ଜଗନ୍ନାଥ ଜୀୟୁ+୨ ବିଜ୍ଞାନ କଲେଜ ପିଅନ ନିଯୁକ୍ତିରେ ଜାଲିଆତି; ୧୯୯୮ରୁ ବେଠି ଖଟି ନିରାଶ ହେଲେ ରସାୟନ ବିଜ୍ଞାନ ବିଭାଗ ପିଅନ
ଜଗନ୍ନାଥ ଜୀୟୁ+୨ ବିଜ୍ଞାନ କଲେଜ ପିଅନ ନିଯୁକ୍ତିରେ ଜାଲିଆତି; ୧୯୯୮ରୁ ବେଠି ଖଟି ନିରାଶ ହେଲେ ରସାୟନ ବିଜ୍ଞାନ ବିଭାଗ ପିଅନ
Manas Kumar Rout |
May 20, 2019 |

ଯାଜପୁର,୨୦/୫ (ସନ୍ଧାନ ନିୟୁଜ) ୧୯୯୮ମସିହାରୁ ନିଯୁକ୍ତିପତ୍ର,ଜଏନିଂ ରିପୋର୍ଟ ଦାଖଲ କରି କର୍ଯ୍ୟକରିଆସୁଥିଲେ । ନିୟମିତ କର୍ଯ୍ୟ ବି କରୁଥିଲେ । ପରିକ୍ଷା ପରିଚାଳନାରେ ରହି କାର୍ଯ୍ୟ କରିଛନ୍ତି । କିନ୍ତୁ ୨୦୦୯ ମସିହାରେ ନିୟମିତ କରିବା ପାଇଁ ସରକାରି ଅନୁମୋଦନ ନିମନ୍ତେ ପଠାଯାଇଥିବା କାଗଜ ପତ୍ର ତାଙ୍କର ନ ପଠାଇ ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇଥିବାର ଫର୍ଜି କାଗଜ ପତ୍ରଦେଇ ଅନୁମୋଦନ କରାଯାଇଥିବାର ଦେଖାଯାଇଛି । ଫଳରେ ଦୀର୍ଘଦିନ କଲେଜରେ ଚାକିରି ଆଶାରେ କାମ କରିକରି ବୟଷ ସହ ଚାକିରି ହରାଇଥିବା ଅଭିଯୋଗ କରିଛନ୍ତି ଅରୁଣ କୁମାର ବେହେରା । ଅଭିଯୋଗ ଅନୁଯାଇ ଅରୁଣ ୧୯୯୮ ମସିହାରେ ଜଗନ୍ନାଥ ଜୀୟୁ +୨ ବି ଜ୍ଞାନ କଲେଜରେ ରସାୟନ ବିଜ୍ଞାନ ବିଭାଗରେ ପିଅନ ଭାବରେ ଚାକିରି କରିବା ପାଇଁ ୨୫୦୦୦ ଟଙ୍କା ଦୁଇ କିସ୍ତିରେ ଦେଇ ନିଯୁକ୍ତିପତ୍ର ପାଇ କାର୍ଯ୍ୟରେ ଯୋଗ ଦେଇଥିଲେ । ସେହିଦିନଠାରୁ ସେ ପ୍ରାୟ ସମୟ କଲେଜକୁ ଆସି ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି । ଏବଂ ଉପସ୍ଥାନ ଖାତାରେ ଦସ୍ତଖତ କରି ଜାଆନ୍ତି । ତେବେ ୨୦୦୯ ମସିହାରେ +୨ବିଜ୍ଞାନରେ କାର୍ଯ୍ୟକରୁଥିବା ସମସ୍ତ କର୍ମଚାରୀ ମାନଙ୍କର କାଗଜ ପତ୍ର ଡି ପି ଅଇ ଅଫିସରେ ଦାଖଲ କରିବାକୁ ନିଦେ୍ର୍ଧଶ ଆସିବାପରେ କଲେଜ କର୍ତ୍ତୁପକ୍ଷ ତକ୍ରାଳୀନ ଅଧ୍ୟକ୍ଷ ନରେଶ ଚନ୍ଦ୍ର ବାରିକ ତାଙ୍କୁ କାଗଜ ପତ୍ର ମାଗିଥିଲେ । ସେ ସମସ୍ତ କାଗଜ ପତ୍ର ଅଧ୍ୟକ୍ଷଙ୍କ ନିକଟରେ ଜମା କରିଥିଲେ । ତେବେ ଅରୁଣ ଦସ୍ତଖତ କରିବାକୁ କହିବାରୁ ତମେ ପରେ ଆସି କରି ଦେବ,ମୁ ସେକଥା ବୁଝିବି ବୋଲି ଆସ୍ୱାସନା ଦେଇଥିଲେ । କିନ୍ତୁ ଅଧ୍ୟକ୍ଷ ମହୋଦୟ ଅଧିବେଶନ ବହିରେ ଚଞ୍ଚକତା କରି ତାଙ୍କ ଚାକିରିକୁ ପଦାର୍ଥ ବିଜ୍ଞାନ ବିଭାଗରେ ପିଅନ ଭାବରେ କାର୍ଯ୍ୟ କରୁଥିବା ଗିରିଧାରି ସାହୁଙ୍କୁ ଦେଇ ଦେଇ ଗିରିଧାରିଙ୍କ ସ୍ଥାନରେ ଯିତେନ୍ଦ୍ର ନାୟକଙ୍କୁ ନୁଆ ନିଯୁକ୍ତି ଦେଇ ଅରୁଣଙ୍କର ସମସ୍ତ କାଗଜପତ୍ରକୁ ନଷ୍ଟ କରିଦେଇଛନ୍ତି