍ୟ ପ୍ରଧାନ ଘଟଣା ସ୍ଥଳରେ ପହଂଚି ମାଂସ ଓ ସାଇକେଲ ଜବତ କରିଥିଲେ! ସମସ୍ତ ମାଂସକୁ ବୈରୀ ରେଞ୍ଜକୁ ପଠାଯାଇ ସେଠାରୁ ପରୀକ୍ଷା କେନ୍ଦ୍ରକୁ ପଠାଯାଇ ପରୀକ୍ଷା କରାଯିବା ପରେ କେଉଁ ମାଂସ ବୋଲି ବନ ବିଭାଗ ପକ୍ଷ୍ୟରୁ ସୂଚନା ମିଳିଛି !ଏଥିପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ଅବାଧରେ ବିଭିନ୍ୟ ବନ୍ୟଜନ୍ତୁ ଶିକାରୀ ମାନେ ଶିକାର କରୁଥିବା ଶିକାରୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି /

Related Posts

About The Author

Add Comment