ଜଗାକାଳିଆ ପରେ ଢେଙ୍କାନାଳରେ ଜନ୍ମ ନେଇଛନ୍ତି ଜାଆଁଳା ଶିଶୁ କନ୍ୟା

Spread the love

ଭୁବନେଶ୍ୱର, ୧/୭ (ସନ୍ଧାନ ନିୟୁଜ ) ରଥଯାତ୍ରା ବେଳ ଦେଖି ଶୁଭ ଖବର ଆସିଥିଲା ବାହୁଡ଼ିବେ ଜଗାକାଳିଆ । ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆ ସୁସ୍ଥ ହୋଇ ଦିଲ୍ଲୀରୁ ନଫେରୁଣୁ ପୁଣି ଓଡ଼ିଶାରେ ଜନ୍ମ ନେଇଛନ୍ତି ଯୋଡ଼ା ଯାଆଁଳା ଶିଶୁ । ଢେଙ୍କାନାଳରେ ଜନ୍ମ ନେଇଛନ୍ତି ଜାଆଁଳା ଶିଶୁ କନ୍ୟା । ଏମାନଙ୍କର ଛାତିରୁ ପେଟ ଲାଗି ରହିଛି ଦେଖନ୍ତୁ ପୂରା ଖବର ।…

ଢେଙ୍କାନାଳର ଗଙ୍ଗା ଯମୁନା । ପୁଣି ଜନ୍ମ ହୋଇଛନ୍ତି ଯୋଡ଼ା ଶିଶୁ । ଢେଙ୍କାନାଳ ସଦର ହସ୍ପିଟାଲରେ ଏ ହେଉଛନ୍ତି ସେହି ଯୋଡ଼ା ଶିଶୁ ଯେଉଁମାନେ ଏବେ ଖବରର ଶିରୋନାମାକୁ ଆସିଛନ୍ତି । ଢେଙ୍କାନାଳ ପର୍ଜଙ୍ଗ ଖାଲପାଳର ମହିଳା ରେଣୁବାଳା ବେହେରାଙ୍କର ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆମ୍ବୁଲାନ୍ସରେ ଢେଙ୍କାନାଳ ହସ୍ପିଟାଲ  ଅଣାଯାଇଥିଲା । ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଯେଉଁଥିରେ ଏହି ଯୋଡା ଶିଶୁ ଜନ୍ମ ନେଇଥିଲେ । ଶିଶୁ ଦ୍ବୟଙ୍କ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା ।

ଦୁଇ ଶିଶୁଙ୍କୁ ଅବସ୍ଥା ସ୍ଥିର ରହିଛି । ଉଭୟଙ୍କ ଓଜନ ୪ କେଜୁ ୩ ଶହ ଗ୍ରାମ ରହିଛି । ଢେଙ୍କାନାଳରୁ ସେମାନଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି । ଶିଶୁଙ୍କ ଜନ୍ମ ଦେଇଥିବା ରେଣୁବାଳା ସୁସ୍ଥ ଅଛନ୍ତି । ରେଣୁବାଳାଙ୍କର ପୂର୍ବରୁ ୬ ବର୍ଷର ପୁଅ ଟିଏ ରହିଛି । ଦୁଇ ନବଜାତକ ଯୋଡି ହୋଇ ରହିଥିବାରୁ ଅଧିକ ଚିକିତ୍ସାର ଅବଶ୍ୟକତା ରହିଛି । ଉଭୟଙ୍କ ହାର୍ଟ ଯଦି ଦୁଇଟି ଥିବ ତେବେ ଶିଶୁ ଦ୍ବୟଙ୍କୁ ଅଲଗା କରିହେବ ବୋଲି ଡାକ୍ତର କହିଛନ୍ତି ।

ଜଗା କାଳିଆଙ୍କ ପରେ ନୟାଗଡର ଗଙ୍ଗାଯମୁନାଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ତେବେ ଶରଣକୂଳର ଏହି ଦୁଇ ଶିଶୁ ଜନ୍ମ ନେବା ପରେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା । ତେବେ ଢେଙ୍କାନାଳର ଏହି ଗଙ୍ଗା ଯମୁନାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଡାକ୍ତରମାନେ ତୀକ୍ଷ୍ନ ନଜର ରଖିଛନ୍ତି ।

Related Posts

About The Author

Add Comment