ବୋଲି ଅରୁଣ ଗୁରୁତ୍ତର ଅଭିଯୋଗ କରିଛନ୍ତି । ତେବେ ଯିତେନ୍ଦ୍ର ନାୟକ ୨୦୧୭ ମସିହାରେ ବଡଚଣା ନିର୍ବାଚନ ମଣ୍ଡଳୀର ଭୁଷଣ୍ଡପୁର ପଂଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ପରାସ୍ତ ହୋଇଛନ୍ତି । କଲେଜରେ ଚାକି କରୁଥିବା ସ୍ଥଳେ ସେ କିପରି ପ୍ରାର୍ଥୀ ହେଲେ ତାକୁ ନେଇ ଏବେ ସନେ୍ଦହ ଉପୁଜିଛି । ୨୦୧୭ ମସିହାରେ କର୍ମଚାରୀ ମାନଙ୍କର ସ୍ଥାୟୀ ନିଯୁକ୍ତି ମିଳିବା ପରେ ତାଙ୍କ କାହିଁକି ହେଲା ନାହିଁ ଜାଣିବାକୁ ଚାହିିଁବାରୁ ବର୍ତ୍ତମାନର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଠାରୁ ତାର ଚାକିରି ନଥିବାର ସୁଚନା ପାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସେ କେସ ନଂ ୨୩୮୮୧/୧୭ରେ ଏକ କେଶ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ କୋର୍ଟରେ କରିଛନ୍ତି । କେଶ ବିଚାରାଧିନ ଥିବା ବେଳେ ଏବେ କଲେଜକୁ କର୍ମଚାରୀ ମାନଙ୍କ ପିଛିଲା ଦରମା ବାବଦରେ ଆସିଥିବା ୧,୨୭୦୦୦୦.୦୦ଟଙ୍କା ସମସ୍ତେ ପାଇବାକୁ ଥିବାବେଳେ ଦୀର୍ଘବର୍ଷ ଖଟି ଖଟି ଅରୁଣଙ୍କୁ ନିରାଶ ହେବାକୁ ପଡିଛି । ତାଙ୍କ କହିବାନୁଯାଇ ତାଙ୍କର ଏକା ନୁହେଁ ତାଙ୍କ ପରି ସେହି କଲେଜର ଆଉକେତେ ଜଣକୁ ମଧ୍ୟ ଏହିପରି ଠକାମିର ଶିକାର ହେବାକୁ ପଡିଛି । ଅଧିକ ଟଙ୍କା ଖାଇ ପୁର୍ବତନ ଅଧ୍ୟକ୍ଷ ଅନୈତିକ ଭାବେ ସେମାନଙ୍କ ସ୍ଥାନରେ ନୁଆ ନିଯୁକ୍ତିଦେଇ ଲକ୍ଷଲକ୍ଷ ଟଙ୍କା ଅର୍ଥ ଆତ୍ମସାତ କରିଛନ୍ତି । ଯେଉଁମାନେ ଦିନେ କଲେଜକୁ ଆସିନାହାନ୍ତି ବା ଆସୁନାହାନ୍ତି ସେମାନେ ନିଯୁକ୍ତି ପାଇଥିବା ବେଳେ ଯେଉଁ ମାନଙ୍କୁ ପରିଚାଳନା ବୋର୍ଡ ନିଯୁକ୍ତି ଦେଇଥିଲା ସେମାନଙ୍କୁ ଠକାମିର ଶିକାର ହେବାକୁ ପଡିଛି । ଏ ସମ୍ବନ୍ଧରେ ସେ ଡି ପି ଆଇ ଭୁବନେଶ୍ୱରଙ୍କୁ ଲିଖିତ ଭାବରେ ଜଣାଇ ଥିଲେ ବି ତାଙ୍କ କଥାକୁ କେହି ନସୁଣିବାରୁ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି । କଲେଜ ଆହୁରି ଅନେକ ଗୁଡିଏ ପରିଚାଳନା ଗତ ତୃଟିରେ ବୁଡି ରହିଥିଲେ ମଧ୍ୟ ବିଭାଗିୟ ଉଦାସିନତା ହେତୁ ତାହାର ସମାଧାନ ହୋଇପାରୁ ନାହିଁ । କଲେଜ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇ ପାରି ନାହିଁ । ଏହାର ଏକ ସଚିବ ସ୍ଥରୀୟ ତଦନ୍ତ କରାଗଲେ କଲେଜରେ ଚାଲିଥିବା ଦୁର୍ନୀତିର ପର୍ଦାଫାଶ ହୋଇପାରନ୍ତା ବୋଲି ସାଧାରଣରେଏ ମତ ପ୍ରକାଶ ପାଇଛି ।

Related Posts
About The Author